ଆଇପିଏଲ ଫାଇନାଲରେ ରକ୍ତସ୍ରାବ ସତ୍ତ୍ୱେ ବ୍ୟାଟିଂ ଜାରି ରଖିଥିଲେ ଏହି ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ଆଇପିଏଲ୍ ଦ୍ୱାଦଶ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯାଇଥିଲା ଏବଂ ରୋହିତ ଶର୍ମାଙ୍କ ଟିମ୍ ମାତ୍ର ୧ ରନରେ ବାଜି ମାରି ରେକର୍ଡ ଚତୁର୍ଥ ଥର ପାଇଁ ଟାଇଟଲ୍ ଜିତିଥିଲା। ଯଦି ମୁମ୍ବାଇ ଏହି ମ୍ୟାଚରେ ବିଜୟୀ ହୋଇଥାଏ, ତାହା କେବଳ ଶେନ୍ ୱାଟସନଙ୍କ ରନ୍ ଆଉଟ୍ ହୋଇଯିବା ଯୋଗୁ। କାରଣ ୱାଟସନ୍ କ୍ରିଜରେ ଥିବା ପର୍ଯ୍ୟନ୍ତ ମ୍ୟାଚ୍ ଚେନ୍ନାଇ ସପକ୍ଷରେ ଥିଲା। କିନ୍ତୁ ତାଙ୍କ ରନ୍ […]

wat

Hemant Lenka
  • Published: Tuesday, 14 May 2019
  • , Updated: 14 May 2019, 04:04 PM IST

ନୂଆଦିଲ୍ଲୀ: ଆଇପିଏଲ୍ ଦ୍ୱାଦଶ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯାଇଥିଲା ଏବଂ ରୋହିତ ଶର୍ମାଙ୍କ ଟିମ୍ ମାତ୍ର ୧ ରନରେ ବାଜି ମାରି ରେକର୍ଡ ଚତୁର୍ଥ ଥର ପାଇଁ ଟାଇଟଲ୍ ଜିତିଥିଲା। ଯଦି ମୁମ୍ବାଇ ଏହି ମ୍ୟାଚରେ ବିଜୟୀ ହୋଇଥାଏ, ତାହା କେବଳ ଶେନ୍ ୱାଟସନଙ୍କ ରନ୍ ଆଉଟ୍ ହୋଇଯିବା ଯୋଗୁ। କାରଣ ୱାଟସନ୍ କ୍ରିଜରେ ଥିବା ପର୍ଯ୍ୟନ୍ତ ମ୍ୟାଚ୍ ଚେନ୍ନାଇ ସପକ୍ଷରେ ଥିଲା। କିନ୍ତୁ ତାଙ୍କ ରନ୍ ଆଉଟ୍ ହିଁ ମୁମ୍ବାଇକୁ ଚାମ୍ପିଅନ୍ କରାଇବାରେ ସହାୟକ ହୋଇଥିଲା। ତେବେ ଏହି ମ୍ୟାଚରେ ୱାଟସନଙ୍କ ଏଭଳି ଏକ କଥା ସାମ୍ନାକୁ ଆସିଛି, ଯାହା ଶୁଣିଲେ ସମସ୍ତେ ତାଙ୍କୁ ସଲାମ୍ କରିବେ।

ଚେନ୍ନାଇର ଭେଟେରାନ୍ ସ୍ପିନର ହରଭଜନ ସିଂହ ସୋମବାର ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ଉଲ୍ଲେଖ କରିଥିଲେ ଯେ, "ୱାଟସନଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହି କାରଣରୁ ତାଙ୍କର ରକ୍ତସ୍ରାବ ହୋଇଥିଲା, କିନ୍ତୁ ଏହି କଥା ସେ ଟିମର କୌଣସି ଖେଳାଳିଙ୍କୁ ଜଣାଇ ନଥିଲେ ଏବଂ ବ୍ୟାଟିଂ କରିଚାଲିଥିଲେ। ସେ ଆଉଟ୍ ହୋଇ ଫେରିବା ପରେ ଟିମ ତାଙ୍କ ଆଘାତ ବିଷୟରେ ଜାଣିପାରି ଥିଲା। ମ୍ୟାଚ୍ ପରେ ତାଙ୍କ ଆଣ୍ଠୁରେ ୬ଟି ଷ୍ଟିଚ୍ ପଡ଼ିଥିଲା।"

ତେଣୁ ହରଭଜନଙ୍କ ଏହି ଖୁଲାସା ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଓ କ୍ରିକେଟ୍ ଫ୍ୟାନମାନେ ମଧ୍ୟ ୱାଟସନଙ୍କୁ ସଲାମ୍ କରିଛନ୍ତି। ଫାଇନାଲରେ ୱାଟସନ୍ ୫୯ ବଲରେ ୮ ଚୌକା ଓ ୪ ଛକା ସହ ୮୦ ରନର ଇନିଂସ୍ ଖେଳିଥିଲେ, କିନ୍ତୁ ଅନ୍ତିମ ଓଭରର ଚତୁର୍ଥ ବଲରେ କୃନାଲ୍ ପାଣ୍ଡ୍ୟାଙ୍କ ଦ୍ୱାରା ସେ ରନଆଉଟ୍ ହୋଇଥିଲେ। ଦୁଇ ରନ୍ ନେବା ପ୍ରୟାସରେ ୱାଟସନ୍ ଦୌଡ଼ିଥିଲେ, କିନ୍ତୁ ଆଣ୍ଠୁରେ ଆଘାତ ଯୋଗୁ କ୍ରିଜରେ ପହଞ୍ଚିପାରି ନଥିଲେ। ଆଇପିଏଲର ଦ୍ୱାଦଶ ସିଜନରେ ମଧ୍ୟ ୱାଟସନ୍ ଭଲ ପ୍ରଦର୍ଶନ କରି ୧୭ ମ୍ୟାଚରେ ୩୯୮ ରନ୍ କରିଛନ୍ତି।

Related story