ତିନି ଥର ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରିଥିଲେ ମହମ୍ମଦ ସାମି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମି ପାରିବାରିକ ଅସନ୍ତୋଷ କାରଣରୁ ତିନି ଥର ଆତ୍ମହତ୍ୟା କରିବେ ବୋଲି ପାଇଁ ଚିନ୍ତା କରିଥିଲେ। ତେବେ ପରିବାର ଲୋକଙ୍କ ସମର୍ଥନ ଥିବାରୁ ସେ ଏଭଳି କାମ କରିବାକୁ ପରେ ଚିନ୍ତା କରିନଥିଲେ। ଲକଡାଉନ୍ ବେଳେ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଇନଷ୍ଟାଗ୍ରାମରେ ଚାଟିଂ କରିବା ବେଳେ ସାମି ନିଜ ବ୍ୟକ୍ତିଗତ କଥା ଏଭଳି କହିଥିବା ସୂଚନା ରହିଛି। “ଯଦି ମୋ ପରିବାର ମୋତେ […]

Mohammed_Shami

Mohammed_Shami

Subhransu Sekhar
  • Published: Sunday, 03 May 2020
  • Updated: 03 May 2020, 11:24 AM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମି ପାରିବାରିକ ଅସନ୍ତୋଷ କାରଣରୁ ତିନି ଥର ଆତ୍ମହତ୍ୟା କରିବେ ବୋଲି ପାଇଁ ଚିନ୍ତା କରିଥିଲେ। ତେବେ ପରିବାର ଲୋକଙ୍କ ସମର୍ଥନ ଥିବାରୁ ସେ ଏଭଳି କାମ କରିବାକୁ ପରେ ଚିନ୍ତା କରିନଥିଲେ। ଲକଡାଉନ୍ ବେଳେ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଇନଷ୍ଟାଗ୍ରାମରେ ଚାଟିଂ କରିବା ବେଳେ ସାମି ନିଜ ବ୍ୟକ୍ତିଗତ କଥା ଏଭଳି କହିଥିବା ସୂଚନା ରହିଛି।

“ଯଦି ମୋ ପରିବାର ମୋତେ ସମର୍ଥନ କରିନଥାନ୍ତା ତା'ହେଲେ ମୁଁ କ୍ରିକେଟ୍ ଆଉ ଖେଳିପାରିନଥାନ୍ତି। ପାରିବାରିକ ଅଶାନ୍ତି ପାଇଁ ମାନସିକ ଚାପରେ ରହୁଥିଲି। ଏହି ସମୟରେ ଘରର ୨୪ ମହଲାରୁ ତିନିଥର ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି। ମାନସିକ ଚାପରେ ରହିଥିବାରୁ ମୁଁ କ୍ରିକେଟ୍ ବାବଦରେ କେବେ ଚିନ୍ତା କରୁନଥିଲି। ପରିବାର ଲୋକେ ମଧ୍ୟ ଭାବିଥିଲେ ଯେ ମୁଁ ୨୪ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିପାରେ। ଏହାପରେ ପରିବାର ଲୋକେ ମୋତେ ବୁଝାସୁଝା କରିଥିଲେ। ଏମିତିକି ୨-୩ ଜଣ ସାଙ୍ଗ ମୋ ପାଖରେ ୨୪ ଘଣ୍ଟା ରହୁଥିଲେ। ଏହାପରେ ପଡିଆରେ ଅଭ୍ୟାସ କରିବା ଆରମ୍ଭ କରିଥିଲି” ବୋଲି ଶନିବାର ରୋହିତଙ୍କ ସହିତ ଚାଟିଂ କରିବା ବେଳେ ସାମି ଏଭଳି କହିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ୨୦୧୮ରେ ମହମ୍ମଦ ସାମିଙ୍କ ସ୍ତ୍ରୀ ହସିନ ଜହାଁ ତାଙ୍କ ବିରୋଧରେ ଘରୋଇ ହିଂସା ସହିତ ଅନ୍ୟାନ୍ୟ ଅଭିଯୋଗ ଆଣିଥିଲେ। ଏମିତିକି ସାମିଙ୍କ ସାନ ଭାଇଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ ହସିନ। ଏହାପରେ ଆଇପିଏଲ ମ୍ୟାଚକୁ ୧୦-୧୨ ଦିନ ଥିବା ବେଳେ ସାମି ଦୁର୍ଘଟଣାର ଶିକାର ହୋଇଥିଲେ।

ସାମି କହିଛନ୍ତି, ପରିବାର ଲୋକେ ହିଁ ତାଙ୍କୁ ବହୁତ ବୁଝାସୁଝା କରିଥିଲେ। ପ୍ରତ୍ୟେକ ସମସ୍ୟାର ସମାଧାନ ରହିଛି ବୋଲି ପରିବାର ଲୋକେ ବୁଝାଇଥିଲେ। ଏହାପରେ ତାଙ୍କ ମାନସିକ ସ୍ଥିତି ବଦଳିଥିବା ସେ ରୋହିତଙ୍କୁ କହିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos