ଭାରତ ବିପକ୍ଷ ଟେଷ୍ଟକୁ ନେଇ ଏମିତି କହିଲେ କର୍ନୱାଲ୍

ନୂଆଦିଲ୍ଲୀ: ଭାରତ ବିପକ୍ଷ ଖେଳାଯିବାକୁ ଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଟିମରେ ସାମିଲ୍ ହୋଇଥିବା ଅଲରାଉଣ୍ଡର ରାହକିମ୍ କର୍ନୱାଲଙ୍କ ଉପରେ ସମସ୍ତଙ୍କ ନଜର୍ ରହିବ। ନିୟମିତ ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ପ୍ରଥମଥର ପାଇଁ ଜାତୀୟ ଟେଷ୍ଟ ଦଳରେ ସୁଯୋଗ ମିଳିଛି। ୨୬ ବର୍ଷୀୟ ଏହି ଖେଳାଳି ଭାରି ଓଜନ୍ ପାଇଁ ବେଶ୍ ପରିଚିତ। କର୍ନୱାଲଙ୍କ ଉଚ୍ଚତା ୬ଫୁଟ୍ ୬ ଇଞ୍ଚ୍ ଏବଂ ଓଜନ ୧୪୦ କେଜି। କିନ୍ତୁ ଏହି ଭାରି ଓଜନ […]

cornwall

Ranjit Kumar Jena
  • Published: Monday, 19 August 2019
  • , Updated: 19 August 2019, 08:34 PM IST

ନୂଆଦିଲ୍ଲୀ: ଭାରତ ବିପକ୍ଷ ଖେଳାଯିବାକୁ ଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଟିମରେ ସାମିଲ୍ ହୋଇଥିବା ଅଲରାଉଣ୍ଡର ରାହକିମ୍ କର୍ନୱାଲଙ୍କ ଉପରେ ସମସ୍ତଙ୍କ ନଜର୍ ରହିବ। ନିୟମିତ ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ପ୍ରଥମଥର ପାଇଁ ଜାତୀୟ ଟେଷ୍ଟ ଦଳରେ ସୁଯୋଗ ମିଳିଛି। ୨୬ ବର୍ଷୀୟ ଏହି ଖେଳାଳି ଭାରି ଓଜନ୍ ପାଇଁ ବେଶ୍ ପରିଚିତ। କର୍ନୱାଲଙ୍କ ଉଚ୍ଚତା ୬ଫୁଟ୍ ୬ ଇଞ୍ଚ୍ ଏବଂ ଓଜନ ୧୪୦ କେଜି। କିନ୍ତୁ ଏହି ଭାରି ଓଜନ ତାଙ୍କ କ୍ରିକେଟ୍ କ୍ୟାରିୟରକୁ ଆଦୌ ପ୍ରଭାବିତ କରିନାହିଁ ଏବଂ ଏହି କାରଣରୁ ସେ ସିନିୟର ଟିମରେ ସ୍ଥାନ ପାଇଛନ୍ତି।

ଏ ନେଇ ସେ କହିଛନ୍ତି, "ଜାତୀୟ ଦଳ ପାଇଁ ଚୟନ ହେବା ମୋ ପାଇଁ ବଡ଼ ସମ୍ମାନର କଥା। ମୁଁ ଦୀର୍ଘ ଦିନ ହେବ ଏହି ଦିନକୁ ଅପେକ୍ଷା କରିଥିଲି। ଯଦି ମୁଁ ପ୍ରଥମ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଲି, ତାହେଲେ ଏହା ମୋ ପାଇଁ ବଡ଼ ଉପଲବ୍ଧି ହେବ। ମୁଁ କେବଳ ଟିମ୍ ପାଇଁ ଭଲ ପ୍ରଦର୍ଶନ କରିବାକୁ ଚାହେଁ। ମୁଁ ମୋ ପରିବାର ତଥା ବନ୍ଧୁ ପରିଜନଙ୍କୁ ନିରାଶ କରିବାକୁ ଚାହେଁ ନାହିଁ। ମୋତେ ଟେଷ୍ଟ କ୍ରିକେଟ୍ ଫର୍ମାଟ୍ ବେଶ୍ ସୁହାଇଥାଏ, କାରଣ ଜଣେ ଖେଳାଳିଙ୍କୁ ସଫଳ ହେବା ପାଇଁ ଏହି ଫର୍ମାଟ୍ ସର୍ବଶ୍ରେଷ୍ଠ। ଏପର୍ଯ୍ୟନ୍ତ ମୋତେ ମିଳିଥିବା ସବୁ ଚ୍ୟାଲେଞ୍ଜର ଭରପୂର ମଜା ଉଠାଇଛି।"

୨୦୧୭ରେ ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଭ୍ୟାସ ମ୍ୟାଚରେ ଚର୍ଚ୍ଚିତ ହୋଇଥିବା କର୍ନୱାଲ୍ କହିଛନ୍ତି, "ବିଗତ ଦିନ ଗୁଡ଼ିକରେ ମୁଁ ଖୁବ୍ ପରିଶ୍ରମ କରିଛି। ମୁଁ ସର୍ବଦା ନିଜକୁ ପ୍ରମାଣିତ କରିବା ପାଇଁ ପ୍ରୟାସ କରିଛି ଏବଂ ଏହା ଆଗାମୀ ଦିନରେ ଜାରି ରଖିବି।"

ଲିୱାର୍ଡ ଆଇଲ୍ୟାଣ୍ଡ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କର୍ନୱାଲ୍ ୫୫ ମ୍ୟାଚରେ ୨୨୨୪ ରନ୍ ଏବଂ ୨୬୦ ୱିକେଟ୍ ନେଇଛନ୍ତି। ଗତମାସରେ ଭାରତ-ଏ ବିପକ୍ଷ ୨ଟି ମ୍ୟାଚରେ ୪ଟି ୱିକେଟ୍ ନେବା ସହ ଦୁଇଟି ଅର୍ଦ୍ଧଶତକ ମଧ୍ୟ ମାରିଥିଲେ।

Related story