୨୦୦୩ ଦିନିକିଆ ବିଶ୍ୱକପ୍‌ ବେଳେ ଧୋନୀ ଥିଲେ TC, ଆଜି ବି ଗାଙ୍ଗୁଲି ଏହାକୁ ନେଇ ଦୁଃଖୀ

ମୁମ୍ବାଇ: ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଅନ୍ୟତମ ସଫଳ ଅଧିନାୟକ ଭାବେ ଗଣାଯାଇଥାନ୍ତି। ଏବେ ସେ ଆଉ ଜଣେ ସଫଳ ଅଧିନାୟକଙ୍କୁ ନେଇ କିଛି ବଡ଼ କଥା କହିଛନ୍ତି। ଏହି କ୍ରିକେଟର୍‌ ଜଣଙ୍କ ଆଉ କେହି ନୁହଁନ୍ତି। ସେ ହେଉଛନ୍ତି, ମହେନ୍ଦ୍ର ସିଂହ ଧୋନୀ। ଗାଙ୍ଗୁଲି ନିଜ ବହି ‘A century is not enough’ରେ ଧୋନୀଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଆମେ ଯେତେବେଳେ ୨୦୦୩ରେ ଦିନିକିଆ ବିଶ୍ୱକପ୍‌ ଖେଳୁଥିଲୁ ଧୋନୀ […]

ganguly-dhoni

Rakesh Mallick
  • Published: Thursday, 01 March 2018
  • , Updated: 02 March 2018, 11:20 AM IST

ମୁମ୍ବାଇ: ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଅନ୍ୟତମ ସଫଳ ଅଧିନାୟକ ଭାବେ ଗଣାଯାଇଥାନ୍ତି। ଏବେ ସେ ଆଉ ଜଣେ ସଫଳ ଅଧିନାୟକଙ୍କୁ ନେଇ କିଛି ବଡ଼ କଥା କହିଛନ୍ତି। ଏହି କ୍ରିକେଟର୍‌ ଜଣଙ୍କ ଆଉ କେହି ନୁହଁନ୍ତି। ସେ ହେଉଛନ୍ତି, ମହେନ୍ଦ୍ର ସିଂହ ଧୋନୀ। ଗାଙ୍ଗୁଲି ନିଜ ବହି ‘A century is not enough’ରେ ଧୋନୀଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଆମେ ଯେତେବେଳେ ୨୦୦୩ରେ ଦିନିକିଆ ବିଶ୍ୱକପ୍‌ ଖେଳୁଥିଲୁ ଧୋନୀ ସେ ସମୟରେ ରେଲୱେରେ ଟିକେଟ୍‌ କଲେକ୍ଟର କାମ କରୁଥିଲେ ବୋଲି ମୁଁ ପରେ ଜାଣିଲି।”

ଗାଙ୍ଗୁଲି ଏହା ଜାଣିବା ପରେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ। ସୂଚନାଯୋଗ୍ୟ, ୨୦୦୪ ଡିସେମ୍ବରରେ ଧୋନୀ ଗାଙ୍ଗୁଲିଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ।

ନିଜ ବହିରେ ଗାଙ୍ଗୁଲି ଆହୁରି ଲେଖିଛନ୍ତି, “କାସ୍‌ ୨୦୦୩ ଦିନିକିଆ ବିଶ୍ୱକପ୍‌ ଫାଇନାଲ ଖେଳିଥିବା ଭାରତୀୟ ଟିମ୍‌ରେ ଧୋନୀ ଥାନ୍ତେ।

ଏହି ବିଶ୍ୱକପ୍‌ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ପାଖରୁ ୧୨୫ ରନ୍‌ରେ ପରାସ୍ତ ହୋଇଥିଲା। ସେ ସମୟରେ ରାହୁଲ ଡ୍ରାଭିଡ୍‌ ଭାରତୀୟ ଟିମ୍‌ରେ ୱିକେଟ୍‌ କିପିଂ କରୁଥିଲେ।

ଗାଙ୍ଗୁଲି ତାଙ୍କ ବହିରେ ଲେଖିଛନ୍ତି, “ମୁଁ ଏମିତି ଜଣେ ଖେଳାଳି ଖୋଜୁଥିଲି, ଯାହାଙ୍କ ପାଖରେ ସ୍ଥିରତା ଥିବ ଓ ଚାପ ସମୟରେ ମ୍ୟାଚ୍‌ର ରୂପ ବଦଳାଇ ଦେବାକୁ ସକ୍ଷମ ହୋଇଥିବେ। ଧୋନୀଙ୍କୁ ମୁଁ ୨୦୦୪ରେ ନୋଟିସ୍‌ କରିଥିଲି। ପ୍ରଥମ ଥରରେ ହିଁ ମୁଁ ତାଙ୍କ ଉପରେ ଇମ୍ପ୍ରେସ୍‌ ହୋଇଯାଇଥିଲି। ଆଜି ମୁଁ ବହୁତ ଖୁସି ଯେ, ମୋ ଅନୁମାନ ଠିକ୍‌ ଥିଲା।”

ଧୋନୀଙ୍କ ଅଧିନାୟକତ୍ୱରେ ଗାଙ୍ଗିଲି ଖେଳିଥିଲେ ଶେଷ ମ୍ୟାଚ୍‌

ସୌରଭ ଗାଙ୍ଗୁଲି ତାଙ୍କ କ୍ୟାରିୟରର ଶେଷ ଆନ୍ତର୍ଜାତୀୟ ମ୍ୟାଚ୍‌ ଧୋନୀଙ୍କ ନେତୃତ୍ୱରେ ଖେଳିଥିଲେ। ୨୦୦୮ ନଭେମ୍ବର ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଟେଷ୍ଟ ନାଗପୁରରେ ଖେଳାଯାଇଥିଲା।

Related story