ଡବ୍ଲୁବିବିଏଲ୍: ସିଡ଼ନୀ ଥଣ୍ଡର ସହ ଚୁକ୍ତିଭୁକ୍ତ ହେଲେ ହରମନ୍‌ପ୍ରୀତ

ସିଡ଼ନୀ: ସବୁ କଳ୍ପନା ଜଳ୍ପନାର ଅନ୍ତଃ ଘଟାଇ ଓ‌ମେନ୍‌ ବିଗ୍‌ ବାଶ୍‌ ଲିଗ୍‌ (ଡବ୍ଲୁବିବିଏଲ୍)ର ଗତ ବର୍ଷର ଚାମ୍ପିଅନ୍‌ ହୋଇଥିବା ସିଡ଼ନୀ ଥଣ୍ଡର ଦଳର ସହ ଚୁକ୍ତିଭୁକ୍ତ ହୋଇଛନ୍ତି ଭାରତୀୟ ମହିଳା ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌର। ପ୍ରଥମ ଭାରତୀୟ ଭାବେ ସେ ଅଷ୍ଟ୍ରେଲିଆର ଏହି ଟି-୨୦ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସିଜିନ୍‌ରେ ଭାଗ ନେବେ। ସିଡ଼ନୀ ଥଣ୍ଡରର ସାଧାରଣ ପରିଚାଳକ ନିକ୍‌ କ୍ୟୁମିନ୍ସ କହିଛନ୍ତି,“ହରମନ୍‌ପ୍ରୀତ କୌରଙ୍କ ପରି ଅନୁଭବୀ ଖେଳାଳି ଆମ ଦଳରେ ସାମିଲ ହୋଇଥିବାରୁ […]

harmanpreet-singh-bcci-m

Rakesh Mallick
  • Published: Sunday, 31 July 2016
  • , Updated: 31 July 2016, 05:58 PM IST

ସିଡ଼ନୀ: ସବୁ କଳ୍ପନା ଜଳ୍ପନାର ଅନ୍ତଃ ଘଟାଇ ଓ‌ମେନ୍‌ ବିଗ୍‌ ବାଶ୍‌ ଲିଗ୍‌ (ଡବ୍ଲୁବିବିଏଲ୍)ର ଗତ ବର୍ଷର ଚାମ୍ପିଅନ୍‌ ହୋଇଥିବା ସିଡ଼ନୀ ଥଣ୍ଡର ଦଳର ସହ ଚୁକ୍ତିଭୁକ୍ତ ହୋଇଛନ୍ତି ଭାରତୀୟ ମହିଳା ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌର।

ପ୍ରଥମ ଭାରତୀୟ ଭାବେ ସେ ଅଷ୍ଟ୍ରେଲିଆର ଏହି ଟି-୨୦ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସିଜିନ୍‌ରେ ଭାଗ ନେବେ।

ସିଡ଼ନୀ ଥଣ୍ଡରର ସାଧାରଣ ପରିଚାଳକ ନିକ୍‌ କ୍ୟୁମିନ୍ସ କହିଛନ୍ତି,“ହରମନ୍‌ପ୍ରୀତ କୌରଙ୍କ ପରି ଅନୁଭବୀ ଖେଳାଳି ଆମ ଦଳରେ ସାମିଲ ହୋଇଥିବାରୁ ଆମେ ଖୁସି ଅଛୁ। ଆମେ ଆଶା କରୁଛୁ ଦଳ ଦ୍ୱିତୀୟ ସିଜିନ୍‌ରେ ମଧ୍ୟ  ଚାମ୍ପିଅନ୍‌ ହେବ। ସେ ଆମ ଖେଳାଳି ତାଲିକାର ପ୍ରଥମ ସ୍ଥାନରେ ଥିଲେ। ଆମେ ବିସିସିଆଇକୁ ସାଧୁବାଦ ଜଣାଉଛୁ କି ସେ ଏପରି ଜଣେ ଅଭିଜ୍ଞ ଖେଳାଳିଙ୍କୁ ଦେଶ ବାହାରକୁ ଖେଳିବାକୁ ଅନୁମତି ଦେଇଛି।”

ହରମନ୍‌ପ୍ରୀତ ଭାରତୀୟ ମହିଳା ଦଳର ଉପ ଅଧିନାୟିକା। ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ସେ ୩୧ ବଲରୁ ୪୬ ରନ୍‌ କରି ଡବ୍ଲୁବିବିଏଲ୍‌ର ଫ୍ରାଞ୍ଚାଇଜ୍‌ ସିଡ଼ନୀ ଥଣ୍ଡରର ଦୃଷ୍ଟି ଆକର୍ଷଣ କରିପାରିଥିଲେ।

ଭାରତୀୟ ଦଳ ମହିଳା ଟି-୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ହରମନ୍‌ପ୍ରୀତଙ୍କ ଖେଳ ସମସ୍ତଙ୍କୁ ଆକର୍ଷିତ କରିଥିଲା। ସେ ୮୯ ରନ୍‌ କରିଥିବା ବେଳେ ୭ଟି ୱିକେଟ ନେଇଥିଲେ।

Related story