Advertisment

ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଟଙ୍କା ବର୍ଷା, କାହାକୁ କେତେ ମିଳିଲା ପଢ଼ନ୍ତୁ?

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଭାରତ ପାଇଁ ଐତିହାସିକ ସାବ୍ୟସ୍ତ ହୋଇଛି। ଟୋକିଓରେ ଭାରତ ରେକର୍ଡ ୭ଟି ପଦକ ଜିତିଥିଲେ, ଯେଉଁଥିରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ସାମିଲ୍ ଅଛି। ଷ୍ଟାର୍ ଆଥଲେଟ୍ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ’ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଭାରୋତ୍ତୋଳନରେ ମୀରାବାଈ ଚାନୁ ଓ ରେସଲିଂରେ ରବି କୁମାର ଦହିୟା ରୌପ୍ୟ ପଦକ ହାସଲ କରିଛନ୍ତି। ପିଭି ସିନ୍ଧୁ (ବ୍ୟାଡମିଣ୍ଟନ), ଲଭଲିନା ବୋର୍ଗୋହେନ୍ (ବକ୍ସିଂ), ବଜରଙ୍ଗ ପୁନିଆ (ରେସଲିଂ) ଓ […]

ଅଦ୍ୟତନ ହୋଇଛି
ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଟଙ୍କା ବର୍ଷା, କାହାକୁ କେତେ ମିଳିଲା ପଢ଼ନ୍ତୁ?

indian-medal-winners

Advertisment

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଭାରତ ପାଇଁ ଐତିହାସିକ ସାବ୍ୟସ୍ତ ହୋଇଛି। ଟୋକିଓରେ ଭାରତ ରେକର୍ଡ ୭ଟି ପଦକ ଜିତିଥିଲେ, ଯେଉଁଥିରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ସାମିଲ୍ ଅଛି। ଷ୍ଟାର୍ ଆଥଲେଟ୍ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ’ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଭାରୋତ୍ତୋଳନରେ ମୀରାବାଈ ଚାନୁ ଓ ରେସଲିଂରେ ରବି କୁମାର ଦହିୟା ରୌପ୍ୟ ପଦକ ହାସଲ କରିଛନ୍ତି। ପିଭି ସିନ୍ଧୁ (ବ୍ୟାଡମିଣ୍ଟନ), ଲଭଲିନା ବୋର୍ଗୋହେନ୍ (ବକ୍ସିଂ), ବଜରଙ୍ଗ ପୁନିଆ (ରେସଲିଂ) ଓ ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି।

Advertisment

ନୀରଜ ଭାରତ ପାଇଁ ଆଥଲେଟିକ୍ସ ଇଭେଣ୍ଟରେ ପ୍ରଥମଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ହକିରେ ଭାରତ ୪୧ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିଛି। ପଦକ ବିଜେତା ଜିତିବା ପରେ ଖେଳାଳିଙ୍କୁ ପୁରସ୍କାର ରାଶିର ବର୍ଷା କରାଯାଉଛି। ବିଶେଷକରି ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କୁ ଉପରକୁ ପୁରସ୍କାର ସୁଅ ଛୁଟୁଛି। ଆସନ୍ତୁ ନଜର ପକାଇବା କେଉଁ ଖେଳାଳିଙ୍କୁ କେତେ ପୁରସ୍କାର ରାଶି ମିଳିଲା।

Neeraj Chopra

ନୀରଜ ଚୋପ୍ରା (ସ୍ୱର୍ଣ୍ଣ ପଦକ) : ନୀରଜଙ୍କୁ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ୬ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିବା ସହ ପଞ୍ଚକୁଲାରେ ଥିବା ଆଥଲେଟିକ୍ସର ସେଣ୍ଟର୍ ଫର୍ ଏକ୍ସଲେନ୍ସିର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ନୀରଜଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ୨ କୋଟି, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ୭୫ ଲକ୍ଷ ଟଙ୍କା, ବିସିସିଆଇ ୧ କୋଟି, ଚେନ୍ନାଇ ସୁପର୍ କିଙ୍ଗସ୍ ୧ କୋଟି ଟଙ୍କା ସହ ୮୭୫୮ (ଅଲିମ୍ପିକ୍ସରେ ନୀରଜ କରିଥିବା ଜାଭେଲିନ୍ ଥ୍ରୋ’ର ଦୂରତା) ନମ୍ବରର ଜର୍ସି ପ୍ରଦାନ କରିବେ। ଏହାଛଡ଼ା ଇଣ୍ଡିଆନ୍ସ ଏୟାରଲାଇନ୍ସ ନୀରଜଙ୍କୁ ବର୍ଷକ ଯାଏ ମାଗଣାରେ ଯାତ୍ରା କରାଇବା ସହ ଗୁରୁଗ୍ରାମରେ ଥିବା ଏଲାନ୍ ଗ୍ରୁପ୍ ୨୫ ଲକ୍ଷ ଏବଂ ବାଇଜୁସ୍ ୨ କୋଟି ଟଙ୍କା ପ୍ରଦାନ କରିବ।

