୪ଦିନିଆ ଟେଷ୍ଟ ମ୍ୟାଚକୁ ମଞ୍ଜୁରୀ: ପରୀକ୍ଷାମୂଳକ ଭାବେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ୍‌

  ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ-ଆଇସିସି ୪ଦିନିଆ ଟେଷ୍ଟ ମ୍ୟାଚକୁ ମଞ୍ଜୁରୀ ଦେଇଛି। ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଅନୁଷ୍ଠିତ ଆଇସିସି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ପରୀକ୍ଷାମୂଳକ ଭାବେ ପ୍ରଥମେ ଏହାକୁ ଲାଗୁ କରାଯିବ। ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟରେ ଖେଳାଯିବ ପ୍ରଥମ ୪ଦିନିଆ ଟେଷ୍ଟ ମ୍ୟାଚ। ଆସନ୍ତା ଡିସେମ୍ବର ୨୬ରୁ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ବକ୍ସିଂ ଡେ ଟେଷ୍ଟ ଜରିଆରେ ଏହା ଖେଳାଯିବ। ଆଇସିସି ମୁଖ୍ୟ […]

south-africa-m1

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 06:14 PM IST

 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ-ଆଇସିସି ୪ଦିନିଆ ଟେଷ୍ଟ ମ୍ୟାଚକୁ ମଞ୍ଜୁରୀ ଦେଇଛି। ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଅନୁଷ୍ଠିତ ଆଇସିସି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ପରୀକ୍ଷାମୂଳକ ଭାବେ ପ୍ରଥମେ ଏହାକୁ ଲାଗୁ କରାଯିବ। ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟରେ ଖେଳାଯିବ ପ୍ରଥମ ୪ଦିନିଆ ଟେଷ୍ଟ ମ୍ୟାଚ। ଆସନ୍ତା ଡିସେମ୍ବର ୨୬ରୁ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ବକ୍ସିଂ ଡେ ଟେଷ୍ଟ ଜରିଆରେ ଏହା ଖେଳାଯିବ। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ୍ ରିଚାର୍ଡସନ୍ କହିଛନ୍ତି। ଆଇସିସିର ସମସ୍ତ ସଦସ୍ୟ ଦେଶ ଗୁଡିକ ୨୦୧୯ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରିପାରିବେ। ଟେଷ୍ଟ ମ୍ୟାଚକୁ ନୂଆ ଦିଗ ଏବଂ ମାନ୍ୟତା ଦେବା ପାଇଁ ଏଭଳି ନିଷ୍ପତ୍ତି ହୋଇଥିବା ରିଚାର୍ଡସନ୍ କହିଛନ୍ତି

Related story