ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇରେ ଆରମ୍ଭ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଫୁଟସାଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସିଜନ୍। ମୁମ୍ବାଇରେ ଏକ ରଙ୍ଗାରଙ୍ଗା କାର୍ଯ୍ୟକ୍ରମ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଉଦ୍ଦଘାଟିତ ହୋଇଯାଇଛି। ଉଦ୍ଦଘାଟିନୀ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଓ ଅଭିନେତା ଟାଇଗର ସ୍ରୋଫ୍ ଯୋଗଦେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ଉଠାଇଥିଲେ। ଅନ୍ୟପଟେ ଲୋକପ୍ରିୟ ଖେଳ ଫୁଟବଲର ଛୋଟ ଭର୍ସନ ହେଉଛି ଏହି ଫୁଟସାଲ୍ ଟୁର୍ଣ୍ଣାମେଣ୍ଟ୍। ଏଥିରେ ପ୍ରତି ଦଳରେ ପାଞ୍ଚ ପାଞ୍ଚ ଜଣ ଖେଳାଳି ଖେଳନ୍ତି। ରୋନାଲ୍ଡିନୋ , ରିଆନ ଗିବ୍ସ ଓ ରିକୋ ଜୁଲକରନିନୋଙ୍କ ଭଳି ଲୋକପ୍ରିୟ ତାରକା ଚଳିତ ସିଜନରେ ପଡିଆକୁ ଓହ୍ଲାଇବେ। ପ୍ରଥମ ସିଜନ ଭଳି ଚଳିତ ସିଜନକୁ ନେଇ ଦର୍ଶକ ମାନେ ବେଶ୍ ଉତ୍କଣ୍ଠାରେ ରହିଛନ୍ତି। ଚଳିତ ସିଜନର ମ୍ୟାଚ୍ ଗୁଡିକ ବିଶ୍ୱର ପ୍ରାୟ ୭୫ଟି ଦେଶରେ ପ୍ରସାରିତ ହେଉଛି।