ବିରୁଷ୍କାଙ୍କ ବିବାହ ଟ୍ୱିଟ୍‌କୁ ମିଳିଲା ଏହି ଉପାଧି: ଜାଣନ୍ତୁ ଟ୍ୱିଟର୍‌ କ’ଣ କହିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇରେ ବିରୁଷ୍କାଙ୍କ ଦ୍ୱିତୀୟ ରିସେପସନ୍‌ ଗତକାଲି ରାତିରେ ଶେଷ ହୋଇଯାଇଛି। ମୁମ୍ବାଇରେ ହୋଇଥିବା ଏହି  ଗ୍ରାଣ୍ଡ ରିସେପସନ୍‌ରେ ୩ ଶହରୁ ଅଧିକ ଅତିଥି ଯୋଗ ଦେଇଥିଲେ। ଫିଲ୍ମ ଓ କ୍ରିକେଟ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସହ ବ୍ୟବସାୟୀ ଏବଂ ରାଜନେତା ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ। ପୂର୍ବରୁ ୨୧ ତାରିଖରେ ଦିଲ୍ଲୀରେ ପ୍ରଥମ ରିସେପସନ୍‌ ପାର୍ଟି ହୋଇସାରିଛି। ଏହି ରିସେପସନ୍‌ ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ମୁମ୍ବାଇର ଏକ ତାରକା […]

virat-kohli-and-anushka-sharma-instagram_806x605_81514347805

Rakesh Mallick
  • Published: Wednesday, 27 December 2017
  • , Updated: 27 December 2017, 06:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇରେ ବିରୁଷ୍କାଙ୍କ ଦ୍ୱିତୀୟ ରିସେପସନ୍‌ ଗତକାଲି ରାତିରେ ଶେଷ ହୋଇଯାଇଛି। ମୁମ୍ବାଇରେ ହୋଇଥିବା ଏହି  ଗ୍ରାଣ୍ଡ ରିସେପସନ୍‌ରେ ୩ ଶହରୁ ଅଧିକ ଅତିଥି ଯୋଗ ଦେଇଥିଲେ। ଫିଲ୍ମ ଓ କ୍ରିକେଟ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସହ ବ୍ୟବସାୟୀ ଏବଂ ରାଜନେତା ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ। ପୂର୍ବରୁ ୨୧ ତାରିଖରେ ଦିଲ୍ଲୀରେ ପ୍ରଥମ ରିସେପସନ୍‌ ପାର୍ଟି ହୋଇସାରିଛି। ଏହି ରିସେପସନ୍‌ ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ମୁମ୍ବାଇର ଏକ ତାରକା ହୋଟେଲରେ ଏହି ଗ୍ରାଣ୍ଡ ରିସେପସନ୍‌ ପାର୍ଟିରେ ଶାହାରୁଖ ଖାନଙ୍କ ସମେତ ବଲିଉଡର ଅନକେ ନାମୀ କଳାକାର ଯୋଗ ଦେଇଥିଲେ।

ଶାହାରୁଖଙ୍କ ସହ ବିରାଟ ଓ ଅନୁଷ୍କା ରିସେପସନ୍‌ ପାର୍ଟିରେ ନାଚିଥିବାର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏହାସହ କ୍ରିକେଟ ଜଗତର ବହୁ ତାରକା ଖେଳାଳି ମଧ୍ୟ ଏହି ପାର୍ଟିର ଯୋଗ ଦେଇଥିଲେ। ମାଷ୍ଟ ବ୍ଲାଷ୍ଟାର ସଚ୍ଚିନ ତେନ୍ଦୁଲକର ଏବଂ ଯୁବରାଜ ସିଂ ପାର୍ଟିରେ ଉପସ୍ଥିତ ରହିଥିଲେ। ବିରାଟ ଓ ଅନୁଷ୍କା ଏହି ପାର୍ଟିରେ ବେଶ୍ ଆକର୍ଷଣୀୟ ଦେଖାଯାଉଥିଲେ। ବିରୁଷ୍କାଙ୍କ ବିବାହ ଖବର ଚଳିତ ବର୍ଷ ଟ୍ୱିଟର୍‌ରେ ସବୁଠାରୁ ଅଧିକ ଟ୍ରେଣ୍ଡି ଖବର ରହିଥିଲା। ବିବାହ ପରେ ବିରାଟ ଓ ଅନୁଷ୍କା କରିଥିବା ଟ୍ୱିଟ୍‌ ସର୍ବାଧିକ ଥର ରିଟ୍ୱିଟ୍ କରାଯାଇଥିବା ଟ୍ୱିଟର୍‌ ଜଣାଇଛି। ଏଥିସହିତ ସେମାନଙ୍କ ବିବାହ ଖବରକୁ ଗୋଲ୍ଡେନ୍ ଟ୍ୱିଟ୍‌ ମାନ୍ୟତା ଦେଇଛି ଟ୍ୱିଟର୍।

 

https://youtu.be/GK0kml29Crc

Related story