ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବରରେ କଳିଙ୍ଗ ଷ୍ଟାଡ଼ିୟମରେ ହେବ ବିଶ୍ୱକପ ହକି। ଏଥିପାଇଁ ଆଜି ସଚିବାଳୟରେ ତୃତୀୟ ସମୀକ୍ଷା ବୈଠକ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶ୍ୱକପରେ ଭାଗ ନେଉଥିବା ୧୬ଟି ଦେଶର ଖେଳାଳିଙ୍କ ରହଣୀ ଉପରେ ଆଲୋଚନା ହୋଇଛି। ଖେଳାଳିମାନଙ୍କୁ ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ରଖାଯିବାକୁ ସ୍ଥିର ହୋଇଥିବା ବେଳେ ଅଫିସିଆଲଙ୍କୁ ପୁରୀ ଓ କଟକରେ ଥିବା ହୋଟେଲ ଗୁଡିକରେ ରଖାଯିବ। ବିଦେଶୀ ଦର୍ଶକମାନଙ୍କୁ ମଧ୍ୟ ହୋଟେଲ ସୁବିଧା ଯୋଗାଇବାକୁ ପ୍ରାୟ ୭୮ଟି ହୋଟେଲ ଟିହ୍ନଟ କରାଯାଇଛି। ରାଜ୍ୟ ସରକାର ଏହି ହୋଟେଲ ଗୁଡିକୁ ବୁକିଂ କରିସାରିଛନ୍ତି। ଏହି ସମୟରେ ଭୁବନେଶ୍ୱରରେ ନୂଆ ଟାଉନ ବସ୍ ସେବା ଉପଲବ୍ଧ କରାଯିବା ସହ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପଲେକ୍ସର ଗ୍ୟାଲେରୀ ସମ୍ପ୍ରସାରଣ କାମ ଶୀଘ୍ର ସାରିବାକୁ ନିଷ୍ପତ୍ତି ହୋଇଛି।