Advertisment

ପିଭି ସିନ୍ଧୁ (ବ୍ରୋଞ୍ଜ): ସିନ୍ଧୁଙ୍କୁ ଆନ୍ଧ୍ର ପ୍ରଦେଶ ସରକାର ୩୦ ଲକ୍ଷ ଟଙ୍କା, ବିସିସିଆଇ ୨୫ ଲକ୍ଷ ଏବଂ ବାଇଜୁସ୍ ୧ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛି।

ଲଭଲିନା ବୋର୍ଗୋହେନ୍ (ବ୍ରୋଞ୍ଜ): ଲଭଲିନାଙ୍କୁ ବିସିସିଆଇ ୨୫ ଲକ୍ଷ, ଆଇଓଏ ୨୫ ଲକ୍ଷ, ବାଇଜୁସ୍ ୧ କୋଟି, ଆସାମ କଂଗ୍ରେସ ୩ କୋଟି ଟଙ୍କା ପ୍ରଦାନ କରିବ।

Mirabai Chanu tokyo olympics

ମୀରାବାଈ ଚାନୁ (ରୌପ୍ୟ): ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨ କୋଟି ଟଙ୍କା, ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହ ୧ କୋଟି ଟଙ୍କା ସହ ରାଜ୍ୟର ପୁଲିସ୍ ବିଭାଗରେ ଏଏସପି ପଦବୀରେ ନିଯୁକ୍ତି, ବିସିସିଆଇ ୫୦ ଲକ୍ଷ ଏବଂ ବାଇଜୁସ୍ ୧ କୋଟି ଟଙ୍କା ପ୍ରଦାନ କରିବ।

ଭାରତୀୟ ପୁରୁଷ ହକି ଟିମ୍ (ବ୍ରୋଞ୍ଜ): ଟିମର ସୁରେନ୍ଦ୍ର କୁମାର ଓ ସୁମିତଙ୍କୁ ୨.୫ କୋଟି ଟଙ୍କା ସହ ଏକ ସରକାରୀ ଚାକିରି ଓ ହରିୟାଣା ସହର ବିକାଶ ପ୍ରାଧିକରଣ ପ୍ଲଟ୍ ଦେବାକୁ ଘୋଷଣା କରିଛନ୍ତି। ଏହାସହ ବିସିସିଆଇ ପୂରା ଟିମକୁ ୧.୨୫ କୋଟି, ଆଇଓଏ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବ। ଅନ୍ୟପକ୍ଷରେ ଓଡ଼ିଶା ସରକାର ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କୁ ଅଢ଼େଇ କୋଟି ଟଙ୍କା ଏବଂ ମହିଳା ଟିମରେ ସ୍ଥାନ ପାଇଥିବା ଦୀପ୍ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି।

ରବି କୁମାର ଦହିୟା (ରୌପ୍ୟ): ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର୍ ଲାଲ୍ ଖଟ୍ଟର ରବି କୁମାରଙ୍କୁ ୪ କୋଟି ଟଙ୍କା, ବିସିସିଆଇ ୫୦ ଲକ୍ଷ, ଆଇଓଏ ୪୦ ଲକ୍ଷ ଏବଂ ବାଇଜୁସ୍ ୧ କୋଟି ଟଙ୍କା ପ୍ରଦାନ କରିବ।

ବଜରଙ୍ଗ ପୁନିଆ (ବ୍ରୋଞ୍ଜ): ବଜରଙ୍ଗଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର୍ ଲାଲ ଖଟ୍ଟର ୨.୫ କୋଟି ଟଙ୍କା ସହ ସରକାରୀ ଚାକିରି ଓ ଏଚଏସଭିପି ପ୍ଲଟ୍, ବିସିସିଆଇ ୨୫ ଲକ୍ଷ ଟଙ୍କା, ବାଇଜୁସ୍ ୧ କୋଟି ଟଙ୍କା ଏବଂ ଆଇଓଏ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe