ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ: ଟିମ୍ ଇଣ୍ଡିଆର ବିସ୍ଫୋରକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ରିଲେଶନଶିପକୁ ନେଇ ଚାଲିଥିବା ସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି। ସେ ସର୍ବିୟାନ୍ ମଡେଲ୍ ତଥା ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କ ସହ ନିର୍ବନ୍ଧ କରିଛନ୍ତି। ପାଣ୍ଡ୍ୟା ଏହା ମଧ୍ୟରେ ଦୁଇଟି ଫଟୋ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି।   View this post on Instagram   Mai tera, Tu meri jaane, saara Hindustan. 👫💍 01.01.2020 ❤️ #engaged A […]

hardik

Ranjit Kumar Jena
  • Published: Wednesday, 01 January 2020
  • , Updated: 01 January 2020, 08:37 PM IST

ମୁମ୍ବାଇ: ଟିମ୍ ଇଣ୍ଡିଆର ବିସ୍ଫୋରକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ରିଲେଶନଶିପକୁ ନେଇ ଚାଲିଥିବା ସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି। ସେ ସର୍ବିୟାନ୍ ମଡେଲ୍ ତଥା ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କ ସହ ନିର୍ବନ୍ଧ କରିଛନ୍ତି। ପାଣ୍ଡ୍ୟା ଏହା ମଧ୍ୟରେ ଦୁଇଟି ଫଟୋ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି।

 

View this post on Instagram

 

Mai tera, Tu meri jaane, saara Hindustan. 👫💍 01.01.2020 ❤️ #engaged

A post shared by Hardik Pandya (@hardikpandya93) on


ଏହାସହ ପାଣ୍ଡ୍ୟା ଏକ ଭିଡିଓ କ୍ଲିପ୍ ମଧ୍ୟ ଶେଆର କରିଛନ୍ତି। ନତାଶା ଓ ପାଣ୍ଡ୍ୟା ଦୁବାଇରେ ନିର୍ବନ୍ଧ କରିଛନ୍ତି। ଦୁହିଁଙ୍କୁ କିଛି ଘନିଷ୍ଠ ସମ୍ପର୍କୀୟଙ୍କ ସହ ଏକ ବୋଟରେ ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ଫଟୋ ଶେଆର କରି ଲେଖିଛନ୍ତି, ମେ ତେରା, ତୁ ମେରି ଜାନେ, ସାରା ହିନ୍ଦୁସ୍ତାନ...। ଏହା ସହ ପାଣ୍ଡ୍ୟା ନିର୍ବନ୍ଧର ତାରିଖ ୦୧-୦୧-୨୦୨୦ ମଧ୍ୟ ଦେଖାଇଛନ୍ତି।

 

View this post on Instagram

 

Forever yes 🥰💍❤️ @hardikpandya93

A post shared by 🎀Nataša Stanković🎀 (@natasastankovic__) on


ସୂଚନାଯୋଗ୍ୟ, ଏହା ପୂର୍ବରୁ ନୂଆ ବର୍ଷ ଅର୍ଥାତ୍ ୨୦୨୦ର ପ୍ରଥମଦିନ ହାର୍ଦ୍ଦିକ ନିଜ ସମ୍ପର୍କକୁ ସାର୍ବଜନୀତ କରି ଏକ ନାଁ ଦେଇଥିଲେ। ସେ ନତାଶାଙ୍କ ସହ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ଶେଆର କରି ଲେଖିଥିଲେ, ବର୍ଷର ଶୁଭାରମ୍ଭ ଫାୟାରୱର୍କ (ଆତଶବାଜୀ) ସହ କରୁଛି। ଏହା ସହ କିଛି ଘଣ୍ଟା ପରେ ପାଣ୍ଡ୍ୟା ନିର୍ବନ୍ଧର ଫଟୋ ଶେଆର କରିଥିଲେ।

ଅନ୍ୟପକ୍ଷରେ ନତାଶା ଏକ ରୋମାଣ୍ଟିକ ଭିଡିଓ ମଧ୍ୟ ଶେଆର କରିଛନ୍ତି, ଯେଉଁଥିରେ ପାଣ୍ଡ୍ୟାଙ୍କୁ ସମୁଦ୍ର ମଝିରେ କ୍ରୁଜରେ ନତାଶାଙ୍କୁ ଫିଲ୍ମ ଷ୍ଟାଇଲରେ ପ୍ରପୋଜ କରୁଥିବାର ଦେଖିବାକୁ ମିଳିଛି। ହାର୍ଦ୍ଦିକ ନିଜ ଆଣ୍ଠୁରେ ବସି ନତାଶାଙ୍କୁ ବିବାହ କରିବା ପାଇଁ ପଚାରୁଛନ୍ତି, ଯାହାର ଜବାବରେ ନତାଶା ହଁ ମାରିଛନ୍ତି।

Related story