କତାର ଟି-୧୦ ଲିଗ୍‌ରେ ଦୁର୍ନୀତି, ତଦନ୍ତ କରିବ ଆଇସିସି

ଦୁବାଇ: କତାର ଟି-୧୦ ଲିଗ୍‌ ସହ ଏକାଧିକ ଦୁର୍ନୀତି ଗ୍ରସ୍ତ ଲୋକଙ୍କ ସମ୍ପର୍କ ଥିବା ଏବେ ସାମ୍ନାକୁ ଆସିଛି। କ୍ରିକେଟ ଭଳି ଜେଣ୍ଟଲମ୍ୟାନଙ୍କ ଖେଳରେ ଦୁର୍ନୀତିର ଦାଗ ଲାଗିବାରୁ ଏବେ ଆଇସିସି ଏହାର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି। ଗତବର୍ଷ ଦୁର୍ନୀତି ଅଭିଯୋଗ ଆସିବାରୁ କତାର ଟି-୧୦ ଉପରେ ଆଇସିସି ପ୍ରତିବନ୍ଧକ ଲଗାଇଥିଲା। ଏହି ଲିଗ୍‌ରେ ହାସିମ ଅମଲାଙ୍କ ଭଳି ବହୁ ପ୍ରସିଦ୍ଧ କ୍ରିକେଟର ଭାଗ ନେଇଥିଲେ। ଆଇସିସିର ଦୁର୍ନୀତି ନିରୋଧ ୟୁନିଟ ଲିଗ୍‌ ଆୟୋଜନ କରିଥିବା […]

qq

Hemant Lenka
  • Published: Wednesday, 18 December 2019
  • , Updated: 18 December 2019, 06:41 PM IST

ଦୁବାଇ: କତାର ଟି-୧୦ ଲିଗ୍‌ ସହ ଏକାଧିକ ଦୁର୍ନୀତି ଗ୍ରସ୍ତ ଲୋକଙ୍କ ସମ୍ପର୍କ ଥିବା ଏବେ ସାମ୍ନାକୁ ଆସିଛି। କ୍ରିକେଟ ଭଳି ଜେଣ୍ଟଲମ୍ୟାନଙ୍କ ଖେଳରେ ଦୁର୍ନୀତିର ଦାଗ ଲାଗିବାରୁ ଏବେ ଆଇସିସି ଏହାର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି। ଗତବର୍ଷ ଦୁର୍ନୀତି ଅଭିଯୋଗ ଆସିବାରୁ କତାର ଟି-୧୦ ଉପରେ ଆଇସିସି ପ୍ରତିବନ୍ଧକ ଲଗାଇଥିଲା।

ଏହି ଲିଗ୍‌ରେ ହାସିମ ଅମଲାଙ୍କ ଭଳି ବହୁ ପ୍ରସିଦ୍ଧ କ୍ରିକେଟର ଭାଗ ନେଇଥିଲେ। ଆଇସିସିର ଦୁର୍ନୀତି ନିରୋଧ ୟୁନିଟ ଲିଗ୍‌ ଆୟୋଜନ କରିଥିବା କର୍ମକର୍ତ୍ତାଙ୍କ ସହ ମିଶି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କତାର କ୍ରିକେଟ ଆସୋସିଏସନ ହିଁ ଟି-୧୦ ଲିଗ୍‌ ଆୟୋଜନ କରିଥିଲା। ଏଥିରେ ୬ଟି ଟିମ ଓ ୨୪ ଜଣ ଅନ୍ତର୍ଜାତୀୟ ଖେଳାଳି ଭାଗ ନେଇଥିଲେ। ଚଳିତ ବର୍ଷ ଡିସେମ୍ବର ୭ରୁ ୧୬ ତାରିଖ ଯାଏ ଟି-୧୦ ଲିଗ ଆୟୋଜନ ହୋଇଥିଲା।

Related story