ଆର୍‌ସିବି ପାଇଁ କର ବା ମର ସ୍ଥିତି: ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସହଜରେ ଆଉଟ୍‌ ବିରାଟ

ଆଇପିଏଲର ୫୧ ତମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଉଛି। ଯେଉଁଥିରେ ସାମ୍ନାସାମ୍ନି ହୋଇଛନ୍ତି ଆର୍‌ସିବି ଏବଂ ସନରାଇଜର୍ସ ହାଇଦ୍ରାବାଦ। ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଛି ଆର୍‌ସିବି। ଶେଷ ଖବର ସୁଦ୍ଧା ଆର୍‌ସିବି ୭ ଓଭରରେ ୨ ୱିକେଟ୍‌ ହରାଇ ସଂଗ୍ରହ କରିଛି ୫୧ ରନ୍‌। ଆର୍‌ସିବି ଏବେ ସୁଦ୍ଧା ୧୨ଟି ମ୍ୟାଚ୍‌ ଖେଳି ୫ଟିରେ ଜିତି ୧୦ ଅଙ୍କ ସହ ପଏଣ୍ଟ ଟେବୁଲରେ […]

591828-ipl-rcb-kohli-sad

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 08:42 PM IST

ଆଇପିଏଲର ୫୧ ତମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଉଛି। ଯେଉଁଥିରେ ସାମ୍ନାସାମ୍ନି ହୋଇଛନ୍ତି ଆର୍‌ସିବି ଏବଂ ସନରାଇଜର୍ସ ହାଇଦ୍ରାବାଦ। ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଛି ଆର୍‌ସିବି। ଶେଷ ଖବର ସୁଦ୍ଧା ଆର୍‌ସିବି ୭ ଓଭରରେ ୨ ୱିକେଟ୍‌ ହରାଇ ସଂଗ୍ରହ କରିଛି ୫୧ ରନ୍‌।

ଆର୍‌ସିବି ଏବେ ସୁଦ୍ଧା ୧୨ଟି ମ୍ୟାଚ୍‌ ଖେଳି ୫ଟିରେ ଜିତି ୧୦ ଅଙ୍କ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି। ଅନ୍ୟପଟେ ୧୨ଟି ମ୍ୟାଚ୍‌ରୁ ୯ଟିରେ ଜିତି ୧୮ ଅଙ୍କ ସହ ହାଇଦ୍ରାବାଦ ଶୀର୍ଷରେ ଅଛି। ଏଭଳି ସ୍ଥିତିରେ ଆଜି ଯଦି ଆର୍‌ସିବି ଜିତୁଛି ତେବେ ପ୍ଲେଅଫ ପାଇଁ ସାମାନ୍ୟତମ ଆଶା ଉଜ୍ଜୀବିତ ହେବ। କାରଣ ଏପର୍ଯ୍ୟନ୍ତ ଉଭୟ ହାଇଦ୍ରାବାଦ ଓ ଚେନ୍ନାଇ ପ୍ଲେଅଫ୍‌ରେ ପହଞ୍ଚିସାରିଥିବା ବେଳେ ଅନ୍ୟ କେଉଁ ଦୁଇଟି ଟିମ୍‌ ପ୍ଲେଅଫ୍‌ ଖେଳିବ ତାହା ସ୍ପଷ୍ଟ ହୋଇନାହିଁ। ତେଣୁ ଆର୍‌ସିବି ମଧ୍ୟ ଏହି ରେସ୍‌ରେ ନାହିଁ କହିବା ଠିକ୍‌ ହେବ ନାହିଁ। ମୁମ୍ବାଇ, ରାଜସ୍ଥାନ ଓ ପଞ୍ଜାବ ସାମାନ ୧୨ ଅଙ୍କ ସହ ପ୍ଲେଅଫ୍‌ ରେସ୍‌ରେ ଅଛନ୍ତି। ଅନ୍ୟପଟେ କେକେଆର୍‌ ୧୪ ଅଙ୍କ ସହ ତୃତୀୟ ଦଳ ଭାବେ ପ୍ଲେଅଫ୍‌ ରେସ୍‌ରେ ଆଗରେ ରହିଛି। ତେଣୁ ବିରାଟ କୋହଲିଙ୍କ ଆର୍‌ସିବି ଟିମ୍ ଏହିରେସ୍‌ରେ ସାମିଲ ହେବାକୁ ହେଲେ ଶେଷ ୨ଟି ମ୍ୟାଚ୍‌ ଜିତିବାକୁ ପଡ଼ିବ। ଆର୍‌ସିବି ତାର ଶେଷ ମ୍ୟାଚ୍‌ ରାଜସ୍ଥାନ ସହ ଆସନ୍ତା ୧୯ ତାରିଖରେ ଖେଳିବ।

Related story