ଖେଳୁ ଖେଳୁ ଜୀବନର ଖେଳ ଶେଷ: ସାଥୀ ଖେଳାଳିଙ୍କ ଧକ୍କାରେ ପଡ଼ିଆରେ ଟଳିପଡ଼ିଲେ ଗୋଲ କିପର

ନୂଆଦିଲ୍ଲୀ: ଇଣ୍ଡୋନେସିଆନ୍ ସୁପର ଲିଗ୍ ଖେଳୁଥିବା ବେଳେ ସାଥୀ ଖେଳାଳିଙ୍କ ସହିତ ଧକ୍କା ହୋଇ ଇଣ୍ଡୋନେସିଆର ଦକ୍ଷ ଗୋଲ୍ କିପର ଚୋଇରୁଲ ହୋଡ଼ାଙ୍କ ମୃତ୍ୟୁ ଘଟିଛି। ଚୋଇରୁଲ  ଗୋଲ୍ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଏଭଳି ଦୁଖଃଦ ଘଟଣା ଘଟିଛି॥ ରବିବାର ଇଣ୍ଡୋନେସିଆରେ ପାର୍ସେଲା ଲାମୋନଗନ୍ ଓ ସେମେନନ ପାଣ୍ଡାଗ୍ ମଧ୍ୟରେ ଇଣ୍ଡୋନେସିଆନ୍ ସୁପର ଲିଗ୍ ଫୁଟବଲ ମ୍ୟାଚ୍ ଖେଳାଯାଉଥିଲା। ପାର୍ସେଲା ଲାମୋନଗନ୍ କ୍ଲବ ପକ୍ଷରୁ ଖେଳୁଥିବା ୩୮ ବର୍ଷୀୟ ଗୋଲ୍ କିପର ହୋଡ଼ା ଦଳକୁ ଗୋଲରୁ […]

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 06:38 PM IST

ନୂଆଦିଲ୍ଲୀ: ଇଣ୍ଡୋନେସିଆନ୍ ସୁପର ଲିଗ୍ ଖେଳୁଥିବା ବେଳେ ସାଥୀ ଖେଳାଳିଙ୍କ ସହିତ ଧକ୍କା ହୋଇ ଇଣ୍ଡୋନେସିଆର ଦକ୍ଷ ଗୋଲ୍ କିପର ଚୋଇରୁଲ ହୋଡ଼ାଙ୍କ ମୃତ୍ୟୁ ଘଟିଛି। ଚୋଇରୁଲ  ଗୋଲ୍ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଏଭଳି ଦୁଖଃଦ ଘଟଣା ଘଟିଛି॥ ରବିବାର ଇଣ୍ଡୋନେସିଆରେ ପାର୍ସେଲା ଲାମୋନଗନ୍ ଓ ସେମେନନ ପାଣ୍ଡାଗ୍ ମଧ୍ୟରେ ଇଣ୍ଡୋନେସିଆନ୍ ସୁପର ଲିଗ୍ ଫୁଟବଲ ମ୍ୟାଚ୍ ଖେଳାଯାଉଥିଲା। ପାର୍ସେଲା ଲାମୋନଗନ୍ କ୍ଲବ ପକ୍ଷରୁ ଖେଳୁଥିବା ୩୮ ବର୍ଷୀୟ ଗୋଲ୍ କିପର ହୋଡ଼ା ଦଳକୁ ଗୋଲରୁ ବଞ୍ଚାଇବା ପାଇଁ ବଲ୍ ଆଣିବାକୁ ଗଲାବେଳେ ଜର୍ମାନ ଖେଳାଳି ରୋଡ୍ରିଗଜଙ୍କ ସହ ତାଙ୍କର ଧକ୍କା ହୋଇଥିଲା।

ଏଥିରେ ଶକ୍ତ ଆଘାତ ପାଇ ପଡ଼ିଆ ମଝିରେ ଟଳି ପଡ଼ିଥିଲେ ହୋଡ଼ା।ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ୧୯୯୩ ମସିହାରୁ  ପାର୍ସେଲା ଦଳରୁ ଖେଳି ଆସୁଥିବା ଚୋଇରୁଲ ହୋଡ଼ା ତାଙ୍କ ଜୀବନକାଳ ମଧ୍ୟରେ ୫୦୩ ଟି ଫୁଟବଲ ମ୍ୟାଚ୍ ଖେଳିଥିଲେ।

Related story