ଜିମ୍‌ରେ ଝାଳ ବୁହାଇଲେ ବିରାଟ୍ ଆଣ୍ଡ କୋ.

ଲଣ୍ଡନ: ଜୁନ୍ ୫ ତାରିଖରୁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଖେଳି ମିଶନ୍ ୱାର୍ଲ୍ଡ କପ୍ ଆରମ୍ଭ କରିବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳିମାନେ ଜୋରଦାର ଅଭ୍ୟାସ ଚଳାଇଛନ୍ତି। ରବିବାର ବିରାଟ କୋହଲିଙ୍କ ଟିମ୍ ଜିମ୍‌ରେ ଅଭ୍ୟାସ କରିଥିଲେ। ଜିମ୍‌ର ଏକ ଫଟୋ ବିରାଟ କୋହଲି ନିଜର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କ୍ୟାପସନ୍ ଦେଇଛନ୍ତି, “ଟପ୍ ସେସନ୍”। ଏଥିରୁ ଜଣାପଡ଼ୁଛି ଯେ, ଖେଳାଳିମାନେ ଜିମ୍‌ରେ କେତେ ପରିଶ୍ରମ […]

team india ay gym

Hemant Lenka
  • Published: Sunday, 02 June 2019
  • , Updated: 02 June 2019, 09:22 PM IST

ଲଣ୍ଡନ: ଜୁନ୍ ୫ ତାରିଖରୁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଖେଳି ମିଶନ୍ ୱାର୍ଲ୍ଡ କପ୍ ଆରମ୍ଭ କରିବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳିମାନେ ଜୋରଦାର ଅଭ୍ୟାସ ଚଳାଇଛନ୍ତି। ରବିବାର ବିରାଟ କୋହଲିଙ୍କ ଟିମ୍ ଜିମ୍‌ରେ ଅଭ୍ୟାସ କରିଥିଲେ।

ଜିମ୍‌ର ଏକ ଫଟୋ ବିରାଟ କୋହଲି ନିଜର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କ୍ୟାପସନ୍ ଦେଇଛନ୍ତି, "ଟପ୍ ସେସନ୍"। ଏଥିରୁ ଜଣାପଡ଼ୁଛି ଯେ, ଖେଳାଳିମାନେ ଜିମ୍‌ରେ କେତେ ପରିଶ୍ରମ କରିଛନ୍ତି।ଫଟୋରେ କୋହଲିଙ୍କ ସହ କେଦାର ଯାଦବ, ବିଜୟ ଶଙ୍କର, ଲୋକେଶ ରାହୁଲ, ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି।

ଏହା ପୂର୍ବରୁ ଭାରତୀୟ ଟିମ୍ ଜଙ୍ଗଲରେ ଖୁବ୍ ମସ୍ତି କରିଥିଲେ। ଜଙ୍ଗଲରେ ମସ୍ତି କରୁଥିବାର ଫଟୋ ବିସିସିଆଇ ସୋଶାଲ ମିଡିଆରେ ଶେୟାର କରିଥିଲା। କିନ୍ତୁ ଭାରତୀୟ ଟିମର ଏହି ମସ୍ତିକୁ କ୍ରିକେଟପ୍ରେମୀ ପସନ୍ଦ କରିନଥିଲେ।

ଶନିବାର ଅଭ୍ୟାସ ସେସନରେ ଅଧିନାୟକ ବିରାଟ କୋହଲିଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିଲା। ଏହା ପରେ କୋହଲିଙ୍କୁ ଏକ ବରଫ ଗ୍ଲାସରେ ନିଜ ଅଙ୍ଗୁଳି ବୁଡାଇ ଗ୍ରାଉଣ୍ଡ ଛାଡୁଥିବାର ଦେଖିବାକୁ ମିଳିଥିଲା। ତେବେ ବିରାଟଙ୍କ ଆଘାତ ସେତେଟା ଗୁରୁତର ନଥିବା ଟିମ୍ ପକ୍ଷରୁ କୁହାଯାଇଛି।

Related story