ଦିଲ୍ଲୀ ରଣଜୀ ଦଳର ଅଧିନାୟକ ପଦ ଛାଡ଼ିଲେ ଗମ୍ଭୀର

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର୍‌ ଗୌତମ ଗମ୍ଭୀର ଆଇପିଏଲ୍‌ ଭଳି ଦିଲ୍ଲୀ ରଣଜୀ ଟିମ୍‌ ଅଧିନାୟକ ପଦକୁ ମଧ୍ୟ ଛାଡ଼ିଦେଇଛନ୍ତି। ଏ ସମ୍ପର୍କରେ ଗମ୍ଭୀର ଟ୍ୱିଟ୍‌ ଯୋଗେ ସୂଚନା ଦେଇ କହିଛନ୍ତି, “ ମୁଁ ଡିଡିସିଏକୁ ଅନୁରୋଧ କରୁଛି କି ଚଳିତ ରଣଜୀ ସେସନ୍ସ ପାଇଁ ମୋ ନାଁକୁ ଅଧିନାୟକ ଭାବେ ବିଚାରକୁ ନିଆ ନଯାଉ। ଏବେ ଯୁବ ଖେଳାଳିଙ୍କୁ ଅଧିନାୟକ ଦାୟିତ୍ୱ ଦେବାର ସମୟ ଆସିଯାଇଛି। ଖାସ୍‌ ସେଥିପାଇଁ ଡିଡିସିଏକୁ ମୋତେ ଅଧିନାୟକ ନ […]

g1

Hemant Lenka
  • Published: Monday, 05 November 2018
  • , Updated: 05 November 2018, 09:13 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର୍‌ ଗୌତମ ଗମ୍ଭୀର ଆଇପିଏଲ୍‌ ଭଳି ଦିଲ୍ଲୀ ରଣଜୀ ଟିମ୍‌ ଅଧିନାୟକ ପଦକୁ ମଧ୍ୟ ଛାଡ଼ିଦେଇଛନ୍ତି। ଏ ସମ୍ପର୍କରେ ଗମ୍ଭୀର ଟ୍ୱିଟ୍‌ ଯୋଗେ ସୂଚନା ଦେଇ କହିଛନ୍ତି, “ ମୁଁ ଡିଡିସିଏକୁ ଅନୁରୋଧ କରୁଛି କି ଚଳିତ ରଣଜୀ ସେସନ୍ସ ପାଇଁ ମୋ ନାଁକୁ ଅଧିନାୟକ ଭାବେ ବିଚାରକୁ ନିଆ ନଯାଉ। ଏବେ ଯୁବ ଖେଳାଳିଙ୍କୁ ଅଧିନାୟକ ଦାୟିତ୍ୱ ଦେବାର ସମୟ ଆସିଯାଇଛି।

ଖାସ୍‌ ସେଥିପାଇଁ ଡିଡିସିଏକୁ ମୋତେ ଅଧିନାୟକ ନ କରିବାକୁ କହୁଛି। ମୁଁ ପରଦା ପଛରେ ରହି, ନୂଆ ଖେଳାଳିଙ୍କୁ ମ୍ୟାଚ୍‌ ଜିତିବାରେ ସହାୟତା କରିବି।” ତେବେ ଡିଡିସିଏ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରିନାହିଁ।

ଏହାପୂର୍ବରୁ ୩୭ ବର୍ଷୀୟ ଗମ୍ଭୀର ଚଳିତ ବର୍ଷ ଆଇପିଏଲ୍‌ର ଦିଲ୍ଲୀ ଡେୟାର ଡେଭିଲ୍‌ସର ଅଧିନାୟକ ପଦ ଛାଡ଼ିଥିଲେ। ୨୦୧୮ ଆଇପିଏଲ୍‌ ସଂସ୍କରଣ ଆରମ୍ଭରୁ ଗମ୍ଭୀର ଡେୟାର ଡେଭିଲ୍‌ସର ଅଧିନାୟକ ପଦ ସମ୍ଭାଳୁଥିଲେ।

କିନ୍ତୁ କିଛି ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବାକୁ ତାଙ୍କ ଉପରେ ଚାପ ବଢ଼ିଥିଲା ଏବଂ ସେ ଅଧିନାୟକ ପଦକୁ ବାଏବାଏ କହିଥିଲେ। ଫଳରେ ଯୁବ ତାରକା ଶ୍ରେୟସ ଆୟରଙ୍କୁ ଦିଲ୍ଲୀ ଟିମ୍‌ର କ୍ୟାପ୍ଟେନ୍‌ କରାଯାଇଥିଲା।

Related story