ଏହି ଖେଳାଳିଙ୍କ ଉପରେ ଲକ୍ଷ୍ମଣ ଓ ଅଗରକରଙ୍କ ପରେ ଏବେ ଗାଙ୍ଗୁଲି ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟର୍‌ ଧୋନିଙ୍କ ପ୍ରଦର୍ଶନ ଭଲ ନଥିବା ବେଳେ ତାଙ୍କ ଫର୍ମକୁ ନେଇ ଏବେ ପ୍ରଶ୍ନ ଉଠିଛି। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ତାଙ୍କ ପ୍ରଦର୍ଶନ ଭଲ ନ ଥିବା ବେଳେ ଅନେକ ପୂର୍ବତନ କ୍ରିକେଟର ତାଙ୍କୁ ସମାଲୋଚନା କରିଥିଲେ। ଏବେ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ପରେ ସୌରଭ ଗାଙ୍ଗୁଲି କହିଛନ୍ତି ଧୋନିଙ୍କ ପ୍ରଦର୍ଶନ ଟି-ଟ୍ୱେଣ୍ଟି ଫର୍ମାଟରେ […]

souravgangulyl

Rakesh Mallick
  • Published: Wednesday, 08 November 2017
  • , Updated: 08 November 2017, 08:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟର୍‌ ଧୋନିଙ୍କ ପ୍ରଦର୍ଶନ ଭଲ ନଥିବା ବେଳେ ତାଙ୍କ ଫର୍ମକୁ ନେଇ ଏବେ ପ୍ରଶ୍ନ ଉଠିଛି। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ତାଙ୍କ ପ୍ରଦର୍ଶନ ଭଲ ନ ଥିବା ବେଳେ ଅନେକ ପୂର୍ବତନ କ୍ରିକେଟର ତାଙ୍କୁ ସମାଲୋଚନା କରିଥିଲେ। ଏବେ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ପରେ ସୌରଭ ଗାଙ୍ଗୁଲି କହିଛନ୍ତି ଧୋନିଙ୍କ ପ୍ରଦର୍ଶନ ଟି-ଟ୍ୱେଣ୍ଟି ଫର୍ମାଟରେ ଭଲ ନଥିବାରୁ ତାଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆ ବିକଳ୍ପ ଚିନ୍ତା କରୁ। ଏକ ଇଣ୍ଟରଭ୍ୟୁରେ ଦାଦା ଏହା କହିଛନ୍ତି। ଏବେ ସମୟ ଆସିଛି ଟିମ୍‌ ମ୍ୟାନେଜମେଣ୍ଟ ଧୋନୀଙ୍କୁ ଟିମ୍‌ରେ ତାଙ୍କର ରୋଲ୍‌ ବିଷୟରେ ଅବଗତ କରିବା କଥା। ଯଦି ଧୋନିଙ୍କ ପ୍ରଦର୍ଶନରେ ସୁଧାର ନ ଆସୁଛି ତେବେ ଆଗାମୀ ୨୦୧୯ ବିଶ୍ୱକପ ପୂର୍ବରୁ ଧୋନିଙ୍କ ବିକଳ୍ପ ବିଷୟରେ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତାକରୁ ବୋଲି ସୌରଭ କହିଛନ୍ତି। ଏହା ପୂର୍ବରୁ ଭିଭିଏସ୍‌ ଲକ୍ଷ୍ମଣ ଓ ଅଜିତ ଅଗରକର ଧୋନିଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଥିଲେ। ହେଲେ ଟିମ୍‌ ଇଣ୍ଡିଆର ଅଧିନାୟକ କୋହଲି ଧୋନିଙ୍କ ସପକ୍ଷରେ ମତ ରଖିଛନ୍ତି।

Related story