ହକି ବିଶ୍ୱ ଲିଗ୍ ଫାଇନାଲ୍ ଓ ବିଶ୍ୱକପ୍ ହକି ଚାମ୍ପିୟନସିପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର:ଏସିଆନ ଆଥଲେଟିକସ ଚାମ୍ପିୟନସିପର ଗ୍ରାଣ୍ଡ ସକ୍ସେସ୍ ପରେ ପୁଣି ଓଡ଼ିଶାର କ୍ରୀଡ଼ାପ୍ରେମୀ କଳିଙ୍ଗ ଷ୍ଟାଡ଼ିୟମରେ ଦେଖିବେ ଦୁଇଟି ମେଗା ହକି ଇଭେଣ୍ଟ। ଆସନ୍ତା ଡିସେମ୍ବରରେ ହକି ବିଶ୍ୱ ଲିଗ୍ ଫାଇନାଲ ହେବାକୁଥିବା ବେଳେ ୨୦୧୮ରେ ଆୟୋଜିତ ହେବ ବିଶ୍ୱକପ ହକି ଚାମ୍ପିୟନସିପ୍। ଏନେଇ ଆଜି ଫେଡରେସନ ଅଫ୍ ଇଣ୍ଟରନ୍ୟାସନାଲ ହକି ଓ ହକି ଇଣ୍ଡିଆର ପ୍ରତିନିଧି ଭିତ୍ତିଭୂମି ବୁଲି ଦେଖିବା ପରେ ରାଜ୍ୟ କ୍ରୀଡ଼ା ସଚିବଙ୍କ ସହ ଆଲୋଚନ କରିଛନ୍ତି। ୨୦୧୪ ଚାମ୍ପିୟନସଟ୍ରଫି ହକିର ସଫଳତା ପରେ […]

ks1

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 06:22 PM IST

ଭୁବନେଶ୍ୱର:ଏସିଆନ ଆଥଲେଟିକସ ଚାମ୍ପିୟନସିପର ଗ୍ରାଣ୍ଡ ସକ୍ସେସ୍ ପରେ ପୁଣି ଓଡ଼ିଶାର କ୍ରୀଡ଼ାପ୍ରେମୀ କଳିଙ୍ଗ ଷ୍ଟାଡ଼ିୟମରେ ଦେଖିବେ ଦୁଇଟି ମେଗା ହକି ଇଭେଣ୍ଟ। ଆସନ୍ତା ଡିସେମ୍ବରରେ ହକି ବିଶ୍ୱ ଲିଗ୍ ଫାଇନାଲ ହେବାକୁଥିବା ବେଳେ ୨୦୧୮ରେ ଆୟୋଜିତ ହେବ ବିଶ୍ୱକପ ହକି ଚାମ୍ପିୟନସିପ୍।

ଏନେଇ ଆଜି ଫେଡରେସନ ଅଫ୍ ଇଣ୍ଟରନ୍ୟାସନାଲ ହକି ଓ ହକି ଇଣ୍ଡିଆର ପ୍ରତିନିଧି ଭିତ୍ତିଭୂମି ବୁଲି ଦେଖିବା ପରେ ରାଜ୍ୟ କ୍ରୀଡ଼ା ସଚିବଙ୍କ ସହ ଆଲୋଚନ କରିଛନ୍ତି। ୨୦୧୪ ଚାମ୍ପିୟନସଟ୍ରଫି ହକିର ସଫଳତା ପରେ ଆସନ୍ତା ଡିସେମ୍ବରରେ ପୁଣି ଥରେ ଭୁବନେଶ୍ୱରରେ ଦେଖିବାକୁ ମିଳିବ ବିଶ୍ୱସ୍ତରୀୟ ହକି ପ୍ରତିଯୋଗିତା। କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜନ ହେବାକୁ ଯାଉଛି ହକି ବିଶ୍ୱଲିଗ୍ ଫାଇନାଲ। ଏଥିପାଇଁ ଆଜି ଫେଡରେସନ ଅଫ୍ ଇଣ୍ଟରନ୍ୟାସନାଲ ହକିର ସଭାପତି ନରିନ୍ଦର ବାତ୍ରା ଏବଂ ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ ଷ୍ଟାଡ଼ିୟମ୍ ଭିତ୍ତିଭୂମି ବୁଲି ଦେଖିଛନ୍ତି। ତାପରେ କ୍ରୀଡା ବିଭାଗ କର୍ମକର୍ତ୍ତାଙ୍କ ସହ ପ୍ରାୟ ୨ଘଣ୍ଟା ଧରି ଆଲୋଚନା କରି ଆବଶ୍ୟକ ଭିତ୍ତିଭୂମିର ପୁନଃରୁଦ୍ଧାର କରିବାକୁ କହିଛନ୍ତି।

ବିଶ୍ୱଲିଗ୍ ଫାଇନାଲସରେ ଆୟୋଜକ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ବେଲଜିୟମ, ନେଦରଲ୍ୟାଣ୍ଡ, ଜର୍ମାନୀ, ସ୍ପେନ୍ ଓ ଆର୍ଜେଣ୍ଟିନା ଖେଳିବ। ଏଥିପାଇଁ ଏହି ସିନ୍ଥେଟିକ ଗ୍ରାଉଣ୍ଡକୁ କ୍ଲିନ କରାଯିବ। ତାସହ କିଛି ମରାମତି କାମ ହେବ ସେପଟେ ୨୦୧୮ରେ ହେବାକୁ ଥିବା ବିଶ୍ୱକପ ହକି ଚାମ୍ପିୟନସିପ ପାଇଁ ଦର୍ଶକ ଗ୍ୟାଲେରୀ କ୍ଷମତା ବଢ଼ାଯିବା ସହ ନୂଆ ଟର୍ଫ ପଡ଼ିବ।

Related story