ରାଷ୍ଟ୍ରୀୟ ସଙ୍ଗୀତକୁ ଇଂରାଜୀରେ ଅନୁବାଦ କରି ଶୁଭେଚ୍ଛା ଜଣାଇଲେ ହେଡେନ୍‌: ଜିତିଗଲେ ଭାରତୀୟଙ୍କ ହୃଦୟ

ମୁମ୍ବାଇ: ସ୍ୱାଧୀନତା ଦିବସ ବେଶ୍‌ ଉତ୍ସାହର ସହ ସାରା ଦେଶରେ ପାଳିତ ହୋଇଯାଇଛି। କେବଳ ଭାରତରେ ନୁହେଁ ବିଦେଶରେ ରହୁଥିବା ଭାରତୀୟ ମାନେ ମଧ୍ୟ ଏହି ଦିବସକୁ ପାଳନ କରିଛନ୍ତି। ସ୍ୱାଧୀନତା ଦିବସ ପାଇଁ ଅନେକ ବିଦେଶୀ ବ୍ୟକ୍ତିବିଶେଷ ଭାରତକୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଏହାରି ମଧ୍ୟରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେଡେନ୍‌। ହେଡେନ୍‌ ଭାରତକୁ ବିଶେଷ ଭାବେ ସ୍ୱାଧୀନତା ଦିବସର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ହେଡେନ୍‌ ଟ୍ୱିଟ୍‌ର ମାଧ୍ୟମରେ ଜାତୀୟ ସଙ୍ଗୀତକୁ  […]

Matthew-Hayde

Rakesh Mallick
  • Published: Wednesday, 16 August 2017
  • , Updated: 16 August 2017, 07:38 PM IST

ମୁମ୍ବାଇ: ସ୍ୱାଧୀନତା ଦିବସ ବେଶ୍‌ ଉତ୍ସାହର ସହ ସାରା ଦେଶରେ ପାଳିତ ହୋଇଯାଇଛି। କେବଳ ଭାରତରେ ନୁହେଁ ବିଦେଶରେ ରହୁଥିବା ଭାରତୀୟ ମାନେ ମଧ୍ୟ ଏହି ଦିବସକୁ ପାଳନ କରିଛନ୍ତି। ସ୍ୱାଧୀନତା ଦିବସ ପାଇଁ ଅନେକ ବିଦେଶୀ ବ୍ୟକ୍ତିବିଶେଷ ଭାରତକୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଏହାରି ମଧ୍ୟରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେଡେନ୍‌।

ହେଡେନ୍‌ ଭାରତକୁ ବିଶେଷ ଭାବେ ସ୍ୱାଧୀନତା ଦିବସର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ହେଡେନ୍‌ ଟ୍ୱିଟ୍‌ର ମାଧ୍ୟମରେ ଜାତୀୟ ସଙ୍ଗୀତକୁ  ଇଂରାଜିରେ ଅନୁବାଦ କରି ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହାର ଠିକ୍‌ ପରେ ପରେ ସୋସିଆଲ୍‌ ମିଡିଆରେ ଏହା ଭାଇରାଲ୍‌ ହୋଇଗଲା। ଏବଂ ହଜାର ହଜାର ଲୋକ ହେଡେନ୍‌ଙ୍କ ଏଭଳି କାମ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଭାରତର ଅନେକ ୟୁଜର୍ସ ହେଡନ୍‌ଙ୍କୁ ଟ୍ୱିଟରରେ ଧନ୍ୟବାଦ ଦେଇଛନ୍ତି। ପଡ଼ିଆରେ ଛକ୍କା ଚୌକା ମାରି କ୍ରୀଡାପ୍ରେମୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ହେଡେନ ଟ୍ୱିଟର୍‌ରେ ଭାରତକୁ ଏହି ବିଶେଷ ଭାବରେ ଶୁଭେଚ୍ଛା ଜଣାଇବା ପରେ ଭାରତୀୟଙ୍କ ହୃଦୟକୁ ଜିତିଯାଇଛନ୍ତି ବୋଲି କୁହାଯାଉଛି।

Related story