ହକି ୱାର୍ଲଡ ଲିଗ୍: ପ୍ରଥମ ଅଭ୍ୟାସ ମ୍ୟାଚରେ ହାରିଗଲା ଭାରତୀୟ ମହିଳା ଦଳ

ଆଣ୍ଟୱେରପ (ବେଲଜିୟମ): ହକି ୱାର୍ଲଡ ଲିଗ୍ ସେମି ଫାଇନାଲ ପୂର୍ବରୁ ଆଜି ତା’ର ପ୍ରଥମ ଅଭ୍ୟାସ ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଜାପାନ ଠାରୁ ୨-୦ ଗୋଲରେ ହାରି ଯାଇଛି। ଜାପାନ ପ୍ରଥମ ଓ ଦ୍ୱିତୀୟ କ୍ୱାର୍ଟରରେ ଗୋଲ୍ ଗୁଡ଼ିକ କରିଥିଲା। ମ୍ୟାଚରେ ଅଧିକାଂଶ ସମୟ ବଲ୍ ଜାପାନ ଟିମ୍ କବଜାରେ ରହିଥିଲା। ଆସନ୍ତାକାଲି ଭାରତୀୟ ଦଳ ତା’ର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ଇଟାଲୀ ବିପକ୍ଷରେ ଖେଳିବ। ହକି ୱାର୍ଲଡ ଲିଗ୍ ଜୁନ୍ ୨୦ ତାରିଖରୁ ଆରମ୍ଭ […]

indianwomenhockey

Rakesh Mallick
  • Published: Monday, 15 June 2015
  • , Updated: 15 June 2015, 04:41 PM IST

ଆଣ୍ଟୱେରପ (ବେଲଜିୟମ): ହକି ୱାର୍ଲଡ ଲିଗ୍ ସେମି ଫାଇନାଲ ପୂର୍ବରୁ ଆଜି ତା’ର ପ୍ରଥମ ଅଭ୍ୟାସ ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଜାପାନ ଠାରୁ ୨-୦ ଗୋଲରେ ହାରି ଯାଇଛି। ଜାପାନ ପ୍ରଥମ ଓ ଦ୍ୱିତୀୟ କ୍ୱାର୍ଟରରେ ଗୋଲ୍ ଗୁଡ଼ିକ କରିଥିଲା। ମ୍ୟାଚରେ ଅଧିକାଂଶ ସମୟ ବଲ୍ ଜାପାନ ଟିମ୍ କବଜାରେ ରହିଥିଲା।

ଆସନ୍ତାକାଲି ଭାରତୀୟ ଦଳ ତା’ର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ଇଟାଲୀ ବିପକ୍ଷରେ ଖେଳିବ। ହକି ୱାର୍ଲଡ ଲିଗ୍ ଜୁନ୍ ୨୦ ତାରିଖରୁ ଆରମ୍ଭ ହେବ ଓ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଭାରତ ଓ ଆୟୋଜକ ବେଲଜିୟମ୍ ମଧ୍ୟରେ ଖେଳାଯିବ।

Related story