ହକି ଇଣ୍ଡିଆ ଲିଗ୍: ମୋରିଚ୍ ଦାମୀ ଖେଳାଳି, ୭୦ ଲକ୍ଷରେ କିଣିଲା କଳିଙ୍ଗ ଲାନ୍ସର୍ସ  

ନୂଆଦିଲ୍ଲୀ: ହକି ଇଣ୍ଡିଆର ଚତୁର୍ଥ ସଂସ୍କରଣରେ ସବୁଠୁ ଦାମୀ ଖେଳାଳି ହେଉଛନ୍ତି ଜର୍ମାନୀର ମୋରିଚ୍ ଫୁଏରଷ୍ଟେ। ଏହି ଖେଳାଳିଙ୍କୁ କଳିଙ୍ଗ ଲାନ୍ସର୍ସ ପ୍ରାୟ ୬୯ ଲକ୍ଷ ୪୪ ହଜାର ୬୭୭ ଟଙ୍କା (୧୦୫ ହଜାର ଡଲାର)ରେ କିଣିଛି। ଗୁରୁବାର ନୂଆଦିଲ୍ଲୀରେ ହୋଇଥିବା ହକି ଇଣ୍ଡିଆର ଖେଳାଳି ନିଲାମରେ ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ମୋରିଚ୍ ଫୁଏରଷ୍ଟେ। ଏହି ଜର୍ମାନି ଖେଳାଳିଙ୍କ ବେସ୍ ପ୍ରାଇସ୍ ଥିଲା ୩୦ ହଜାର ଡଲାର। ଦୁଇଥର ଅଲିମ୍ପିକ ଚାମ୍ପିଅନ ହୋଇଥିବା ଏହି ଖେଳାଳି […]

moriz and kalinga lancers

Rakesh Mallick
  • Published: Thursday, 17 September 2015
  • , Updated: 17 September 2015, 01:05 PM IST

ନୂଆଦିଲ୍ଲୀ: ହକି ଇଣ୍ଡିଆର ଚତୁର୍ଥ ସଂସ୍କରଣରେ ସବୁଠୁ ଦାମୀ ଖେଳାଳି ହେଉଛନ୍ତି ଜର୍ମାନୀର ମୋରିଚ୍ ଫୁଏରଷ୍ଟେ। ଏହି ଖେଳାଳିଙ୍କୁ କଳିଙ୍ଗ ଲାନ୍ସର୍ସ ପ୍ରାୟ ୬୯ ଲକ୍ଷ ୪୪ ହଜାର ୬୭୭ ଟଙ୍କା (୧୦୫ ହଜାର ଡଲାର)ରେ କିଣିଛି। ଗୁରୁବାର ନୂଆଦିଲ୍ଲୀରେ ହୋଇଥିବା ହକି ଇଣ୍ଡିଆର ଖେଳାଳି ନିଲାମରେ ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ମୋରିଚ୍ ଫୁଏରଷ୍ଟେ। ଏହି ଜର୍ମାନି ଖେଳାଳିଙ୍କ ବେସ୍ ପ୍ରାଇସ୍ ଥିଲା ୩୦ ହଜାର ଡଲାର। ଦୁଇଥର ଅଲିମ୍ପିକ ଚାମ୍ପିଅନ ହୋଇଥିବା ଏହି ଖେଳାଳି ଜଣଙ୍କୁ କିଣିବା ପାଇଁ ଦିଲ୍ଲୀ ୱାଭେରିଡର ଓ ଉତ୍ତର ପ୍ରଦେଶ ୱିଜାର୍ଡ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଦେଖାଯାଇଥିଲା। ତେବେ ମୋରିଚଙ୍କୁ କିଣିବା ଦୈଡରେ ମଝିରେ ସାମିଲ ହୋଇଥିଲା କଳିଙ୍ଗ ଲାନ୍ସର୍ସ। ଏବଂ ଶେଷରେ କଳିଙ୍ଗ ଲାନ୍ସର୍ସ ମୋରିଚଙ୍କୁ ୬୯ ଲକ୍ଷ ୪୪ ହଜାର ୬୭୭ ଟଙ୍କାରେ କଣିବାରେ ସମର୍ଥ ହୋଇଥିଲା କଳିଙ୍ଗ ଲାନ୍ସର୍ସ। ଚଳିତବର୍ଷ ହକି ଲିଗ ପାଇଁ ଓଡ଼ିଶା ଫ୍ରାଞ୍ଚାଇଜ୍ ଟିମ୍  କଳିଙ୍ଗ ଲାନ୍ସର୍ସ ୧୫ଜଣ ଖେଳାଳିଙ୍କୁ କିଣିଛି। ସେଥିରେ ୧୨ଜଣ ଭାରତୀୟ, ୮ ଜଣ ବିଦେଶୀ ଖେଳାଳିଙ୍କୁ ନେଇ ନୂଆ ଟିମ୍ କରିଛି ଓଡ଼ିଶା ଫ୍ରାଞ୍ଚାଇଜ୍ କଳିଙ୍ଗ ଲାନସର୍ସ। ଏମାନଙ୍କ ମଧ୍ୟରେ ଅଛନ୍ତି ୪ ଓଡ଼ିଆ ଖେଳାଳି। ସେମାନେ ହେଲେ ଅମିତ ରୋହିଦାସ,ଦିପସାନ ତିର୍କି, ଆନନ୍ଦ ଲାକ୍ରା ଏବଂ ଷ୍ଟାଲିନ ଭିକଟର ମିଂଜ୍ । ପୂର୍ବରୁ ୩ଜଣ ଭାରତୀୟ ଏବଂ ୨ଜଣ ବିଦେଶୀ ଖେଳାଳିଙ୍କୁ ବଜାୟ ରଖିଥିଲା। ଏଥି ସହିତ ଭାରତୀୟ ଖେଳାଳି ଧରମବୀର ସିଂଙ୍କୁ ମଧ୍ୟ ଦ୍ବିତୀୟ ସର୍ବାଧିକ ୬୦ହଜାର ୟୁଏସ ଡଲାର ଦେଇ କିଣାଯାଇଛି।

Related story