ଆଇସିସି ଏକଦିବସୀୟ ମାନ୍ୟତା: ଭାରତ ସ୍ଥିର, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଗାନ୍ଧି-ମାଣ୍ଡେଲା ଶୃଙ୍ଖଳାରେ ୩-୨ରେ ପରାଜିତ ହେବା ସତ୍ତ୍ୱେ ଭାରତ ଆଇସିସି ଏକ ଦିବସୀୟ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ସ୍ଥିର ରହିଛି। ଭାରତ ୬୩୮୦ ପଏଣ୍ଟ ପାଇ ୧୧୪ ରେଟିଂରେ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ୬୩୬୨ ପଏଣ୍ଟ ପାଇ ୧୧୨ ରେଟିଂରେ ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୫୫୬୯ ପଏଣ୍ଟ ପାଇ ୧୨୭ ରାଟିଂ ରଖି ପ୍ରଥମ ସ୍ଥାନରେ ପୂର୍ବ ପରି ରହିଛି । ତେବେ ସିରିଜ […]

virat-kohili

Rakesh Mallick
  • Published: Monday, 26 October 2015
  • , Updated: 26 October 2015, 04:36 PM IST

ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଗାନ୍ଧି-ମାଣ୍ଡେଲା ଶୃଙ୍ଖଳାରେ ୩-୨ରେ ପରାଜିତ ହେବା ସତ୍ତ୍ୱେ ଭାରତ ଆଇସିସି ଏକ ଦିବସୀୟ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ସ୍ଥିର ରହିଛି। ଭାରତ ୬୩୮୦ ପଏଣ୍ଟ ପାଇ ୧୧୪ ରେଟିଂରେ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ୬୩୬୨ ପଏଣ୍ଟ ପାଇ ୧୧୨ ରେଟିଂରେ ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୫୫୬୯ ପଏଣ୍ଟ ପାଇ ୧୨୭ ରାଟିଂ ରଖି ପ୍ରଥମ ସ୍ଥାନରେ ପୂର୍ବ ପରି ରହିଛି । ତେବେ ସିରିଜ ପରେ ବିରାଟ କୋହଲି ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ସେ ୮୦୪ ରେଟିଂ ରଖି ତୃତୀୟ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ସ୍ଥାନରେ ୯୦୦ ରେଟିଂ ରଖିଛନ୍ତି ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଏବି ଡିଭିଲର ରହିଛନ୍ତି।

ସେହିପରି ଭାରତର ଦିନିକିଆ ଅଧିନାୟକ ଏମଏସ ଧୋନୀ ୨ଟି ଉପରକୁ ଉଠି ଷଷ୍ଠ ସ୍ଥାନରେ ରହିଛନ୍ତି। ଗାନ୍ଧି-ମାଣ୍ଡେଲା ସିରିଜରେ ଭଲ ଖରାପ ପ୍ରଦର୍ଶନ କରି ନ ଥିବା ଭାରତୀୟ ଓପନର ଶିଖର ଧୱାନ ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମକୁ ପଳାଇ ଆସିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ଦଳର ଓପନର ହାସିମ୍ ଆମଲା ୩ଟି ସ୍ଥାନ ତଳକୁ ଖସି ପଞ୍ଚମକୁ ପଳାଇ ଆସିଛନ୍ତି।

Related story