କାଲିଠୁ ହକି ମହାକୁମ୍ଭ: ସବୁଠି ହକି ଫିଭର୍‌, ମ୍ୟାଚ୍ ପୂର୍ବରୁ ହେବ ଉଦଘାଟନୀ କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କେଇ ଘଣ୍ଟାର ଅପେକ୍ଷା ବାଜିବ ହକି ବିଶ୍ୱଲିଗ ଫାଇନାଲର ବିଗୁଲ। ମୁହାଁମୁହିଁ ହେବେ ବିଶ୍ୱର ଶ୍ରେଷ୍ଠ ୮ଟି ଟିମ୍। ସେଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଛି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ। ଷ୍ଟାଡ଼ିୟମକୁ ୮ଟି ଦେଶର ଜାତୀୟ ପତାକ ସହ ଷ୍ଟାର ଖେଳାଳିମାନଙ୍କୁ ନେଇ  ବ୍ରାଣ୍ଡିଂ କରାଯାଇଛି। ଆସନ୍ତାକାଲି ମ୍ୟାଚ୍ ପୂର୍ବରୁ ୨୦ ମିନିଟର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି। ଏଥିରେ ସାରା ବିଶ୍ୱ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ପାଇବ। ଏପଟେ ରାଜଧାନୀକୁ ଧୀରେ […]

hockey4

Rakesh Mallick
  • Published: Thursday, 30 November 2017
  • , Updated: 30 November 2017, 05:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କେଇ ଘଣ୍ଟାର ଅପେକ୍ଷା ବାଜିବ ହକି ବିଶ୍ୱଲିଗ ଫାଇନାଲର ବିଗୁଲ। ମୁହାଁମୁହିଁ ହେବେ ବିଶ୍ୱର ଶ୍ରେଷ୍ଠ ୮ଟି ଟିମ୍। ସେଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଛି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ। ଷ୍ଟାଡ଼ିୟମକୁ ୮ଟି ଦେଶର ଜାତୀୟ ପତାକ ସହ ଷ୍ଟାର ଖେଳାଳିମାନଙ୍କୁ ନେଇ  ବ୍ରାଣ୍ଡିଂ କରାଯାଇଛି। ଆସନ୍ତାକାଲି ମ୍ୟାଚ୍ ପୂର୍ବରୁ ୨୦ ମିନିଟର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି। ଏଥିରେ ସାରା ବିଶ୍ୱ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ପାଇବ। ଏପଟେ ରାଜଧାନୀକୁ ଧୀରେ ଧୀରେ ଚଢୁଛି ହକି ଫିଭର। ଚାମ୍ପିୟନସ ଟ୍ରଫିରେ ଅନ୍ତର୍ଜାତିକ ହକିର ମଜା ଚାଖିଥିବା ଦର୍ଶକ ଓପନିଂ ହ୍ୱିସଲକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଭାରତର ମ୍ୟାଚ୍ ଥିବା ଦିନଗୁଡିକର ଟିକଟ ପ୍ରାୟତଃ ବିକ୍ରି ହୋଇଯାଇଛି। ଯାହା ଅଛି ତାକୁ ପାଇବା ଆଶାରେ ହକି ପ୍ରେମୀ କାଉଣ୍ଟର ଆଗରେ ଧାଡି ଲଗାଉଛନ୍ତି। ଏପଟେ ଆଜି ସ୍କୁଲ ଛାତ୍ରଛାତ୍ରୀ ମାସ୍କଟ ଓଲି ସହ ବିଭିନ୍ନ ଦଳର ଫ୍ଲାଗ୍ ଧରି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ୮ଟି ଟିମକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଜର୍ମାନୀ ପୁଲ-ବିରେ ସ୍ଥାନ ପାଇଛନ୍ତି। ଗ୍ରୁପ ଏରେ ଆର୍ଜେଣ୍ଟିନା, ନେଦରଲ୍ୟାଣ୍ଡ, ବେଲଜିୟମ  ଏବଂ ସ୍ପେନ ଅଛନ୍ତି। ଆସନ୍ତା କାଲି ଓପନିଂ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଜର୍ମାନୀ ଓ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ। ୧୦ ଦିନରେ ମୋଟ ୨୨ଟି ମ୍ୟାଚ ଖେଳାଯିବ। ୨ ତାରିଖରେ ଇଲଣ୍ଡ ଓ ୪ ତାରିଖରେ ଜର୍ମାନୀ ସହ ଭାରତର ସାମ୍ନାସାମ୍ନି ହେବ। ଏପଟେ କଳିଙ୍ଗ ଷ୍ଟାଡିୟମର ପ୍ରସ୍ତୁତି ଓ ଏଠାକାର ଦର୍ଶକଙ୍କୁ ନେଇ ବିଦେଶୀ ଖେଳାଳି ବେଶ ଖୁସି ଅଛନ୍ତି।

ପ୍ରତି ଦଳ ୩ଟି ଲେଖାଏଁ ଲିଗ ମ୍ୟାଚ ଖେଳିବ। ଲିଗରେ ହାରିବା କି ଜିତିବା କୌଣସି ଦଳ ଉପରେ ପ୍ରଭାବ ପଢିବ ନାହିଁ । ସବୁ ପୁଣି କ୍ୱାର୍ଟର ଫାଇନାଲ୍ସ ଖେଳିବେ। କ୍ୱାର୍ଟର ଫାଇନାଲ ଏବଂ ସେମିଫାଇନାଲ ମ୍ୟାଚ ସବୁ ଦଳ ପାଇଁ ଗୁରୁତ୍ୱ ରହିଛି।

Related story