ଚେନ୍ନାଇକୁ ୧୭୬ ରନର ଟାର୍ଗେଟ୍

ଚେନ୍ନାଇ: ମନିଷ ପାଣ୍ଡେ ଓ ଡେଭିଡ୍ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲର ଆଜି ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୭୫ ରନ୍ କରିଛି । ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ଚେନ୍ନାଇକୁ ୧୭୬ ରନ୍ କରିବାକୁ ପଡ଼ିବ । ମ୍ୟାଚ୍ ଜିତିଲେ ଚେନ୍ନାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉଠିବ । ହାଇଦ୍ରାବାଦ ପକ୍ଷରୁ ମନିଷ ପାଣ୍ଡେ ସର୍ବାଧିକ ୮୩ […]

chennai

chennai

Subrat Kumar Nayak
  • Published: Tuesday, 23 April 2019
  • Updated: 23 April 2019, 11:03 PM IST

Sports

Latest News

ଚେନ୍ନାଇ: ମନିଷ ପାଣ୍ଡେ ଓ ଡେଭିଡ୍ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲର ଆଜି ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୭୫ ରନ୍ କରିଛି । ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ଚେନ୍ନାଇକୁ ୧୭୬ ରନ୍ କରିବାକୁ ପଡ଼ିବ । ମ୍ୟାଚ୍ ଜିତିଲେ ଚେନ୍ନାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉଠିବ । ହାଇଦ୍ରାବାଦ ପକ୍ଷରୁ ମନିଷ ପାଣ୍ଡେ ସର୍ବାଧିକ ୮୩ (୪୯ ବଲ, ୭ ଚୌକା, ୩ ଛକା) ଓ ୱାର୍ଣ୍ଣର (୫୭ (୪୫ ବଲ, ୩ ଚୌକା, ୨ ଛକା) ରନ୍ କରିଛନ୍ତି । ତେବେ ଭଲ ଫର୍ମରେ ଥିବା ଜନ୍ନି ବେୟାରଷ୍ଟୋ ଏହି ମ୍ୟାଚରେ ଖାତା ଖୋଲିବାକଚିୁ ସକ୍ଷମ ହୋଇନାହାନ୍ତି ।

ଏମ. ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ଦ୍ୱିତୀୟ ଓଭରରେ ଝଟକା ଲାଗିଥିଲା । ଚେନ୍ନାଇର ଭେଟେରାନ୍ ସ୍ପିନର ହରଭଜନ ସିଂହ ଭ୍ରମଣକାରୀ ଟିମର ଓପ୍ନର ବେୟାରଷ୍ଟୋଙ୍କୁ ଆଉଟ୍ କରିଥିଲେ । ଅନ୍ୟତମ ଓପ୍ନର ୱାର୍ଣ୍ଣର ନିଜର ଜବରଦସ୍ତ ଫର୍ମ ଜାରି ରଖି ଟିମକୁ ବିପଦରୁ ରକ୍ଷା କରିଥିଲେ । ଚଳିତ ସିଜନରେ ପ୍ରଥମଥର ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମନିଷ ୱାର୍ଣ୍ଣରଙ୍କୁ ଭରପୂର ସହଯୋଗ କରିଥିଲେ । ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୧୫ ରନର ଶତକୀୟ ପାର୍ଟନରଶିପ୍ କରିଥିଲେ । ୱାର୍ଣ୍ଣର ୩୯ ବଲରେ ଓ ମନିଷ ୨୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ ।

ଟିମ୍ ସ୍କୋର ୧୨୦ ଥିବା ବେଳେ ୱାର୍ଣ୍ଣରଙ୍କୁ ହରଭଜନ ପ୍ୟାଭିଲିୟନ ପଠାଇ ଚେନ୍ନାଇକୁ ବଡ଼ ସଫଳତା ଦେଇଥିଲେ । ୱାର୍ଣ୍ଣରଙ୍କ ଆଉଟ୍ ପରେ ହାଇଦ୍ରାବାଦ ରନ୍ ଗତି ହ୍ରାସ ପାଇଥିଲା । ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବିଜୟ ଶଙ୍କର ଭଲ ଖେଳିଥିଲେ ହେଁ, ଦଳକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ । ଅନ୍ୟପକ୍ଷରେ ମନିଷ ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିବାରେ ବିଫଳ ହୋଇଥିଲେ । ଯେଉଁ କାରଣରୁ ହାଇଦ୍ରାବାଦ ୧୭୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଶଙ୍କର ୨୦ ବଲରେ ୨ ଚୌକା ଓ ୧ ଛକା ସହ ୨୬ ରନ୍ କରି ଆଉଟ୍ ହୋଇଥିଲେ । ୟୁସୁଫ ପଠାନ୍ ୫ ରନ୍ କରି ଅପରାଜିତ ଥିଲେ । ଚେନ୍ନାଇ ପକ୍ଷରୁ ହରଭଜନ ୩୯ ରନ୍ ଦେଇ ୨ଟି ଓ ଦୀପକ ଚହର୍ ଗୋଟିଏ ୱିକେଟ୍ ନେଇଛନ୍ତି । ଉକ୍ତ ମ୍ୟାଚରେ ଚେନ୍ନାଇ ଦଳରେ ଗୋଟିଏ ପରିବର୍ତ୍ତନ କରଯାଇଛି । ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ହରଭଜନ ଟିମକୁ ଫେରିଛନ୍ତି । ସେହିପରି ହାଇଦ୍ରାବାଦ ଟିମରେ କେନ୍ ୱିଲିୟମସନଙ୍କ ସ୍ଥାନରେ ସାକିବ୍ ଅଲ୍ ହାସନ୍ ଓ ଶାହାବାଜ ନଦିମଙ୍କ ବଦଳରେ ମନିଷ ଚୂଡ଼ାନ୍ତ ଦଳରେ ସାମିଲ୍ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story