ଇତିହାସ ରଚିଲେ ହିମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇତିହାସ ରଚିଲେ ଭାରତୀୟ ଆଥ୍‌ଲେଟ୍‌ ହିମା ଦାସ। ଅନ୍ତର୍ଜାତୀୟ ଆଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ପ୍ରଥମ ଭାରତୀୟ ମହିଳା ଭାବେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫିନ୍‌ଲାଣ୍ଡରେ ଚାଲିଥିବା ୨୦ ବର୍ଷରୁ କମ୍ ଅନ୍ତର୍ଜାତୀୟ ଆଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ହିମା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧୮ ବର୍ଷୀୟା ହିମା ୪୦୦ ମିଟର ଦୌଡ଼କୁ ୫୧.୪୬ ସେକେଣ୍ଡରେ ଶେଷ କରିଥିଲେ।  ଏହା ସହ ସେ ଜାଭଲିନ୍ ଖେଳାଳି ନୀରଜ ଚୋପ୍ରାଙ୍କ ସହ […]

Hima-Das-Creates-History

Rakesh Mallick
  • Published: Friday, 13 July 2018
  • , Updated: 13 July 2018, 10:05 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇତିହାସ ରଚିଲେ ଭାରତୀୟ ଆଥ୍‌ଲେଟ୍‌ ହିମା ଦାସ। ଅନ୍ତର୍ଜାତୀୟ ଆଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ପ୍ରଥମ ଭାରତୀୟ ମହିଳା ଭାବେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫିନ୍‌ଲାଣ୍ଡରେ ଚାଲିଥିବା ୨୦ ବର୍ଷରୁ କମ୍ ଅନ୍ତର୍ଜାତୀୟ ଆଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ହିମା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧୮ ବର୍ଷୀୟା ହିମା ୪୦୦ ମିଟର ଦୌଡ଼କୁ ୫୧.୪୬ ସେକେଣ୍ଡରେ ଶେଷ କରିଥିଲେ।  ଏହା ସହ ସେ ଜାଭଲିନ୍ ଖେଳାଳି ନୀରଜ ଚୋପ୍ରାଙ୍କ ସହ ସମକକ୍ଷ ହୋଇଛନ୍ତି। ୨୦୧୬ ପୋଲାଣ୍ଡରେ ହୋଇଥିବା ୨୦ ବର୍ଷରୁ କମ୍ ଅନ୍ତର୍ଜାତୀୟ ଆଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ନୀରଜ ଚୋପ୍ରା ଜାଭିଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ରନିଂ ଟ୍ରାକ୍‌ରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ହିମା।

Related story