ଆଇସିସି ଟେଷ୍ଟ୍ ମାନ୍ୟତା: ବିରାଟ ଖସିଲେ, ଅଶ୍ୱିନ ଉଠିଲେ
ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ମାନ୍ୟତା ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନିରାଶ ହେବାକୁ ପଡ଼ିଛି। ୫ ଦିନିଆ ଫର୍ମାଟର ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନ୍ ତାଲିକାରୁ ବାଦ୍ ପଡ଼ିଛନ୍ତି ସେ। ଅନ୍ୟପକ୍ଷରେ ଭାରତୀୟ ସ୍ପିନର ଆଉ ପାଦେ ଆଗକୁ ବଢ଼ିଛନ୍ତି। ଗତ ଆଇସିସି ଟେଷ୍ଟ୍ ବୋଲର ମାନ୍ୟତା ତାଲିକାର ୯ ନମ୍ବର ସ୍ଥାନରେ ରହିଥିବା ଅଶ୍ୱିନ ଏଥର ଆଉ ପାଦେ ଆଗକୁ ବଢ଼ି ୮ ନମ୍ବର ସ୍ଥାନ ହାତେଇଛନ୍ତି। ଅନ୍ୟପକ୍ଷରେ ଏକ ଚିତାକର୍ଷକ […]
ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ମାନ୍ୟତା ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନିରାଶ ହେବାକୁ ପଡ଼ିଛି। ୫ ଦିନିଆ ଫର୍ମାଟର ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନ୍ ତାଲିକାରୁ ବାଦ୍ ପଡ଼ିଛନ୍ତି ସେ। ଅନ୍ୟପକ୍ଷରେ ଭାରତୀୟ ସ୍ପିନର ଆଉ ପାଦେ ଆଗକୁ ବଢ଼ିଛନ୍ତି। ଗତ ଆଇସିସି ଟେଷ୍ଟ୍ ବୋଲର ମାନ୍ୟତା ତାଲିକାର ୯ ନମ୍ବର ସ୍ଥାନରେ ରହିଥିବା ଅଶ୍ୱିନ ଏଥର ଆଉ ପାଦେ ଆଗକୁ ବଢ଼ି ୮ ନମ୍ବର ସ୍ଥାନ ହାତେଇଛନ୍ତି।
ଅନ୍ୟପକ୍ଷରେ ଏକ ଚିତାକର୍ଷକ କ୍ୟାରିୟର ଅବସାନ ଘଟାଇଥିବା ଶ୍ରୀଲଙ୍କାର ଲିଜେଣ୍ଡ୍ କୁମାର ସାଙ୍ଗାକାରା ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ତାଲିକାର ୭ ନମ୍ବର ସ୍ଥାନରେ ରହିଛନ୍ତି। ୭ ନମ୍ବର ସ୍ଥାନରେ ସେ ନିଜ କ୍ୟାରିୟର ଶେଷ କରିଛନ୍ତି। ୨୦୦୭ରେ ସାଙ୍ଗାକାର ପ୍ରଥମ ଥର ପାଇଁ ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ତାଲିକାର ୧ ନମ୍ବର ସ୍ଥାନରେ ପହଞ୍ଚିଥିଲେ।