ଟିମ୍ ଇଣ୍ଡିଆ ଖେଳାଳି ତାଲିକାକୁ ନେଇ ପ୍ରଶ୍ନ ଉଠାଇଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଓ୍ୱେଷ୍ଟେଣ୍ଡିଜ୍ ଗସ୍ତ ପାଇଁ ଘୋଷିତ ଟିମ୍ ଇଣ୍ଡିଆର ଖେଳାଳି ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଖେଳାଳି ତାଲିକାରେ ଶୁଭମ ଗିଲ୍ ଏବଂ ଅଜିଙ୍କ୍ୟେ ରାହାନେ ସ୍ଥାନ ପାଇନଥିବାରୁ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। There are many in the squad who can play all formats ..surprised not to see shubman gill ..Rahane in the one day squad.. — Sourav […]

sourav ganguly

sourav ganguly

Subhransu Sekhar
  • Published: Wednesday, 24 July 2019
  • Updated: 24 July 2019, 11:28 AM IST

Sports

Latest News

ନୂଆଦିଲ୍ଲୀ: ଓ୍ୱେଷ୍ଟେଣ୍ଡିଜ୍ ଗସ୍ତ ପାଇଁ ଘୋଷିତ ଟିମ୍ ଇଣ୍ଡିଆର ଖେଳାଳି ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଖେଳାଳି ତାଲିକାରେ ଶୁଭମ ଗିଲ୍ ଏବଂ ଅଜିଙ୍କ୍ୟେ ରାହାନେ ସ୍ଥାନ ପାଇନଥିବାରୁ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ଆଜି ଟ୍ୱିଟ୍ କରି ଗାଙ୍ଗୁଲି କହିଛନ୍ତି, "ଦଳରେ ଅନେକ ଖେଳାଳି ରହିଛନ୍ତି ଯେଉଁମାନେ କ୍ରିକେଟର ସବୁ ଫର୍ମାଟରେ ଖେଳି ପାରିବେ। କିନ୍ତୁ ଏହି ଖେଳାଳି ତାଲିକାରେ ଅଜିଙ୍କ୍ୟ ରାହାନେ ଏବଂ ଶୁଭମାନ ଗିଲ ସ୍ଥାନ ପାଇନଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି।"

ଏବେ ଚୟନ କିମିଟି ଏମିତି ଖେଳାଳିଙ୍କୁ ବାଛିବା ଦରକାର, ଯେଉଁମାନେ କି କ୍ରିକେଟର ତିନୋଟି ଯାକ ଫର୍ମାଟ୍ ପାଇଁ ଫିଟ୍ ଥିବେ। ଖେଳାଳି ଚୟନ ବେଳେ ସମସ୍ତଙ୍କ ଖୁସି କରିବାକୁ ଚେଷ୍ଟା ନ କରି ଦେଶର ସବୁଠୁ ଭଲ ଖେଳାଳିଙ୍କୁ ଚୟନ କରିବା ଉଚିତ ହୋଇଥାନ୍ତା ବୋଲି ସେ ଅନ୍ୟ ଏକ ଟ୍ଵିଟରେ କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ଓ୍ୱେଷ୍ଟେଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଖେଳାଳି ତାଲିକା ଘୋଷଣା କରିଥିଲା। ଯେଉଁଥିରେ ଉଭୟ ଦିନିକିଆ, ଟେଷ୍ଟ ଏବଂ ଟି-ଟ୍ୱେଣ୍ଟି ପାଇଁ ଖେଳାଳି ଚୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos