ଫିଫା ବିଶ୍ୱକପ: ଆଜି ଖେଳାଯିବ ୩ଟି ମ୍ୟାଚ୍‌, ଦ୍ୱିତୀୟ ମ୍ୟାଚ୍‌ ପାଇଁ ପଡ଼ିଆକୁ ଓହ୍ଲାଇବ ଋଷିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଫିଫା ବିଶ୍ୱକପରେ ତିନିଟି ମ୍ୟାଚ ଖେଳାଯିବ। ସନ୍ଧ୍ୟା ୫ଟା ୩୦ରେ କଲମ୍ବିଆ ଓ ଜାପାନ ମଧ୍ୟରେ ମ୍ୟାଚ୍ ହେବ। ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡ ସେନେଗାଲକୁ ଭେଟିବ। ରାତି ୮ଟା ୩୦ରେ ମସ୍କୋର ସ୍ପାଟାକ୍ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ରାତି ୧୧ଟା ୩୦ରେ ସେଣ୍ଟ ପିଟର୍ସବଗ ଷ୍ଟାଡିୟମରେ ଆୟୋଜକ ଋଷିଆ, ଇଜିପ୍ଟ୍‌ ବିରୋଧରେ ପଡିଆକୁ ଓହ୍ଲାଇବ। ଋଷିଆ ପାଇଁ ଏହା ଦ୍ୱିତୀୟ ମ୍ୟାଚ୍‌। ବିଶ୍ୱକପର ଉଦ୍‌ଘାଟନୀ ମ୍ୟାଚ୍‌ରେ ସାଉଦି ଆରବକୁ ହରାଇ ଋଷିଆ ତାର […]

russia

Rakesh Mallick
  • Published: Tuesday, 19 June 2018
  • , Updated: 19 June 2018, 05:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଫିଫା ବିଶ୍ୱକପରେ ତିନିଟି ମ୍ୟାଚ ଖେଳାଯିବ। ସନ୍ଧ୍ୟା ୫ଟା ୩୦ରେ କଲମ୍ବିଆ ଓ ଜାପାନ ମଧ୍ୟରେ ମ୍ୟାଚ୍ ହେବ। ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡ ସେନେଗାଲକୁ ଭେଟିବ। ରାତି ୮ଟା ୩୦ରେ ମସ୍କୋର ସ୍ପାଟାକ୍ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ରାତି ୧୧ଟା ୩୦ରେ ସେଣ୍ଟ ପିଟର୍ସବଗ ଷ୍ଟାଡିୟମରେ ଆୟୋଜକ ଋଷିଆ, ଇଜିପ୍ଟ୍‌ ବିରୋଧରେ ପଡିଆକୁ ଓହ୍ଲାଇବ। ଋଷିଆ ପାଇଁ ଏହା ଦ୍ୱିତୀୟ ମ୍ୟାଚ୍‌। ବିଶ୍ୱକପର ଉଦ୍‌ଘାଟନୀ ମ୍ୟାଚ୍‌ରେ ସାଉଦି ଆରବକୁ ହରାଇ ଋଷିଆ ତାର ବିଜୟ ଅଭିଯାନ ଆରମ୍ଭ କରିଥିଲା। ଆଜିର ମ୍ୟାଚ୍‌ ଜିତି ଋଷିଆ ଟପ -୧୬ରେ ନିଜ ସ୍ଥାନ ପକ୍କା କରିବାକୁ ଆଶା ରଖିଛି।

ଗତକାଲି ଖେଳାଯାଇଥିବା ମ୍ୟାଚ୍‌ ବେଶ୍‌ ଚିତାକର୍ଷକ ହୋଇଥିଲା। ଟ୍ୟୁନିସିଆ ବିପକ୍ଷରେ ମ୍ୟାଚ ଜିତି ଇଂଲଣ୍ଡ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି। ଦଳ ପକ୍ଷରୁ ହାରି କେନ ଡବଲ ଗୋଲ ସ୍କୋର କରିଥିଲେ। ୧୧ତମ ମିନିଟରେ ହାରିକେନ ଏକ ଆକର୍ଷଣୀୟ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ୩୫ତମ ମିନିଟରେ ଟ୍ୟୁନିସିଆ ଗୋଲ ସୁଝାଇ ଦେଇଥିଲା। ଏହାପରେ ଖେଳରେ ରୋମାଞ୍ଚ ଆସିଥିଲା। ଶକ୍ତିଶାଳୀ ଇଂଲଣ୍ଡକୁ ଟ୍ୟୁନିସିଆ କଡା ଜବାବ ଦେଇଥିଲା। ଏପରିକି ନିର୍ଦ୍ଧାରିତ ସମୟରେ ଖେଳ ଅମୀମାଂସିତ ରହିଥିଲା। କିନ୍ତୁ ଅତିରିକ୍ତ ସମୟରେ ହାରିକେନ୍ ଆଉ ଏକ ଗୋଲ ଦେଇ ଇଂଲଣ୍ଡକୁ ବିଜୟୀ କରାଇଥିଲେ।

ଅନ୍ୟଏକ ମ୍ୟାଚରେ ବେଲଜିୟମ ୩-୦ଗୋଲରେ ପାନାମାକୁ ପରାସ୍ତ କରିଛି। ପାନାମା ପ୍ରଥମ ଥର ପାଇଁ ବିଶ୍ୱକପରେ ଖେଳୁଥିବାରୁ ଷ୍ଟାଡିୟମରେ ପାନାମାର ଅନେକ ପ୍ରଶଂସକ ଉପସ୍ଥିତ ଥିଲେ। କିନ୍ତୁ ସେମାନଙ୍କୁ ନିରାଶ କରିଥିଲେ ପାନାମା ଖେଳାଳି। ପ୍ରଥମାର୍ଦ୍ଧରେ କଡା ଟକ୍କର ଦେଇଥିବା ପାନାମା ଟିମ୍ ଦ୍ୱିତୀୟାର୍ଦ୍ଧରେ ସେହି ଫର୍ମ ଦୋହରାଇବାରେ ବିଫଳ ହୋଇଥିଲା।  ଦ୍ୱିତୀୟାର୍ଦ୍ଧ ଖେଳ ଆରମ୍ଭ ହେବାର ମାତ୍ର ଦୁଇ ମିନିଟ ପରେ ଡ୍ରାଇ ମେର୍ଟେନସ ବେଲଜିୟମ ପାଇଁ ପ୍ରଥମ ଗୋଲ ଦେଇଥିଲେ। ଏହାପରେ ରୋମେଲୁ ଲୁକାକୁ ଆଉ ଦୁଇଟି ଗୋଲ ଦେଇ ବିଜୟ ବ୍ୟବଧାନକୁ ବଢାଇଥିଲେ।

ସେହିପରି ଦକ୍ଷିଣ କୋରିଆ ବିପକ୍ଷରେ ମ୍ୟାଚ ଜିତି ସ୍ୱିଡେନ୍ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି। ପ୍ରଥମାର୍ଦ୍ଧରେ କଡା ଟକ୍କର ହୋଇଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇପାରିନଥିଲେ। ଦ୍ୱିତୀୟାର୍ଦ୍ଧରେ ସ୍ୱିଡେନ୍ ପକ୍ଷରୁ ଆନ୍ଦ୍ରେ ଗ୍ରାଙ୍କୱିଷ୍ଟ ଏକ ମାତ୍ର ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ। 

Related story