ଶର୍ଟସ୍‌ ପିନ୍ଧି ବସିଥିଲେ ଧୋନି: ଗାଙ୍ଗୁଲି କଲେ ଏମିତି କାମ, ଥରିଗଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌କୁ ସଫଳତାର ଶିଖରରେ ପହଞ୍ଚାଇବାରେ ବହୁ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଖେଳାଳି ହୁଅନ୍ତୁ ଅବା ବୋର୍ଡ ଅଥବା ମ୍ୟାନେଜ୍‌ମେଣ୍ଟ ଷ୍ଟାଫ୍‌। କାହାରିଙ୍କ ଭୂମିକାକୁ ହେୟଜ୍ଞାନ କରାଯାଇ ପାରିବ ନାହିଁ। କପିଲ ଦେବଙ୍କ ପରେ ମହେନ୍ଦ୍ର ସିଂ ଧୋନି ଭାରତକୁ ବିଶ୍ୱ ବିଜୟୀ କରାଇଛନ୍ତି। ଏହାତ ଆପଣ ଜାଣିଥିବେ। ଧୋନିଙ୍କ ବିଶ୍ୱ ବିଜୟ ଯାତ୍ରାରେ ଆଉ ଜଣେ ଅଧିନାୟକଙ୍କ ବହୁତ ବଡ଼ ହାତ ରହିଛି। ସେ ହେଉଛନ୍ତି ଭାରତର ସଫଳ ଅଧିନାୟକ ସୌରଭ […]

dhoni

Rakesh Mallick
  • Published: Monday, 30 July 2018
  • , Updated: 30 July 2018, 06:05 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌କୁ ସଫଳତାର ଶିଖରରେ ପହଞ୍ଚାଇବାରେ ବହୁ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଖେଳାଳି ହୁଅନ୍ତୁ ଅବା ବୋର୍ଡ ଅଥବା ମ୍ୟାନେଜ୍‌ମେଣ୍ଟ ଷ୍ଟାଫ୍‌। କାହାରିଙ୍କ ଭୂମିକାକୁ ହେୟଜ୍ଞାନ କରାଯାଇ ପାରିବ ନାହିଁ।

କପିଲ ଦେବଙ୍କ ପରେ ମହେନ୍ଦ୍ର ସିଂ ଧୋନି ଭାରତକୁ ବିଶ୍ୱ ବିଜୟୀ କରାଇଛନ୍ତି। ଏହାତ ଆପଣ ଜାଣିଥିବେ। ଧୋନିଙ୍କ ବିଶ୍ୱ ବିଜୟ ଯାତ୍ରାରେ ଆଉ ଜଣେ ଅଧିନାୟକଙ୍କ ବହୁତ ବଡ଼ ହାତ ରହିଛି। ସେ ହେଉଛନ୍ତି ଭାରତର ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି।

ଗାଙ୍ଗୁଲି ହିଁ ଧୋନିଙ୍କ କ୍ୟାରିୟର ଗଢ଼ିଛନ୍ତି। ସେ ଏମିତି ଏକ କାମ କରିଥିଲେ, ଯାହା କେବଳ ଯେ ଧୋନିଙ୍କ କ୍ୟାରିୟର୍‌ ମୋଡ଼ ବଦଳାଇ ଦେଇ ଥିଲା, ତା ନୁହେଁ, ସେଦିନ ବିଶ୍ୱରେ ଭାରତର ବିଜୟ ଯାତ୍ରାର ବିଗୁଲ ଫୁଙ୍କି ଦେଇଥିଲା। ଆଉ ଏହି ବିଜୟ ଯାତ୍ରାର ବିଗୁଲ ଶବ୍ଦରେ ଥରି ଯାଇଥିଲା ପାକିସ୍ତାନର ଛାତି।

ସେତେବେଳେ ଚାଲିଥାଏ ଭାରତ-ପାକିସ୍ତାନ ଦିନିକିଆ ସିରିଜ୍‌। ଧୋନି ନୂଆ ନୂଆ ଟିମ୍‌ ଇଣ୍ଡିଆ ଜର୍ସି ପିନ୍ଧିଥାନ୍ତି। ବ୍ୟାଟିଂ କ୍ରମରେ ଥିଲେ ନଂ. ୭।

