ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଭାରତୀୟ ମହିଳା ହକି ଟିମ୍ ଘୋଷିତ, ୩ ଓଡ଼ିଆ ସାମିଲ୍‌

ନୂଆଦିଲ୍ଲୀ: ଚଳିତ ମାସରେ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ମହିଳା ଦଳର ଘୋଷଣା କରାଯାଇଛି। ଷ୍ଟାର୍ ଷ୍ଟ୍ରାଇକର୍ ରାନୀ ରାମପଲ୍ ଦଳର ନେତୃତ୍ୱ ନେବେ। ରାନୀଙ୍କ ଡେପୁଟି ଭାବେ ଗୋଲକିପର ସବିତାଙ୍କୁ ଟିମରେ ସ୍ଥାନ ମିଳିଛି। ଭାରତୀୟ ଦଳରେ ସର୍ବୋପରି ଓଡ଼ିଶାର ତିନିଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍ ଗ୍ରେସ୍ ଏକ୍କା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ। ୨୫ ତାରିଖରୁ ହେବାକୁଥିବା ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଭାରତ ମୋଟ ୫ଟି ମ୍ୟାଚ୍ […]

women-hokcye

Ranjit Kumar Jena
  • Published: Tuesday, 14 January 2020
  • , Updated: 14 January 2020, 07:36 PM IST

ନୂଆଦିଲ୍ଲୀ: ଚଳିତ ମାସରେ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ମହିଳା ଦଳର ଘୋଷଣା କରାଯାଇଛି। ଷ୍ଟାର୍ ଷ୍ଟ୍ରାଇକର୍ ରାନୀ ରାମପଲ୍ ଦଳର ନେତୃତ୍ୱ ନେବେ। ରାନୀଙ୍କ ଡେପୁଟି ଭାବେ ଗୋଲକିପର ସବିତାଙ୍କୁ ଟିମରେ ସ୍ଥାନ ମିଳିଛି। ଭାରତୀୟ ଦଳରେ ସର୍ବୋପରି ଓଡ଼ିଶାର ତିନିଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍ ଗ୍ରେସ୍ ଏକ୍କା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ।

୨୫ ତାରିଖରୁ ହେବାକୁଥିବା ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଭାରତ ମୋଟ ୫ଟି ମ୍ୟାଚ୍ ଖେଳିବ। ୨୫ ତାରିଖରେ ଭାରତୀୟ ମହିଳା ଟିମ୍ ତା'ର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଡେଭଲପମେଣ୍ଟ ସ୍କ୍ୱାଡ୍ ବିପକ୍ଷ ମ୍ୟାଚ୍ ଖେଳିବ। ୨୭ ଓ ୨୯ ତାରିଖରେ ନ୍ୟୁଜିଲ୍ୟାଣ୍ଡ୍ ମହିଳା ଟିମ୍ ବିପକ୍ଷରେ ମ୍ୟାଚ୍ ଖେଳିବ। ଏହା ପରେ ଭାରତ ଫେବୃଆରୀ ୪ରେ ଗ୍ରେଟ୍ ବ୍ରିଟେନ୍ ଏବଂ ୫ ତାରିଖରେ ପୁଣିଥରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ଖେଳି ଗସ୍ତ ଶେଷ କରିବ।

ଟିମ୍ ଚୟନ ନେଇ କୋଚ୍ ଶୋର୍ଡ ମାରିନ୍ କହିଛନ୍ତି, ଏହି ଗସ୍ତରେ ମୁଁ ଟିମ୍ ଭିତରେ ଅଧିକ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଆମେ ୨୦ଜଣ ଖେଳାଳିଙ୍କ ସହ ନ୍ୟୁଜିଲ୍ୟାଣ୍ଡ୍ ଯିବ। କିନ୍ତୁ କିଛି ମ୍ୟାଚରେ ୧୬ ଖେଳାଳିଙ୍କୁ ସୁଯୋଗ ଦେବୁ, କାରଣ ଅଲିମ୍ପିକ୍ସରେ ଆମେ ୧୬ ଖେଳାଳିଙ୍କୁ ନେଇ ଖେଳିବୁ। ଏପରିକି ଗସ୍ତରେ ଆମେ କିଛି ମ୍ୟାଚରେ ୧୮ଜଣ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦେବୁ।

ଭାରତୀୟ ସ୍କ୍ୱାଡ୍‌: ରାନୀ (କ୍ୟାପଟେନ୍‌), ସବିତା (ଭାଇସ୍‌-କ୍ୟାପଟେନ୍‌), ରଜନୀ ଏଟିମାର୍ପୁ, ଦୀପ୍ ଗ୍ରେସ୍ ଏକ୍କା, ଗୁରଜିତ୍ କୌର୍‌, ରୀନା ଖୋଖାର, ସାଲିମା ଟେଟେ, ସୁଶୀଲା ଚାନୁ, ନିଶା, ନମିତା ଟପ୍ପୋ, ଉଦିତା, ମୋନିକା, ଲିଲିମା ମିଞ୍ଜ୍‌, ନେହା, ସୋନିକା, ଶର୍ମିଲା ଦେବୀ, ନଭନୀତ୍ କୌର୍‌, ଲାଲରେମସିଆମି, ବନ୍ଦନା କାଟାରିୟା, ନଭଜୋତ୍ କୌର।

Related story