ଆଇସିସି ଟେଷ୍ଟ ବୋଲିଂ ମାନ୍ୟତା: ଦ୍ୱିତୀୟ ସ୍ଥାନ ବଜାୟ ରଖିଲେ ଅଶ୍ୱିନ

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ଦ୍ୱତୀୟ ସ୍ଥାନ ବଜାୟ ରଖିଛନ୍ତି ରବିଚନ୍ଦ୍ରନ୍‌ ଅଶ୍ୱିନ। ଷ୍ଟିଭ୍‌ ସ୍ମିଥ ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଶୀର୍ଷରେ ରହିଥିବାବେଳେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ସ୍ଥାନ ପାଇନାହାନ୍ତି। ୧୧ତମ ସ୍ଥାନରେ ରହିଛନ୍ତି ଆଜିଙ୍କ୍ୟ ରାହାଣେ। ଭାରତର ଅଶ୍ୱିନ ୮୭୧ ରେଟିଂ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ ୮୭୨ ରେଟିଂ ପାଇ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି। ୮୫୪ ରେଟିଂ ସହ ତୃତୀୟ […]

r aswini

Rakesh Mallick
  • Published: Sunday, 22 May 2016
  • , Updated: 22 May 2016, 03:54 PM IST

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ଦ୍ୱତୀୟ ସ୍ଥାନ ବଜାୟ ରଖିଛନ୍ତି ରବିଚନ୍ଦ୍ରନ୍‌ ଅଶ୍ୱିନ। ଷ୍ଟିଭ୍‌ ସ୍ମିଥ ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଶୀର୍ଷରେ ରହିଥିବାବେଳେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ସ୍ଥାନ ପାଇନାହାନ୍ତି। ୧୧ତମ ସ୍ଥାନରେ ରହିଛନ୍ତି ଆଜିଙ୍କ୍ୟ ରାହାଣେ।

ଭାରତର ଅଶ୍ୱିନ ୮୭୧ ରେଟିଂ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ ୮୭୨ ରେଟିଂ ପାଇ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି। ୮୫୪ ରେଟିଂ ସହ ତୃତୀୟ ସ୍ଥାନରେ ଜେମ୍ସ ଆଣ୍ଡରସନ, ୮୪୬ ରେଟିଂ ସହ ଚତୁର୍ଥ ସ୍ଥାନରେ ୟାସୀର ଶାହ, ୮୪୧ ରେଟିଂ ସହ ପଞ୍ଚମ ସ୍ଥାନରେ ଡେଲ୍‌ ଷ୍ଟେନ୍‌ ଓ ୭୮୯ ରେଟିଂ ସହ ଷଷ୍ଠ ସ୍ଥାନରେ ଭାରତର ରବୀନ୍ଦ୍ର ଜାଡେଜା ରହିଛନ୍ତି। ୭୫୭ ରେଟିଂ ସହ ଟି.ବୌଲ୍ଟ ସପ୍ତମ ସ୍ଥାନରେ,  ଜୋସ୍‌ ହେଜେଲଉଡ୍‌  ୭୪୧ ରେଟିଂ ସହ ଅଷ୍ଟମ ସ୍ଥାନରେ, ମୋରନେ ମୋରକେଲ ୭୨୪ ରେଟିଂ ସହ ନବମ ସ୍ଥାନରେ ଓ ୭୧୭ ରେଟିଂ ସହ ୧୦ମ ସ୍ଥାନରେ ଭି ଫିଲାଣ୍ଡର ରହିଛନ୍ତି।

ଅନ୍ୟପକ୍ଷରେ ଜାନୁଆରୀରେ ପ୍ରକାଶିତ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ଶ୍ରେଷ୍ଠ ସ୍ଥାନରେ ଥିଲେ ଅଶ୍ୱିନ।

Related story