ବ୍ୟାଟିଂ ଅଧାରୁ ଟଏଲେଟ୍ ଦୌଡ଼ିଲେ ପାକ୍ ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ୍)ର ପ୍ରଥମ ଏଲିମିନେଟର ମୁକାବିଲା ପେଶାୱର ଜଲମୀ ଓ ଲାହୋର କଲନ୍ଦର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଲାହୋର କଲନ୍ଦର୍ସ ସହଜରେ ଜିତି ନେଇଛି। ପରାଜୟ ପେଶାୱର ଜଲମୀ ଟୁର୍ଣ୍ଣାମେଣ୍ଟର ଆଉଟ୍ ହୋଇଛି। ତେବେ ଏହି ମ୍ୟାଚରେ ଏଭଳି କିଛି ଘଟିଥିଲା, ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା। Imam, Shoaib, Wahab and Ramiz walk onto a cricket pitch… Enjoy your all-access pass to the #HBLPSLV […]

haz

Ranjit Kumar Jena
  • Published: Monday, 16 November 2020
  • , Updated: 16 November 2020, 05:16 PM IST

ନୂଆଦିଲ୍ଲୀ: ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ୍)ର ପ୍ରଥମ ଏଲିମିନେଟର ମୁକାବିଲା ପେଶାୱର ଜଲମୀ ଓ ଲାହୋର କଲନ୍ଦର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଲାହୋର କଲନ୍ଦର୍ସ ସହଜରେ ଜିତି ନେଇଛି। ପରାଜୟ ପେଶାୱର ଜଲମୀ ଟୁର୍ଣ୍ଣାମେଣ୍ଟର ଆଉଟ୍ ହୋଇଛି। ତେବେ ଏହି ମ୍ୟାଚରେ ଏଭଳି କିଛି ଘଟିଥିଲା, ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା।

https://twitter.com/thePSLt20/status/1327686158193733632?s=20

ଲାହୋର ଜଲମୀ ପକ୍ଷରୁ ଖେଳୁଥିବା ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ମହମ୍ମଦ ହଫିଜ୍ ବ୍ୟାଟିଂ କରୁଥିବା ବେଳେ ହଠାତ୍ ମଇଦାନ ଛାଡ଼ି ପଳାଇଥିଲେ। ତେବେ କୁଆଡ଼େ ଗଲେ, ତାକୁ ନେଇ ଚର୍ଚ୍ଚା ହୋଇଥିଲା। ପରେ ଜଣାପଡ଼ିଲା ଯେ ସେ ଟଏଲେଟ୍ ଯାଇଛନ୍ତି, ଯାହାକୁ ନେଇ ତାଙ୍କୁ ଟ୍ରୋଲ୍ କରିଛନ୍ତି ଇମାମ୍-ଉଲ୍-ହକ୍। ସୋଶାଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି।

ଉକ୍ତ ମ୍ୟାଚରେ ପେଶାୱର ଜଲମୀ ପ୍ରଥମେ ବ୍ୟାଟିଂ କରି ୧୭୦ ରନ୍ କରିଥିଲା। ଜବାବରେ ଲାହୋରର ଆରମ୍ଭ ଖରାପ ରହିଥିଲା। କିନ୍ତୁ ହଫିଜ୍ ଓ ବେନ୍ ଡଙ୍କ ଟିମ୍ ପାଇଁ ଆଶା ସଞ୍ଚାର କରିଥିଲେ। ଡଙ୍କଙ୍କ ଆଉଟ୍ ପରେ ହଫିଜ୍ ମଧ୍ୟ ପ୍ୟାଭିଲିୟନକୁ ଫେରିଯାଇଥିଲା। ତେବେ କମେଣ୍ଟ୍ରୀ କରୁଥିବା ରମୀଜ ରାଜା ଯେତେବେଳେ ସ୍ପାଇଡର୍ କ୍ୟାମ୍‌ରେ ଫିଲ୍ଡିଂ କରୁଥିବା ଶୋଏବ ମଲିକ, ୱହାବ ରିଆଜ ଓ ଇମାମ୍-ଉଲ୍-ହକଙ୍କୁ ଏକଥା ପଚାରିଲେ, ଜବାବରେ ଇମାମ୍ କହିଲେ ଯେ 'ହଫିଜ୍ ୨ ଓଭର୍ ହେଲା କହିଆସୁଛନ୍ତି ଯେ ତାଙ୍କୁ ଟଏଲେଟ୍ ଲାଗୁଛି। ଏହା ଶୁଣି ବାକି ଖେଳାଳି ଖୁବ୍ ହସିଥିଲେ।

ସୂଚନାଯୋଗ୍ୟ, ହଫିଜ୍ ଏହି ମ୍ୟାଚରେ ମୁଖ୍ୟ ନାୟକ ହୋଇଥିଲେ। ୪୬ ବଲରେ ୯ ଚୌକା ଓ ୨ ଛକା ସହାୟତାରେ ଅପରାଜିତ ୭୪ ରନ୍ କରି ଲାହୋର କଲନ୍ଦର୍ସକୁ ବିଜୟୀ କରାଇ ଫାଇନାଲରେ ପହଞ୍ଚାଇଥିଲେ।

Related story