ବିରାଟଙ୍କ ରେକର୍ଡ ଭାଙ୍ଗିଲେ ହାଶିମ୍ ଅମ୍‌ଲା

ନୂଆଦିଲ୍ଲୀ: ରେକର୍ଡ ପରେ ରେକର୍ଡ କରି ଚାଲିଥିବା ଭାରତୀୟ କ୍ରିକେଟ୍ ଟିମ୍‌ ଅଧିନାୟକ ବିରାଟ କୋହଲିଙ୍କ ଏକ ରେକର୍ଡ ଭାଙ୍ଗିଛନ୍ତି ଦକ୍ଷିଣ ଆଫ୍ରିକାର ବରିଷ୍ଠ ଖେଳାଳି ହାଶିମ୍ ଅମ୍‌ଲା। ଗତକାଲି ପୋର୍ଟ ଏଲିଜାବେଥ୍‌ର ଏସ୍‌ଟି ଜର୍ଜ ପାର୍କରେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ଦିନିକିଆ ମ୍ୟାଚ୍‌ରେ ବିରାଟଙ୍କ ରେକର୍ଡ ଭାଙ୍ଗିଥିଲେ ଅମ୍‌ଲା। ଅମ୍‌ଲା ଗତକାଲି ୧୨୦ଟି ବଲ୍‌ରୁ ୧୦୮ ରନ୍ ସଂଗ୍ରହ କରିଥିଲେ। ଏହା ସହିତ ସେ ତାଙ୍କ କ୍ୟାରିଅରର ୨୭ତମ ଶତକ ହାସଲ କରିଥିଲେ। ଏହି […]

amal

Jitendra Garnayak
  • Published: Sunday, 20 January 2019
  • , Updated: 20 January 2019, 12:36 PM IST

ନୂଆଦିଲ୍ଲୀ: ରେକର୍ଡ ପରେ ରେକର୍ଡ କରି ଚାଲିଥିବା ଭାରତୀୟ କ୍ରିକେଟ୍ ଟିମ୍‌ ଅଧିନାୟକ ବିରାଟ କୋହଲିଙ୍କ ଏକ ରେକର୍ଡ ଭାଙ୍ଗିଛନ୍ତି ଦକ୍ଷିଣ ଆଫ୍ରିକାର ବରିଷ୍ଠ ଖେଳାଳି ହାଶିମ୍ ଅମ୍‌ଲା। ଗତକାଲି ପୋର୍ଟ ଏଲିଜାବେଥ୍‌ର ଏସ୍‌ଟି ଜର୍ଜ ପାର୍କରେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ଦିନିକିଆ ମ୍ୟାଚ୍‌ରେ ବିରାଟଙ୍କ ରେକର୍ଡ ଭାଙ୍ଗିଥିଲେ ଅମ୍‌ଲା।

ଅମ୍‌ଲା ଗତକାଲି ୧୨୦ଟି ବଲ୍‌ରୁ ୧୦୮ ରନ୍ ସଂଗ୍ରହ କରିଥିଲେ। ଏହା ସହିତ ସେ ତାଙ୍କ କ୍ୟାରିଅରର ୨୭ତମ ଶତକ ହାସଲ କରିଥିଲେ। ଏହି ଶତକ ହାସଲ କରିବା ସହିତ ସେ ବିରାଟଙ୍କ ରେକର୍ଡ ଭାଙ୍ଗିଥିଲେ।

ବିରାଟ କୋହଲି ଦିନିକିଆରେ ୧୬୯ଟି ପାଳି ଖେଳି ୨୭ତମ ଶତକ ହାସଲ କରିଥିଲେ। ତେବେ ଅମ୍‌ଲା ଗତକାଲି ତାଙ୍କର ୧୬୭ତମ ପାଳିରୁ ୨୭ତମ ଶତକ ହାସଲ କରିଥିଲେ।

ଏହି ତାଲିକାର ତୃତୀୟ ସ୍ଥାନରେ ସଚିନ ତେନ୍ଦୁଲକର ଅଛନ୍ତି। ସେ ୨୫୪ଟି ପାଳି ଖେଳି ୨୭ତମ ଶତକ ମାରିଥିଲେ। ସେହିଭଳି ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୩୦୮ତମ ପାଳିରେ ୨୭ତମ ଶତକ କରିଥିଲେ।

୨୬ତମ ଦିନିକିଆ ଶତକ କରିବାରେ ବି ବିରାଟଙ୍କ ରେକର୍ଡ କାଟିଥିଲେ ଅମ୍‌ଲା। ବିରାଟ ୧୬୬ତମ ପାଳିରେ ତାଙ୍କ ୨୬ତମ ଶତକ ମାରିଥିଲେ। ଅମ୍‌ଲା ୧୫୪ତମ ପାଳିରେ ଏହି ରେକର୍ଡ ଅତିକ୍ରମ କରିଥିଲେ।

ଅନ୍ୟପକ୍ଷରେ ଗତକାଲି ଅମ୍‌ଲାଙ୍କ ଶତକ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ହାରି ଯାଇଥିଲା। ୫୦ ଓଭରରେ ଦଳ ୨୬୬ ରନ୍ କରିଥିବା ବେଳେ ପାକିସ୍ତାନ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହା ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସରିଜ୍‌ରେ ପାକିସ୍ତାନ ୧-୦ରେ ଆଗୁଆ ରହିଛି।

Related story