ହରଭଜନଙ୍କ ବିବାଦୀୟ ଟ୍ୱିଟ୍: ଟୟଲେଟ୍‌ ବେଳେ ମୋବାଇଲ ବ୍ୟବହାର କଲେ ୫୫ ମିନିଟ ସମୟ ନଷ୍ଟ ହୋଇଥାଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଡିଆ ଭିତରେ ହେଉ ଅବା ପଡିଆ ବାହାରେ, ହରଭଜନ ସିଂ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ହରଭଜନ କିନ୍ତୁ ତାଙ୍କ ଟ୍ୱିଟର୍‌ ପାଇଁ ଚର୍ଚ୍ଚା ଘେରକୁ ଆସିଛନ୍ତି। ଭଜି ବୁଧବାର ଟ୍ୱିଟ୍‌ କରି କହିଛନ୍ତି ଯେ ମୋବାଇଲ ଫୋନ ଆପଣଙ୍କ ସମୟକୁ ନଷ୍ଟ କରିଥାଏ। ଯଦି ଆପଣ ଟୟଲେଟ୍ ଯିବାବେଳେ ମୋବାଇଲ୍‌ ବ୍ୟାବହାର କରିଥାନ୍ତି ଏହା ଆପଣଙ୍କ ସମୟରୁ ଅଧିକ ନଷ୍ଟ କରିଥାଏ। ହରଭଜନ କହିଛନ୍ତି ଯଦି ଆପଣ ଟୟଲେଟ୍ ସମୟରେ ମୋବାଇଲ […]

555_1507129961_618x347

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 05:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଡିଆ ଭିତରେ ହେଉ ଅବା ପଡିଆ ବାହାରେ, ହରଭଜନ ସିଂ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ହରଭଜନ କିନ୍ତୁ ତାଙ୍କ ଟ୍ୱିଟର୍‌ ପାଇଁ ଚର୍ଚ୍ଚା ଘେରକୁ ଆସିଛନ୍ତି। ଭଜି ବୁଧବାର ଟ୍ୱିଟ୍‌ କରି କହିଛନ୍ତି ଯେ ମୋବାଇଲ ଫୋନ ଆପଣଙ୍କ ସମୟକୁ ନଷ୍ଟ କରିଥାଏ। ଯଦି ଆପଣ ଟୟଲେଟ୍ ଯିବାବେଳେ ମୋବାଇଲ୍‌ ବ୍ୟାବହାର କରିଥାନ୍ତି ଏହା ଆପଣଙ୍କ ସମୟରୁ ଅଧିକ ନଷ୍ଟ କରିଥାଏ।

ହରଭଜନ କହିଛନ୍ତି ଯଦି ଆପଣ ଟୟଲେଟ୍ ସମୟରେ ମୋବାଇଲ ବ୍ୟବହାର କରୁନାହାଁନ୍ତି ତେବେ ଆପଣଙ୍କୁ ଏଥିପାଇଁ ୫ ମିନିଟ ସମୟ  ଲାଗିଥାଏ। ଯଦି ଆପଣ ଏହି ସମୟରେ ମୋବାଇଲ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କର ୫୫ ମିନିଟ ଅଧିକ ସମୟ ନଷ୍ଟ ହୋଇଥାଏ ବୋଲି ଭଜି ଟ୍ୱିଟ୍ ମାଧ୍ୟମରେ କହିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚରେ ଭଜି।

Related story