ଆଇସିସି ଟେଷ୍ଟ ମାନ୍ୟତା: ଅଶ୍ୱିନ @ ୨

ଦୁବାଇ:ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଗାନ୍ଧି-ମାଣ୍ଡେଲା ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଅଫ-ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନୀ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାର କ୍ୟାରିୟରର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଛନ୍ତି। ସୋମବାର ପ୍ରକାଶ ପାଇଥିବା ସଦ୍ୟ ତାଲିକାରେ ମୋଟ ୮୫୬ ପଏଣ୍ଟ ଅକ୍ତିଆର କରି ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ୮୮୪ ପଏଣ୍ଟ ହାତେଇ ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ଡେଲ ଷ୍ଟେନ୍ ପ୍ରଥମ ସ୍ଥାନରେ ଅଛନ୍ତି। ପାକିସ୍ତାନର ୟାସୀର ଶାହ ୮୪୬ ପଏଣ୍ଟ […]

aswini

Rakesh Mallick
  • Published: Monday, 30 November 2015
  • , Updated: 30 November 2015, 02:19 PM IST

ଦୁବାଇ:ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଗାନ୍ଧି-ମାଣ୍ଡେଲା ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଅଫ-ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନୀ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାର କ୍ୟାରିୟରର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଛନ୍ତି। ସୋମବାର ପ୍ରକାଶ ପାଇଥିବା ସଦ୍ୟ ତାଲିକାରେ ମୋଟ ୮୫୬ ପଏଣ୍ଟ ଅକ୍ତିଆର କରି ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ୮୮୪ ପଏଣ୍ଟ ହାତେଇ ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ଡେଲ ଷ୍ଟେନ୍ ପ୍ରଥମ ସ୍ଥାନରେ ଅଛନ୍ତି। ପାକିସ୍ତାନର ୟାସୀର ଶାହ ୮୪୬ ପଏଣ୍ଟ ପାଇଁ ଚତୁର୍ଥ ଓ ଇଂଲଣ୍ଡର ଷ୍ଟୁଆର୍ଡ ବ୍ରୋଡ ୮୪୦ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ଅଛନ୍ତି।

ସେହିପରି ଆଇସିସି ଟେଷ୍ଟ ବ୍ୟାଟିଂ ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏ ବି ଡିଭିଲିୟର୍ସ। ସେ ୮୭୭ ପଏଣ୍ଟ ରଖି ତୃତୀୟ ସ୍ଥାନରେ ଥିବା ବେଳେ ୮୮୬ ପଏଣ୍ଟ ପାଇ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ ଦ୍ୱିତୀୟ ସ୍ଥାନରେ ଓ ପ୍ରଥମ ସ୍ଥାନରେ ୮୮୬ ପଏଣ୍ଟ ପାଇ ଅଛନ୍ତି ଇଂଲଣ୍ଡର ଜେ.ଇ ରୁଟ। ଭାରତର ଓପନର ମୂରଲୀ ବିଜୟ ଟେଷ୍ଟ ବ୍ୟାଟିଂ ମାନ୍ୟତାର ୧୨ତମ ସ୍ଥାନରେ ଥିବା ବେଳେ କ୍ୟାପଟେନ୍ କୋହଲି୧୫ତମ ସ୍ଥାନରୁ ଖସି ୧୬ ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଶିଖର ଧୱାନ ବି ଖସିଛନ୍ତି ୩୧ ତମ ସ୍ଥାନରୁ ୩୨ ତମ ସ୍ଥାନକୁ। ଭାରତର ୱିକେଟ କିପର ରିଦ୍ଧିମାନ ଶାହା ୧୦ଟି ସ୍ଥାନ ଉଠି କ୍ୟାରିୟରର ଶ୍ରେଷ୍ଠ ସ୍ଥାନ ୯୨ ତମ ସ୍ଥାନରେ ପହଞ୍ଚିଛନ୍ତି।

Related story