ଫ୍ରେଞ୍ଚ୍ ଓପନ୍ ପାଇଁ ସିନ୍ଧୁ ଓ ସାଇନା ପ୍ରସ୍ତୁତ

ପ୍ୟାରିସ୍: ଡେନମାର୍କ ଓପନ୍ ଫାଇନାଲ ପରାଜିତ ହେବା ପରେ ଭାରତର ପି.ଭି ସିନ୍ଧୁ ଫ୍ରେଞ୍ଚ୍ ଓପନ୍ ସୁପର୍ ସିରିଜ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ପ୍ରଥମ ଥର ପାଇଁ  ଡେନମାର୍କ ଓପନ ଭଳି ଏକ ସୁପର ସିରିଜର ଫାଇନାଲରେ ପ୍ରବେଶ କରିଥିବା ସିନ୍ଧୁ ସେଥିରେ କରିଥିବା ତ୍ରୁଟିର ପୁନରାବୃତି ନକରିବାକୁ ସେ ନିଜକୁ ପ୍ରସ୍ତୁତ କରିଛନ୍ତି।  ସାଇନା ନେହୱାଲ୍ ମଧ୍ୟ ନିଜକୁ ପ୍ରସ୍ତୁତ କରିଛନ୍ତି। ୨୭୫,୦୦୦ ଡଲାର ବିଶିଷ୍ଟ ଏହି ପ୍ରତିଯୋଗିତାର କ୍ୱାଲିଫାୟର ମ୍ୟାଚ୍ ଆସନ୍ତା କାଲିଠାରୁ […]

saina and pv sidhu

Rakesh Mallick
  • Published: Monday, 19 October 2015
  • , Updated: 19 October 2015, 03:38 PM IST

ପ୍ୟାରିସ୍: ଡେନମାର୍କ ଓପନ୍ ଫାଇନାଲ ପରାଜିତ ହେବା ପରେ ଭାରତର ପି.ଭି ସିନ୍ଧୁ ଫ୍ରେଞ୍ଚ୍ ଓପନ୍ ସୁପର୍ ସିରିଜ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ପ୍ରଥମ ଥର ପାଇଁ  ଡେନମାର୍କ ଓପନ ଭଳି ଏକ ସୁପର ସିରିଜର ଫାଇନାଲରେ ପ୍ରବେଶ କରିଥିବା ସିନ୍ଧୁ ସେଥିରେ କରିଥିବା ତ୍ରୁଟିର ପୁନରାବୃତି ନକରିବାକୁ ସେ ନିଜକୁ ପ୍ରସ୍ତୁତ କରିଛନ୍ତି।  ସାଇନା ନେହୱାଲ୍ ମଧ୍ୟ ନିଜକୁ ପ୍ରସ୍ତୁତ କରିଛନ୍ତି। ୨୭୫,୦୦୦ ଡଲାର ବିଶିଷ୍ଟ ଏହି ପ୍ରତିଯୋଗିତାର କ୍ୱାଲିଫାୟର ମ୍ୟାଚ୍ ଆସନ୍ତା କାଲିଠାରୁ ଆରମ୍ଭ ହେବ। ଏଥିରେ ପିଭି ସିନ୍ଧୁ,ସାଇନାଙ୍କ ବ୍ୟତୀତ ଭାରତୀୟ ବ୍ୟାଡମିଣ୍ଟନ୍ ତାରକା କିଦାମ୍ବି ଶ୍ରୀକାନ୍ତ ଓ ପାରୁପଲ୍ଲୀ କାଶ୍ୟପ ମଧ୍ୟ ଭାଗ ନେବେ।

ବିଶ୍ୱ ଚାମ୍ପିଅନସିପରେ ଦୁଇଥର ବ୍ରୋଞ୍ଚ ପଦକ ଜିତିଥିବା ପି.ଭି ସିନ୍ଧୁ ଗତକାଲି ଖେଳାଯାଇଥିବା ଡେନମାର୍କ ଫାଇନାଲରେ ଚୀନର ଲି ଜୁରେଇଙ୍କଠାରୁ ୧୯-୨୧,୧୨-୨୧ରେ ହାରିଯାଇଥିଲେ।

ବିଶ୍ୱ ମାନ୍ୟତାର ଶୀର୍ଷରେ ଥିବା ସାଇନା ନେହେୱାଲ ଡେନମାର୍କ ଓପନରେ ଦ୍ୱିତୀୟ ରାଉଣ୍ଡରୁ ବିଦା ହୋଇଥିଲେ। ସେ ତାଙ୍କର ପ୍ରଥମ ମ୍ୟାଚ୍ କାନାଡାର ମିଚେଲ୍ ଲିଙ୍କୁ ଭେଟିବେ।

ସେହିପରି ପୁରୁଷବର୍ଗର ସିଙ୍ଗିଲ୍ସରେ ପଞ୍ଚମ ସିଡରେ ଥିବା ଶ୍ରୀକାନ୍ତ ପ୍ରଥମ ମ୍ୟାଚରେ ଚୀନର ଟିଆନ୍ ହୁଏଇଙ୍କୁ ଭେଟୁଥିବା ବେଳେ ଭାରତ ଅନ୍ୟତମ ବ୍ୟାଟମିଣ୍ଟନ୍ ତାରକା ପ୍ରଣୟ ଚୀନର ଲିନ୍ ଡାନଙ୍କୁ ଭେଟିବେ।

Related story