ଏସିଆ କ୍ରିକେଟ କିମ୍ବଦନ୍ତୀ ହନିଫ୍‌ ମହମ୍ମଦଙ୍କ ପରଲୋକ

କରାଚି: କରାଚିର ଏକ ହସ୍ପିଟାଲରେ ୮୧ ବର୍ଷ ବୟସରେ ଏସିଆର କ୍ରିକେଟ କିମ୍ବଦନ୍ତୀ ତଥା ପାକିସ୍ତାନର ପୂର୍ବତନ ଟେଷ୍ଟ କ୍ରିକେଟର ହନିଫ୍‌ ମହମ୍ମଦଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ହେବ ହନିଫ୍‌ ଫୁସ୍‌ଫୁସ୍‌ କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କ ଅବସ୍ଥା ଆଜି ସଙ୍କଟାପନ୍ନ ଥିଲା। ତାଙ୍କୁ ଅଗା ଖାନ୍‌ ହସ୍ପିଟାଲର ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା ବେଳେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ୧୯୫୨ରୁ ୧୯୬୯ ମସିହା ମଧ୍ୟରେ ସେ ପାକିସ୍ତାନ ପକ୍ଷରୁ ୫୫ଟି ଟେଷ୍ଟ ଖେଳି […]

Hanif-Muhammad

Rakesh Mallick
  • Published: Thursday, 11 August 2016
  • , Updated: 11 August 2016, 10:22 PM IST

କରାଚି: କରାଚିର ଏକ ହସ୍ପିଟାଲରେ ୮୧ ବର୍ଷ ବୟସରେ ଏସିଆର କ୍ରିକେଟ କିମ୍ବଦନ୍ତୀ ତଥା ପାକିସ୍ତାନର ପୂର୍ବତନ ଟେଷ୍ଟ କ୍ରିକେଟର ହନିଫ୍‌ ମହମ୍ମଦଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ହେବ ହନିଫ୍‌ ଫୁସ୍‌ଫୁସ୍‌ କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କ ଅବସ୍ଥା ଆଜି ସଙ୍କଟାପନ୍ନ ଥିଲା। ତାଙ୍କୁ ଅଗା ଖାନ୍‌ ହସ୍ପିଟାଲର ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା ବେଳେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା।

୧୯୫୨ରୁ ୧୯୬୯ ମସିହା ମଧ୍ୟରେ ସେ ପାକିସ୍ତାନ ପକ୍ଷରୁ ୫୫ଟି ଟେଷ୍ଟ ଖେଳି ୩,୯୧୫ କରିଥିବା ବେଳେ ଏଥିରେ ୧୨ଟି ଶତକୀୟ ପାରି ରହିଛି।

ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

Related story