ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଲିଗ୍କୁ ଆଇସିସିର ସବୁଜ ସଙ୍କେତ। ଏଥିରେ ଭାଗ ନେବେ ୯ଟି ଦେଶ। ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ଆଇସିସି ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ବିଶ୍ୱ ଟେଷ୍ଟ ଲିଗ୍ ପାଇଁ ବହୁ ଦିନରୁ ଆଇସିସି ପକ୍ଷରୁ ଉଦ୍ୟମ କରାଯାଉଥିଲା।
ଟି-ଟ୍ୱେଣ୍ଟି ଫର୍ମାଟ ଆସିବା ପରେ ଟେଷ୍ଟ କ୍ରିକେଟର ଲୋକପ୍ରିୟତା ଧୀରେ ଧୀରେ କମୁଥିବାରୁ ଏହାକୁ ଦୃଷ୍ଟିରେ ରଖି ୯ଟି ଦେଶକୁ ନେଇ ଏକ ଟେଷ୍ଟ ଲିଗ୍ ପାଇଁ ଆଇସିସି ପକ୍ଷରୁ ଯୋଜନା ହୋଇଛି। ଏଥିସହ୧୩ଟି ଟିମକୁ ନେଇ ଏକଦିବସୀୟ ଲିଗ୍ ଖେଳାଯିବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି।
୨୦୧୯ରୁ ଟେଷ୍ଟ ଲିଗ୍ ଆରମ୍ଭ ହେଉଥିବା ବେଳେ ୨୦୨୦ରୁ ଏକଦିବସୀୟ ଲିଗ ଆରମ୍ଭ ହେବ ବୋଲି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ୍ ରିଚାର୍ଡସନ୍ କହିଛନ୍ତି।