ସେତେବେଳକୁ ତାଙ୍କ ବ୍ୟାଟ୍‌ ଇଣ୍ଟରନ୍ୟାସନାଲ ସ୍ତରର ସେମିତି କିଛି କମାଲ୍‌ ଦେଖାଇ ନଥିଲା। ହେଲେ ଅଧିନାୟକ ଗାଙ୍ଗୁଲି, ଧୋନିଙ୍କ ଭିତରେ ଭରି ରହିଥିବା ଟ୍ୟାଲେଣ୍ଟ୍‌କୁ ମାପି ସାରିଥିଲେ।

Breakfast with Champions Series କୁ ଏକ ସାକ୍ଷାତକାର ଦେଇ ଗାଙ୍ଗୁଲି କହିଥିଲେ, “ମୋର ଗୋଟିଏ ଚିନ୍ତା ଥିଲା। ଧୋନିଙ୍କୁ କେମିତି ବଡ଼ ଖେଳାଳି ବନାଇବି ଓ ଆଗକୁ ଆସୁଥିବା ଯୁଦ୍ଧ ପାଇଁ ପ୍ରସ୍ତୁତ କରିବି।”

ସେ କହିଥିଲେ, “ଆମେ ଯେତେବେଳେ ଟସ୍‌ ଜିତିଲୁ, ଚିନ୍ତା କରିଥିଲି ଧୋନିଙ୍କୁ ୩ ନମ୍ବରରେ ଛାଡ଼ିବାକୁ। ଭାବିଲି ଯାହା ହେବ ଦେଖାଯିବ। ବାସ୍‌ ମୁଁ ନିଷ୍ପତ୍ତି ନେଇଗଲି।”

ଖେଳ ଆରମ୍ଭ ହେବାକୁ କିଛି ସମୟ ବାକି ଥାଏ। ଧୋନି ଶର୍ଟସ୍‌ ପିନ୍ଧି ବସିଥାନ୍ତି। କାରଣ ସେ ଜାଣିଥିଲେ ତାଙ୍କୁ ୭ ନମ୍ବରରେ ବ୍ୟାଟିଂ କରିବାକୁ ଯିବାକୁ ହେବ ଓ ସେଥିପାଇଁ ତାଙ୍କ ହାତରେ ବହୁତ ସମୟ ରହିଥିଲା।

ଏହି ସମୟରେ ଗାଙ୍ଗୁଲି ତାଙ୍କ ପାଖରେ ପହଞ୍ଚି କହିଥିଲେ, “ଧୋନି, ତୁମକୁ ୩ ନମ୍ବରରେ ବ୍ୟାଟିଂ କରିବାକୁ ଯିବାକୁ ହେବ। ପ୍ରସ୍ତୁତ ହୋଇଯାଅ।”

ଏହା ଶୁଣିବା ପରେ ଧୋନି ପଚାରିଥିଲେ ‘ଆପଣ କେଉଁ ପୋଜିସନ୍‌ରେ ଖେଳିବେ ?’

ଏହାର ଉତ୍ତରରେ ଗାଙ୍ଗୁଲି କହିଥିଲେ, ‘ତୁମ ପରେ, ଫୋର୍ଥ ପୋଜିସନ୍‌’।

ଗାଙ୍ଗୁଲିଙ୍କ ଏହି ଏକ୍ସପେରିମେଣ୍ଟ୍‌ କମାଲ୍‌ କରିଦେଇଥିଲା। ଏହି ମ୍ୟାଚ୍‌ରେ ଧୋନିଙ୍କ ବ୍ୟାଟ୍‌ ମାଡ଼ରେ ପାକିସ୍ତାନ ଛାରଖାର ହୋଇଯାଇଥିଲା।

୧୪୮ ରନ୍‌ର ଇଂନିସ୍‌ରେ ଧୋନି ପାକିସ୍ତାନ ବୋଲର୍‌ଙ୍କୁ ୧୫ଟି ଚୌକା ଓ ୪ଟି ବିଶାଳ ଛକା ମାରି ବିଶ୍ୱ ଦରବାରରେ ନିଜର ଉପସ୍ଥିତି ଜାହିର୍‌ କରିଦେଇଥିଲେ। ଆଉ ସେହିଦିନଠାରୁ ଧୋନିଙ୍କ କ୍ରିକେଟ୍‌ ଜୟଯାତ୍ରା ଆରମ୍ଭ ହୋଇଥିଲା।

Related story