ଆଇସିସି ଦିନିକିଆ ମାନ୍ୟତା ତାଲିକା: ଭାରତ ଦ୍ୱିତୀୟ ସ୍ଥାନ ବଜାୟ ରଖିଲା, ୪ ନମ୍ବରକୁ ଉଠିଲେ ବିରାଟ

ଦୁବାଇ: ଆଇସିସି ପକ୍ଷରୁ ଦିନିକିଆ କ୍ରିକେଟ୍ ଟିମ୍, ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ମାନ୍ୟତା ତାଲିକା ପ୍ରକାଶ କରାଯାଇଛି। ଆଇସିସି ପକ୍ଷରୁ ଜାରି କରାଯାଇଥିବା ଏହି ସଦ୍ୟ ମାନ୍ୟତା ତାଲିକାରେ ଭାରତ ଦ୍ୱିତୀୟ ଶ୍ରେଷ୍ଠ ଦିନିକିଆ ଦଳ ଭାବେ ତା’ର ସ୍ଥାନ ବଜାୟ ରଖିଛି। ସେହିପରି ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଗୋଟିଏ ସ୍ଥାନକୁ ଉନ୍ନୀତ ହୋଇ ତାଲିକା ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। କୋହଲିଙ୍କ ବ୍ୟତୀତ ତାଲିକାର ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭାରତର ଦିନିକିଆ କ୍ରିକେଟ୍ […]

dhonikohali

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 05:30 PM IST

ଦୁବାଇ: ଆଇସିସି ପକ୍ଷରୁ ଦିନିକିଆ କ୍ରିକେଟ୍ ଟିମ୍, ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ମାନ୍ୟତା ତାଲିକା ପ୍ରକାଶ କରାଯାଇଛି। ଆଇସିସି ପକ୍ଷରୁ ଜାରି କରାଯାଇଥିବା ଏହି ସଦ୍ୟ ମାନ୍ୟତା ତାଲିକାରେ ଭାରତ ଦ୍ୱିତୀୟ ଶ୍ରେଷ୍ଠ ଦିନିକିଆ ଦଳ ଭାବେ ତା’ର ସ୍ଥାନ ବଜାୟ ରଖିଛି। ସେହିପରି ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଗୋଟିଏ ସ୍ଥାନକୁ ଉନ୍ନୀତ ହୋଇ ତାଲିକା ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। କୋହଲିଙ୍କ ବ୍ୟତୀତ ତାଲିକାର ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭାରତର ଦିନିକିଆ କ୍ରିକେଟ୍ ଟିମର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଶିଖର ଧାୱନ ମଧ୍ୟ ସ୍ଥାନ ପାଇଛନ୍ତି। ଧାୱନ ସପ୍ତମ ସ୍ଥାନରେ ରହିଥିବା ବେଳେ ଧୋନୀ ନବମ ସ୍ଥାନରେ ରହିଛନ୍ତି।

ଦିନିକିଆ ବ୍ୟାଟ୍ସମ୍ୟାନ୍ ତାଲିକାର ଶୀର୍ଷରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସ।

ଦିନିକିଆ ବୋଲର ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ସେ ତାଲିକାର ୧୦ ନମ୍ବର ସ୍ଥାନରେ ରହିଛନ୍ତି। ସେ ଏକମାତ୍ର ଭାରତୀୟ ବୋଲର ଭାବ ଶ୍ରେଷ୍ଠ ୧୦ ଜଣଙ୍କ ତାଲିକାରେ ରହିଛନ୍ତି।

Related story