ଫାଇନାଲ୍‌ରେ ଫ୍ରାନ୍‌ସ; ଆଜି ଇଂଲଣ୍ଡ-କ୍ରୋଏସିଆ ଲଢ଼େଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଫିଫା ବିଶ୍ୱକପ୍‌ର ଫାଇନାଲ୍‌ରେ ପହଞ୍ଚିଯାଇଛି ଫ୍ରାନ୍‌ସ। ପ୍ରଥମ ଦଳ ଭାବେ ଫ୍ରାନ୍‌ସ ଫାଇନାଲ୍‌ରେ ପହଞ୍ଚିଛି। ମଙ୍ଗଳବାର ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ୍‌ରେ ବେଲ୍‌ଜିୟମ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ଫ୍ରାନ୍‌ସ ଫାଇନାଲ୍‌ରେ ପାଦ ଥାପିଛି। ଏହା ସହିତ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ଜିତିବାକୁ ଦଳ ସୁଯୋଗ ପାଇଛି। ଏହା ପୂର୍ବରୁ ୧୯୯୮ ମସିହାରେ ଫ୍ରାନ୍‌ସ ବିଶ୍ୱ ବିଜୟୀ ହୋଇଥିଲା। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ କୌଣସି ଗୋଲ୍ ହୋଇ ନ […]

france

Rakesh Mallick
  • Published: Wednesday, 11 July 2018
  • , Updated: 11 July 2018, 07:35 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଫିଫା ବିଶ୍ୱକପ୍‌ର ଫାଇନାଲ୍‌ରେ ପହଞ୍ଚିଯାଇଛି ଫ୍ରାନ୍‌ସ। ପ୍ରଥମ ଦଳ ଭାବେ ଫ୍ରାନ୍‌ସ ଫାଇନାଲ୍‌ରେ ପହଞ୍ଚିଛି।

ମଙ୍ଗଳବାର ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ୍‌ରେ ବେଲ୍‌ଜିୟମ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ଫ୍ରାନ୍‌ସ ଫାଇନାଲ୍‌ରେ ପାଦ ଥାପିଛି। ଏହା ସହିତ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ଜିତିବାକୁ ଦଳ ସୁଯୋଗ ପାଇଛି। ଏହା ପୂର୍ବରୁ ୧୯୯୮ ମସିହାରେ ଫ୍ରାନ୍‌ସ ବିଶ୍ୱ ବିଜୟୀ ହୋଇଥିଲା।

ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ କୌଣସି ଗୋଲ୍ ହୋଇ ନ ଥିଲା। ତେବେ ୫୧ତମ ମିନିଟ୍‌ରେ ଫ୍ରାନ୍‌ସ ଏକ ଗୋଲ୍‌ ଦେବାରେ ସଫଳ ହୋଇଥିଲା। ଆଣ୍ଟୋନି ଗ୍ରୀଜ୍‌ମ୍ୟାନ୍‌ଙ୍କ କର୍ନର ବଲ୍‌କୁ ହେଡର୍‌ ଜରିଆରେ ଗୋଲ୍‌ରେ ପରିଣତ କରିଥିଲେ ଡିଫେଣ୍ଡର ସାମୁଏଲ୍ ଉଁତିତି।

ବୁଧବାର ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ ଖେଳା ଯିବ। ଇଂଲଣ୍ଡ ଓ କ୍ରୋଏସିଆ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ରବିବାର ଫାଇନାଲ୍‌ ମ୍ୟାଚ୍ ଖେଳାଯିବ।

 

Related story