୬୮ ବର୍ଷ ବୟସରେ କ୍ରିକେଟ୍‌ରୁ ସନ୍ୟାସ ନେଲେ ଏହି ଖେଳାଳି

ନାପିଅର: କ୍ରିକେଟ୍‌ ଜଗତରେ ଏକ ବିରଳ ଘଟଣା ଘଟିଛି। ୧୯୭୫ ମସିହାରେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଡେବ୍ୟୁ କରିଥିବା ମିଡିୟମ୍‌ ପେସର୍‌ ଇୱେନ୍ ଚ୍ୟାଟଫିଲଡ ଶେଷରେ କ୍ରିକେଟ୍‌ରୁ ଅବସର ଗ୍ରହଣ କରିଛନ୍ତି। ଅବସର ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଛି। ସେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଦୀର୍ଘ ବର୍ଷ ହେଲା ଖେଳୁ ନଥିଲେ ହେଁ କେବେ ହେଲେ ଅବସର ଘୋଷଣା କରିନଥିଲେ। କିନ୍ତୁ ଆଜି ସମସ୍ତଙ୍କୁ ଚକିତ କରି ସେ ନିଜର ଅବସର ଘୋଷଣା କରିଛନ୍ତି। ସେ ୧୯୭୫ରେ […]

sg

Hemant Lenka
  • Published: Sunday, 27 January 2019
  • , Updated: 27 January 2019, 05:03 PM IST

ନାପିଅର: କ୍ରିକେଟ୍‌ ଜଗତରେ ଏକ ବିରଳ ଘଟଣା ଘଟିଛି। ୧୯୭୫ ମସିହାରେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଡେବ୍ୟୁ କରିଥିବା ମିଡିୟମ୍‌ ପେସର୍‌ ଇୱେନ୍ ଚ୍ୟାଟଫିଲଡ ଶେଷରେ କ୍ରିକେଟ୍‌ରୁ ଅବସର ଗ୍ରହଣ କରିଛନ୍ତି।

ଅବସର ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଛି। ସେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଦୀର୍ଘ ବର୍ଷ ହେଲା ଖେଳୁ ନଥିଲେ ହେଁ କେବେ ହେଲେ ଅବସର ଘୋଷଣା କରିନଥିଲେ। କିନ୍ତୁ ଆଜି ସମସ୍ତଙ୍କୁ ଚକିତ କରି ସେ ନିଜର ଅବସର ଘୋଷଣା କରିଛନ୍ତି।

ସେ ୧୯୭୫ରେ ସେ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ। ଏହାପରେ ସେ ଦେଶ ପାଇଁ ୪୩ ଟେଷ୍ଟ ଓ ୧୧୪ଟି ଦିନିକିଆ ଖେଳିଛନ୍ତି। ସେ ଶେଷ ଥର ପାଇଁ ୧୯୮୯ରେ ନ୍ୟୁଜିଲ୍ୟାଣ୍ଡର ପ୍ରତିନିଧିତ୍ୱ କରିଥିଲେ।

ଅବସର ସମ୍ପର୍କରେ ଘୋଷଣା କରି ସେ କହିଛନ୍ତି, “ ମୁଁ ୧୯୮୯ରୁ ଦେଶ ପାଇଁ ପ୍ରତିନିଧିତ୍ୱ କରୁ ନଥିଲେ ହେଁ କ୍ରିକେଟ୍‌ ମୋ ଭିତରେ ରହିଥିଲା। ହେଲେ ଏବେ ମୋତେ ୬୮ ବର୍ଷ ବୟସ ହୋଇଯାଇଥିବାରୁ ମୁଁ ଆଉ କ୍ରିକେଟ୍‌ ଖେଳିପାରିବି ନାହିଁ ବୋଲି ଅନୁଭବ କରିବା ପରେ ଅବସର ଘୋଷଣା କରିଛି।”

ଏହି ବୟସରେ ମଧ୍ୟ ଚ୍ୟାଟଫିଲଡ କ୍ଲବ କ୍ରିକେଟ୍‌ ଖେଳୁଥିଲେ। ନେନେ ଓଲଡ୍‌ ବୟଜ ଟିମ୍‌ ପକ୍ଷରୁ ଖେଳୁଥିବା ଚ୍ୟାଟଫିଲଡ ଗତ ମ୍ୟାଚ୍‌ରେ ଶୂନରେ ଆଉଟ୍‌ ହେବା ପରେ ଅବସର ଘୋଷଣା କରିଛନ୍ତି।

ସେ ନ୍ୟୁଜିଲ୍ୟାଣ୍ଡ ପାଇଁ ଟେଷ୍ଟ ମ୍ୟାଚ୍‌ରେ ୧୨୩ଟି ୱିକେଟ୍‌ ନେଇଥିବା ବେଳେ ଦିନିକିଆରେ ୧୪୦ଟି ୱିକେଟ୍‌ ଦଖଲ କରିଥିଲେ। ସେହିପରି ଚ୍ୟାଟଫିଲଡ ଟେଷ୍ଟରେ ୩ଥର ୫ରୁ ଅଧିକ ୱିକେଟ୍‌ ନେଇଥିବା ବେଳେ ଦିନିକିଆରେ ଥରେ ମାତ୍ର ଏଭଳି ସଫଳତା ଫାଇଥିଲେ।

Related story