ପାକିସ୍ତାନକୁ ମିଳିଲା ପ୍ରଥମ ବିଜୟ, ଇଜିପ୍ଟ ପୁଣି ହାରିଲା

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଆଜି ହେଉଛି ଚତୁର୍ଥ ଦିନ। ଚତୁର୍ଥ ଦିନର ପ୍ରଥମ ମ୍ୟାଚରେ ପୂର୍ବତନ ବିଶ୍ୱକପ ଚାମ୍ପିଅନ ପାକିସ୍ତାନକୁ ସାମ୍ନା କରିଥିଲା ଇଜିପ୍ଟ। ଏଥିରେ ପାକିସ୍ତାନ ୩-୧ଗୋଲ୍‌ରେ ବିଜୟୀ ହୋଇଛି। ଏହା ସହିତ ପାକିସ୍ତାନ ତା’ର ପ୍ରଥମ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲ ଦୌଡ଼ରେ ରହିଛି। ଅନ୍ୟପକ୍ଷରେ ଇଜିପ୍ଟର ଏହା ହେଉଛି ଲଗାତାର ଦ୍ୱିତୀୟ ପରାଜୟ। ନିଜ ନିଜର ପ୍ରଥମ ଲିଗରେ […]

Pakistan Players

Jitendra Garnayak
  • Published: Saturday, 27 November 2021
  • , Updated: 27 November 2021, 01:08 PM IST

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଆଜି ହେଉଛି ଚତୁର୍ଥ ଦିନ। ଚତୁର୍ଥ ଦିନର ପ୍ରଥମ ମ୍ୟାଚରେ ପୂର୍ବତନ ବିଶ୍ୱକପ ଚାମ୍ପିଅନ ପାକିସ୍ତାନକୁ ସାମ୍ନା କରିଥିଲା ଇଜିପ୍ଟ। ଏଥିରେ ପାକିସ୍ତାନ ୩-୧ଗୋଲ୍‌ରେ ବିଜୟୀ ହୋଇଛି। ଏହା ସହିତ ପାକିସ୍ତାନ ତା’ର ପ୍ରଥମ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲ ଦୌଡ଼ରେ ରହିଛି। ଅନ୍ୟପକ୍ଷରେ ଇଜିପ୍ଟର ଏହା ହେଉଛି ଲଗାତାର ଦ୍ୱିତୀୟ ପରାଜୟ।

ନିଜ ନିଜର ପ୍ରଥମ ଲିଗରେ ପରାସ୍ତ ହୋଇଥିବା ପାକିସ୍ତାନ ଓ ଇଜିପ୍ଟ ଆଜି ପ୍ରଥମ ବିଜୟ ପାଇଁ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ପ୍ରଥମ କ୍ୱାର୍ଟରରେ କୌଣସି ଦଳକୁ ସଫଳତା ମିଳି ନଥିଲା। ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

୧୯ ମିନିଟରେ ପାକିସ୍ତାନର ରିଜୱାନ ଅଲୀ ଦଳ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ। ଏହା ପରେ ୨୨ତମ ମିନିଟ୍‌ରେ ଇଜିପ୍ଟର ଆୱାଦ ହୁସେନ ଅତି ସୁନ୍ଦର ଭାବେ ପାକିସ୍ତାନର ଡିଫେଣ୍ଡରଙ୍କୁ ଅତିକ୍ରମ କରି ଫିଲ୍ଡ ଗୋଲ ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ସ୍ଥିତି ୧-୧ ରହିଥିଲା।

ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ପାକିସ୍ତାନ ଦୁଇଟି ଗୋଲ୍ କରିବାକୁ ସକ୍ଷମ ହୋଇଥିବା ବେଳେ ଇଜିପ୍ଟ ଆଉ ଗୋଲ୍ ଦେଇ ପାରି ନଥିଲା। ମ୍ୟାଚ୍‌ର ୩୨ତମ ମିନିଟ୍‌ରେ ରିଜୱାନ ଅଲୀ ଦଳ ତରଫରୁ ପୁଣି ଏକ ଗୋଲ୍ କରିଥିଲେ। ଏହା ପରେ ୫୩ତମ ମିନିଟରେ ସେ ଆଉ ଏକ ଗୋଲ୍ ଦେଇଥିଲେ। ତିନୋଟି ଗୋଲ୍ ଦେଇ ଦଳକୁ ଜିତାଇଥିବା ରିଜୱାନ ଅଲୀଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଥିଲା।

ପାକିସ୍ତାନ ତାର ତୃତୀୟ ବା ଶେଷ ଲିଗ୍ ମ୍ୟାଚ୍ ଆସନ୍ତାକାଲି ଆର୍ଜେଣ୍ଟିନା ବିପକ୍ଷରେ ଖେଳିବାକୁ ଥିବା ବେଳେ ଇଜିପ୍ଟ ସାମ୍ନା କରିବ ଜର୍ମାନୀକୁ।

Related story