ଫ୍ରେଞ୍ଚ୍ ଓପନ୍ ସୁପର୍ ସିରିଜର କ୍ୱାର୍ଟର ଫାଇନାଲରେ ସାଇନା

ପ୍ୟାରିସ: ଲଗାତାର ଭାବେ ଜାପାନ ଓ ଡେନମାର୍କ ସୁପର୍ ସିରିଜରେ ଫେଲ୍ ମାରିଥିବା ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ୍ ଏଠାରେ ଚାଲିଥିବା ଫ୍ରେଞ୍ଚ୍ ଓପନ ସୁପର୍ ସିରିଜର କ୍ୱାର୍ଟର ଫାଇନାଲରେ ପହଞ୍ଚିଯାଇଛି। ଜାପାନର ମିନାଟସୁ ମିତାନିଙ୍କୁ ସାଇନା ୨୧-୧୯, ୨୧-୧୬ରେ ପରାସ୍ତ କରିଛନ୍ତି।  ଏବେ ଏହି ଟୁର୍ଣ୍ଣାମେଣ୍ଟରେ ସେ ଏକମାତ୍ର ଭାରତୀୟ ଭାବେ ସ୍ଥିତି ଅବ୍ୟାହତ ରଖିଛନ୍ତି। ଏଥିରେ ଭାଗ୍ୟ ନେଇଥିବା ଅନ୍ୟ ଭାରତୀୟ ଖେଳାଳି ଏଚ.ଏସ୍ ପ୍ରନୋୟ, ଅଜୟ ଜୟରାମ, ଡବଲ୍ସ  ଯୋଡ଼ି ଜ୍ୱାଲା […]

saina

Rakesh Mallick
  • Published: Friday, 23 October 2015
  • , Updated: 23 October 2015, 01:36 PM IST

ପ୍ୟାରିସ: ଲଗାତାର ଭାବେ ଜାପାନ ଓ ଡେନମାର୍କ ସୁପର୍ ସିରିଜରେ ଫେଲ୍ ମାରିଥିବା ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ୍ ଏଠାରେ ଚାଲିଥିବା ଫ୍ରେଞ୍ଚ୍ ଓପନ ସୁପର୍ ସିରିଜର କ୍ୱାର୍ଟର ଫାଇନାଲରେ ପହଞ୍ଚିଯାଇଛି। ଜାପାନର ମିନାଟସୁ ମିତାନିଙ୍କୁ ସାଇନା ୨୧-୧୯, ୨୧-୧୬ରେ ପରାସ୍ତ କରିଛନ୍ତି।

 ଏବେ ଏହି ଟୁର୍ଣ୍ଣାମେଣ୍ଟରେ ସେ ଏକମାତ୍ର ଭାରତୀୟ ଭାବେ ସ୍ଥିତି ଅବ୍ୟାହତ ରଖିଛନ୍ତି। ଏଥିରେ ଭାଗ୍ୟ ନେଇଥିବା ଅନ୍ୟ ଭାରତୀୟ ଖେଳାଳି ଏଚ.ଏସ୍ ପ୍ରନୋୟ, ଅଜୟ ଜୟରାମ, ଡବଲ୍ସ  ଯୋଡ଼ି ଜ୍ୱାଲା ଗୋଟ୍ଟା ଓ ଅଶ୍ୱିନୀ ପୋନ୍ନାପା ଗତକାଲି ଦ୍ୱିତୀୟ ରାଉଣ୍ଡରେ ହାରି ସିରିଜରୁ ବାହାର ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ସାଇନା ବିଶ୍ୱର ୧ ନମ୍ବର ମାନ୍ୟତା ହରାଇଛନ୍ତି। ଜାପାନ ଓ ଡେନମାର୍କ ସୁପର ସିରିଜରେ ଖରାପ ପ୍ରଦର୍ଶନ ପରେ ସେ ୨ ନମ୍ବର ସ୍ଥାନକୁ ଖସି ଆସିଛନ୍ତି।

Related story