ଭାରତୀୟ କ୍ରିକେଟର୍ସଙ୍କ ସିକ୍ରେଟ୍‌ ଖୋଲିଲେ ହରଭଜନ: କହିଲେ ଏହି ଖେଳାଳି ନିଜ ପତ୍ନୀଙ୍କୁ କରନ୍ତି ଅଧିକ ମିସ୍‌

ଆଇପିଏଲ୍‌ ୨୦୧୮ ସିଜିନ ଶେଷ ହୋଇଯାଇଛି। ୨ ବର୍ଷ ପରେ ଫେରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ତୃତୀୟ ଥର ପାଇ ପାଇଁ ଚାମ୍ପିୟନ ହୋଇଛି। ଏହି ଟିମ୍‌ରେ ଏମିତି ଜଣେ ଖେଳାଳି ଅଛନ୍ତି ଯିଏ ପୂର୍ବ ୧୦ଟି ସିଜନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଆସିଥିବା ବେଳେ ୧୧ତମ ସିଜନରେ ଚେନ୍ନାଇ ଟିମ୍‌ରେ ସ୍ଥାନ ପାଇଥିଲେ। ଏହି ଖେଳାଳି ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ସ୍ପିନର୍‌ ହରଭଜନ ସିଂ।   ଦଳ ଚାମ୍ପିୟନ ହେବାପରେ ହରଭଜନ ସିଂ […]

678841-harbhajan-singh-csk

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 12:56 AM IST

ଆଇପିଏଲ୍‌ ୨୦୧୮ ସିଜିନ ଶେଷ ହୋଇଯାଇଛି। ୨ ବର୍ଷ ପରେ ଫେରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ତୃତୀୟ ଥର ପାଇ ପାଇଁ ଚାମ୍ପିୟନ ହୋଇଛି। ଏହି ଟିମ୍‌ରେ ଏମିତି ଜଣେ ଖେଳାଳି ଅଛନ୍ତି ଯିଏ ପୂର୍ବ ୧୦ଟି ସିଜନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଆସିଥିବା ବେଳେ ୧୧ତମ ସିଜନରେ ଚେନ୍ନାଇ ଟିମ୍‌ରେ ସ୍ଥାନ ପାଇଥିଲେ। ଏହି ଖେଳାଳି ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ସ୍ପିନର୍‌ ହରଭଜନ ସିଂ।

 

ଦଳ ଚାମ୍ପିୟନ ହେବାପରେ ହରଭଜନ ସିଂ କହିଛନ୍ତି, ଏଭଳି ପ୍ରଦର୍ଶନର ସବୁତକ ଶ୍ରେୟ ଅଧିନାୟକ ଧୋନୀଙ୍କୁ ଯାଉଛି। ଭଜି କହିଛନ୍ତି ଧୋନୀଙ୍କ ଅଧିନାୟକତ୍ୱରେ ଖେଳିବା ସର୍ବଦା ରୋମାଞ୍ଚକର ହୋଇଥାଏ। ଏବଂ ଆଇପିଏଲ୍‌ କଥା ଉଠିଲେ ଧୋନୀଙ୍କ ଅଧିନାୟକତ୍ୱ ଆହୁରି ଆକର୍ଷଣୀୟ ହୋଇଯାଏ।

ନିକଟରେ ଏକ ଟିଭି ସୋରେ ଭଜି ଭାରତୀୟ କ୍ରିକେଟର୍ସଙ୍କ ସବୁ ସିକ୍ରେଟ୍‌ ଖୋଲିଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ କହିଛନ୍ତି ଶିଖର ଧୱନ ଏମିତି ଜଣେ କ୍ରିକେଟ୍‌ର ଯିଏ ବିଦେଶ ଗସ୍ତରେ ଥିବାବେଳେ ନିଜ ପତ୍ନୀଙ୍କୁ ସବୁଠୁ ଅଧିକ ମିସ୍ କରିଥାନ୍ତି। ବିରାଟ କୋହଲି ଏମିତି ଖେଳାଳି ଯିଏ ସବୁଠୁ ଖରାପ ଜୋକ୍‌ ଶୁଣାଇଥାନ୍ତି। ଖାଇବା କଥା ଉଠଲେ ସବୁଠୁ ଅଧିକ ଉତ୍ସାହିତ ହେଉଥିବା ଖେଳାଳିଙ୍କ ମଧ୍ୟରେ ଇର୍‌ଫାନ୍‌ ପଠାନଙ୍କ ନାଁ ସବୁଠୁ ଆଗରେ ବୋଲି ଭଜି କହିଛନ୍ତି।

 

ବୋଲର୍‌ ଶ୍ରୀସନ୍ତ ଟିମ୍‌ରେ ସବୁଠୁ ଅଧିକ ପୂଜା ପଠା କରୁଥିବା ଖେଳାଳି ଥିଲେ ବୋଲି ହରଭଜନ କହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟଙ୍କୁ ପାର୍ଟିରେ ମସଗୁଲ ହେବା ସବୁଠୁ ଅଧିକ ପସନ୍ଦ। ସେପଟେ ଦଳରେ ସବୁଠୁ ଲେଟ୍‌ ଆସୁଥିବା ଖେଳାଳି ନେହେରା ବୋଲି ଭଜି କହିଛନ୍ତି।   

Related story