ହକି ମହାକୁମ୍ଭ ପାଇଁ କ୍ରୀଡ଼ା ଛାତ୍ରାବାସ ପ୍ରଶିକ୍ଷାର୍ଥୀଙ୍କ ଉତ୍କଣ୍ଠା କାହିଁରେ କେତେ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରିବଲିଂ, ପାସିଂ ଏବଂ ସୁଟିଂ।  ହକିର ଏହି ସବୁ କୌଶଳ ଶିଖୁଥିବା ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷାର୍ଥୀ  ହକିକୁ କ୍ୟାରିୟର ଭାବେ ବାଛିଛନ୍ତି। ସ୍ୱପ୍ନ ଅଛି ଦିନେ ନା ଦିନେ ଭାରତ ପାଇଁ ପ୍ରତିନିଧିତ୍ୱ କରି ଅନ୍ତର୍ଜାତୀୟ ମ୍ୟାଚ ଖେଳିବା। କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁ ଥିବା ହକି ବିଶ୍ୱଲିଗ ଫାଇନାଲସ ଖେଳ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଏମାନେ। ବିଶ୍ୱ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଟେକ୍ନିକ୍, ଟ୍ରିକସ, ଗେମ ପ୍ଲାନିଂ ଦେଖିଲେ ସେସବୁ ତାଙ୍କ […]

hockey

Rakesh Mallick
  • Published: Monday, 27 November 2017
  • , Updated: 27 November 2017, 01:09 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରିବଲିଂ, ପାସିଂ ଏବଂ ସୁଟିଂ।  ହକିର ଏହି ସବୁ କୌଶଳ ଶିଖୁଥିବା ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷାର୍ଥୀ  ହକିକୁ କ୍ୟାରିୟର ଭାବେ ବାଛିଛନ୍ତି। ସ୍ୱପ୍ନ ଅଛି ଦିନେ ନା ଦିନେ ଭାରତ ପାଇଁ ପ୍ରତିନିଧିତ୍ୱ କରି ଅନ୍ତର୍ଜାତୀୟ ମ୍ୟାଚ ଖେଳିବା। କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁ ଥିବା ହକି ବିଶ୍ୱଲିଗ ଫାଇନାଲସ ଖେଳ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଏମାନେ। ବିଶ୍ୱ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଟେକ୍ନିକ୍, ଟ୍ରିକସ, ଗେମ ପ୍ଲାନିଂ ଦେଖିଲେ ସେସବୁ ତାଙ୍କ କ୍ରୀଡା କ୍ୟାରିୟରକୁ ସାହାଯ୍ୟ କରିବ ବୋଲି ଆଶା କରିଛନ୍ତି ଏହି ଖେଳାଳିମାନେ।

ବିଭିନ୍ନ ଟିମ୍ ଭୁବନେଶ୍ୱରରେ ପହଞ୍ଚିଲେ ସେମାନଙ୍କ କିଟ୍ ବ୍ୟାଗ ଆଣିବାକୁ କିଛି ହକି ଖେଳାଳିଙ୍କୁ ମନୋନୀତ କରାଯାଇଛି। କେବଳ ସେତିକ ନୁହେଁ ଭୁବନେଶ୍ୱର କ୍ରୀଡାଛାତ୍ରବାସରେ ପ୍ରଶିକ୍ଷାର୍ଥୀ ଆଉ କିଛି ଖେଳାଳି ବଲ ବୟ ଭାବେ ମଧ୍ୟ ମନୋନୀତ ହୋଇଛନ୍ତି। ବିଦେଶୀ ଖେଳାଳିଙ୍କୁ ଅତି ପାଖରେ ପାଇ ସେମାନଙ୍କ ଠାରୁ ଟିପ୍ସ ନେବେ, ଟେକନିକ ଶିଖିବେ ବୋଲି ଆଶା କରିଛନ୍ତି।

 

Related story