ସାମିଙ୍କ ଘରେ ପହଞ୍ଚିଛନ୍ତି ହସିନ୍‌, ଜାଣନ୍ତୁ କ’ଣ ଘଟିଲା ସେଠାରେ

ନୂଆଦିଲ୍ଲୀ: ଅନେକଦିନ ଧରି ଚର୍ଚ୍ଚାରେ ରହିଛନ୍ତି  କ୍ରିକେଟର ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସୀନ୍‌ ଜହାଁ। ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦ ଖୁବ୍ ଶୀଘ୍ର ସମାଧାନ ହୋଇଯାଇପାରେ। କାରଣ ହେଉଛି ହସିନ୍‌ ଜହାଁ ରବିବାର ସାମିଙ୍କ ଘରେ ପହଞ୍ଚିଛନ୍ତି। ହସିନ୍‌ ଜହାଁଙ୍କ ସହ ତାଙ୍କ ଝିଅ ଆୟରା ଏବଂ ଓକିଲ ବି ଉପସ୍ଥିତ ଥିଲେ। ହସିନ୍‌ ନିଜ ସହ ନିଜ ଆସବାବପତ୍ର ସବୁ ଧରି ଆସିଛନ୍ତି। କିନ୍ତୁ ତାଙ୍କ ଜିନିଷ ସବୁ ତାଙ୍କ ପଡୋସୀଙ୍କ ଘରେ […]

mohammed_shami

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 03:32 PM IST

ନୂଆଦିଲ୍ଲୀ: ଅନେକଦିନ ଧରି ଚର୍ଚ୍ଚାରେ ରହିଛନ୍ତି  କ୍ରିକେଟର ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସୀନ୍‌ ଜହାଁ। ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦ ଖୁବ୍ ଶୀଘ୍ର ସମାଧାନ ହୋଇଯାଇପାରେ। କାରଣ ହେଉଛି ହସିନ୍‌ ଜହାଁ ରବିବାର ସାମିଙ୍କ ଘରେ ପହଞ୍ଚିଛନ୍ତି।

ହସିନ୍‌ ଜହାଁଙ୍କ ସହ ତାଙ୍କ ଝିଅ ଆୟରା ଏବଂ ଓକିଲ ବି ଉପସ୍ଥିତ ଥିଲେ। ହସିନ୍‌ ନିଜ ସହ ନିଜ ଆସବାବପତ୍ର ସବୁ ଧରି ଆସିଛନ୍ତି। କିନ୍ତୁ ତାଙ୍କ ଜିନିଷ ସବୁ ତାଙ୍କ ପଡୋସୀଙ୍କ ଘରେ ରଖିବାକୁ ପଡ଼ିଥିଲା। କାରଣ ଶାମିଙ୍କ ଘରେ ତାଲା ଲାଗିଥିଲା।  ହସିନ୍‌ଙ୍କ ସହ ତାଙ୍କ ଝିଅ, ଓକିଲ ଓ ପୋଲିସ୍‌ ବି ଥିଲେ।  ସେଠାରେ ଯେମିତି କିଛି ଅସୁବିଧା ନ ହେଉ ସେଥିପାଇଁ ହସିନ୍‌ ପୋଲିସ୍‌କୁ ସାଙ୍ଗରେ ଧରି ଆସିଥିଲେ। ହସିନ୍‌ ସାମିଙ୍କ ପଡୋସୀଙ୍କୁ ମଧ୍ୟ ସାମିଙ୍କ ପରିବାର ସଂପର୍କରେ ପଚାରା ଉଚରା କରିଥିଲେ।

ଅନ୍ୟପଟେ IPL ଦିଲ୍ଲୀ ଡେୟାର ଡେଭିଲ୍ସ ପାଇଁ ଖେଳୁଥିବା ମହମ୍ମଦ ସାମି ଓ ତାଙ୍କ ବଡ଼ଭାଇଙ୍କୁ ଏପ୍ରିଲ୍‌ ୧୮ ତାରିଖରେ କଲିକତା ପୋଲିସ୍‌ ପଚାରା ଉଚରା କରିଥିଲେ। ସୂଚନାଯୋଗ୍ୟ ଯେ, ହସିନ୍ ଜାହାଁ ସାମିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।  ଅନ୍ୟ ମହିଳାଙ୍କ ସହ ସାମି ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ କରିଥିଲେ।

ପୋଲିସ୍‌ ସାମିଙ୍କ ପରିବାରର ଚାରିଜଣ ସଦସ୍ୟଙ୍କ ନାଁରେ ଧାରା ୪୯୮A, ୩୨୩, ୩୦୭, ୩୭୬, ୫୦୬, ୩୨୮ ଓ ୩୪ ରେ ମାମଲା ରୁଜୁ କରିଥିଲେ। ଏସବୁ ଭିତରେ ହସିନ୍‌ ସାମିଙ୍କ ଉପରେ ଆହୁରି ଭିନ୍ନଭିନ୍ନ ଆରୋପ ଲଗାଇଥିଲେ। ହସିନ୍‌ ଅଭିଯୋଗ କରିବାପରେ BCCI ସାମିଙ୍କ ବାର୍ଷିକ ଆୟ ରଦ୍ଦ କରିଦେଇଥିଲେ। କିନ୍ତୁ ପରେ ବୋର୍ଡ ତାଙ୍କୁ ବି ଗ୍ରେଡ୍‌ରେ ରଖିଥିଲେ।

Related story