ରଷିଆନ୍ ବକ୍ସିଂ କ୍ୱାର୍ଟରରେ ଗୌରବ ଓ ପିଙ୍କି

ନୂଆଦିଲ୍ଲୀ: ରୁଷରେ ଚାଲିଥିବା ମାମୋମଦ୍ ସଲାମ୍ ଉମାଖାନୋଭ୍ ମେମୋରିଆଲ୍ ଇଣ୍ଟରନ୍ୟାଶନାଲ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଭାରତର ଗୌରବ ସୋଲାଙ୍କି ଓ ପିଙ୍କି ଜାଙ୍ଗରା କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଗୌରବ (୫୬ କେଜି) ରୁଷର ମୁରାଦ ରାବାଦାନୋଭଙ୍କୁ ୫-୦ ପଏଣ୍ଟରେ ହରାଇଛନ୍ତି। ସେହିପରି ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ଜାଙ୍ଗରା (୫୧ କେଜି) ବେଲାରୁଷର ବୁରିମ୍ ୟାନାଙ୍କୁ ସମାନ ବ୍ୟବଧାନରେ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ହାସଲ କରିଛନ୍ତି। […]

gaurav

Ranjit Kumar Jena
  • Published: Wednesday, 31 July 2019
  • , Updated: 31 July 2019, 06:24 PM IST

ନୂଆଦିଲ୍ଲୀ: ରୁଷରେ ଚାଲିଥିବା ମାମୋମଦ୍ ସଲାମ୍ ଉମାଖାନୋଭ୍ ମେମୋରିଆଲ୍ ଇଣ୍ଟରନ୍ୟାଶନାଲ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଭାରତର ଗୌରବ ସୋଲାଙ୍କି ଓ ପିଙ୍କି ଜାଙ୍ଗରା କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।

ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଗୌରବ (୫୬ କେଜି) ରୁଷର ମୁରାଦ ରାବାଦାନୋଭଙ୍କୁ ୫-୦ ପଏଣ୍ଟରେ ହରାଇଛନ୍ତି। ସେହିପରି ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ଜାଙ୍ଗରା (୫୧ କେଜି) ବେଲାରୁଷର ବୁରିମ୍ ୟାନାଙ୍କୁ ସମାନ ବ୍ୟବଧାନରେ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ହାସଲ କରିଛନ୍ତି।

ଗତବର୍ଷ ଇଣ୍ଡିଆ ଓପନରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତର ଅନ୍ୟତମ ବକ୍ସର ନୀରଜ (୫୭ କେଜି) ମଙ୍ଗୋଲିଆର ଗେରେରସିମେଗ୍ ନ୍ୟାମସୁରେନଙ୍କୁ ହରାଇ କ୍ୱାର୍ଟରରେ ପହଞ୍ଚିଛନ୍ତି। ଚଳିତ ଟୁର୍ଣ୍ଣାମେର୍ଣ୍ଣରେ ୨୦ ଦେଶର ୨୫୦ଜଣ ବକ୍ସର ଭାଗ ନେଇଛନ୍ତି।

Related story