ଆଇସିସି ଟେଷ୍ଟ ରାଙ୍କିଙ୍ଗ୍: ତୃତୀୟ ସ୍ଥାନକୁ ଉଠିଲେ ସ୍ମିଥ୍

ଦୁବାଇ: ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଉପରକୁ ଉଠିଛନ୍ତି। ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟରେ ଦୁଇଟି ଶତକ ମାରିଥିବା ସ୍ମିଥ୍ ମଙ୍ଗଳବାର ଆଇସିସି ପକ୍ଷରୁ ଜାରି ଟେଷ୍ଟ ରାଙ୍କିଙ୍ଗରେ ଭାରତର ଚେତେଶ୍ୱର ପୂଜାରାଙ୍କୁ ହଟାଇ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ବଲ୍ ଟ୍ୟାମ୍ପରିଂ ଯୋଗୁ ବର୍ଷକ ପାଇଁ ବାସନ୍ଦ ହୋଇଥିବା ସ୍ମିଥ୍ ଆଶେସ୍ ସିରିଜ୍ ସହ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ନିଜର ପ୍ରତ୍ୟାବର୍ତ୍ତନକୁ ସ୍ମରଣୀୟ କରି ଅଷ୍ଟ୍ରେଲିଆ ବିଜୟରେ ମୁଖ୍ୟ […]

smith

Ranjit Kumar Jena
  • Published: Tuesday, 06 August 2019
  • , Updated: 06 August 2019, 04:29 PM IST

ଦୁବାଇ: ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଉପରକୁ ଉଠିଛନ୍ତି। ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟରେ ଦୁଇଟି ଶତକ ମାରିଥିବା ସ୍ମିଥ୍ ମଙ୍ଗଳବାର ଆଇସିସି ପକ୍ଷରୁ ଜାରି ଟେଷ୍ଟ ରାଙ୍କିଙ୍ଗରେ ଭାରତର ଚେତେଶ୍ୱର ପୂଜାରାଙ୍କୁ ହଟାଇ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି।

ବଲ୍ ଟ୍ୟାମ୍ପରିଂ ଯୋଗୁ ବର୍ଷକ ପାଇଁ ବାସନ୍ଦ ହୋଇଥିବା ସ୍ମିଥ୍ ଆଶେସ୍ ସିରିଜ୍ ସହ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ନିଜର ପ୍ରତ୍ୟାବର୍ତ୍ତନକୁ ସ୍ମରଣୀୟ କରି ଅଷ୍ଟ୍ରେଲିଆ ବିଜୟରେ ମୁଖ୍ୟ ଭୂମିକା ବହନ କରିଛନ୍ତି। ପ୍ରଥମ ଦୁଇଟି ଇନିଂସରେ ସେ ଯଥାକ୍ରମେ ୧୪୪ ଓ ୧୪୨ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚତ ହୋଇଛନ୍ତି। ଏଥିସହ ତାଙ୍କର ରେଟିଂ ପଏଣ୍ଟ ଏବେ ୯୦୩ରେ ପହଞ୍ଚିଯାଇଛି।

ଟେଷ୍ଟ ରାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ୍ କୋହଲି ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିରାଟ୍ ୯୨୨ ପଏଣ୍ଟ ସହ ପ୍ରଥମ, ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ୍ ୯୧୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଶେସ୍ ସିରିଜ୍ ପୂର୍ବରୁ ସ୍ମିଥ୍ ୮୫୭ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଥିଲେ।

ଋାଙ୍କିଙ୍ଗରେ ଅଷ୍ଟ୍ରେଲିଆ ସ୍ପିନର ନେଥନ୍ ଲାୟନ୍ ମଧ୍ୟ ଉପରକୁ ଉଠିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ୯ ୱିକେଟ୍ ନେଇଥିବା ଲାୟନ୍ ଏକାଥରକେ ୬ଟି ସ୍ଥାନ ଉଠି ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡ ବିପକ୍ଷରେ ୭ ୱିକେଟ୍ ନେଇଥିବା ଅଷ୍ଟ୍ରେଲିଆ ପେସ୍ ବୋଲର ପ୍ୟାଟ୍ କମିନ୍ସ ଶୀର୍ଷ ସ୍ଥାନ କାଏମ୍ ରଖିଛନ୍ତି। ସେ କ୍ୟାରିୟରର ଶ୍ରେଷ୍ଠ ୮୯୮ ପଏଣ୍ଟ ରେଟିଂ ପଏଣ୍ଟ ହାସଲ କରିଛନ୍ତି। ଏହି ମାମଲାରେ ସେ ଗ୍ଲେନ୍ ମ୍ୟାକଗ୍ରା ଏବଂ ଶେନ୍ ୱାର୍ଣ୍ଣଙ୍କ ପରେ ତୃତୀୟ ଅଷ୍ଟ୍ରେଲୀୟ ବୋଲର ଭାବେ ସର୍ବାଧିକ ରେଟିଂ ପଏଣ୍ଟ ଅର୍ଜନ କରିଛନ୍ତି।

ଇଂଲଣ୍ଡର ରୋରି ବର୍ନସଙ୍କୁ ରାଙ୍କିଙ୍ଗରେ ଫାଇଦା ହୋଇଛି। ପ୍ରଥମ ଇନିଂସରେ ୧୩୩ ରନର ଶତକୀୟ ଇନିଂସ୍ ଖେଳିଥିବା ବର୍ନସ୍ ୨୫ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୮୧ତମ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ ୱିକେଟ୍ ପୂରଣ କରିଥିବା ଷ୍ଟୁଆର୍ଟ ବ୍ରଡ୍ ଦୁଇଟି ସ୍ଥାନ ଉଠି ୧୬ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି କ୍ରିସ୍ ଓକ୍ସ ଚାରୋଟି ସ୍ଥାନ ଉଠି ୨୯ତମରେ ଅଛନ୍ତି।

Related story