କ'ଣ ରହିଛି 'ପିଙ୍କ୍ ବଲ୍‌'ର ବିଶେଷତ୍ୱ

କୋଲକାତା: କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ ପ୍ରଥମଥର ଲାଗି ଭାରତ ଓ ବାଂଲାଦେଶ ମଧ୍ୟରେ ଶୁକ୍ରବାରଠାରୁ ହେବାକୁଥିବା ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ଦିବାରାତ୍ର ମ୍ୟାଚ୍ ପିଙ୍କ୍ (ଗୋଲାପୀ) ବଲରେ ଖେଳାଯିବ। ତେବେ ଏହି ମ୍ୟାଚରେ ବଲ୍ ରିଭର୍ସ ସୁଇଂ କରିବ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏ ନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ମଇଦାନରେ ଅଧିକ ରିଭର୍ସ ସୁଇଂ ପାଇଁ ପିଙ୍କ୍ ବଲକୁ ହାତରେ […]

pink-ball

Ranjit Kumar Jena
  • Published: Tuesday, 19 November 2019
  • , Updated: 19 November 2019, 07:20 PM IST

କୋଲକାତା: କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ ପ୍ରଥମଥର ଲାଗି ଭାରତ ଓ ବାଂଲାଦେଶ ମଧ୍ୟରେ ଶୁକ୍ରବାରଠାରୁ ହେବାକୁଥିବା ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ଦିବାରାତ୍ର ମ୍ୟାଚ୍ ପିଙ୍କ୍ (ଗୋଲାପୀ) ବଲରେ ଖେଳାଯିବ। ତେବେ ଏହି ମ୍ୟାଚରେ ବଲ୍ ରିଭର୍ସ ସୁଇଂ କରିବ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏ ନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ମଇଦାନରେ ଅଧିକ ରିଭର୍ସ ସୁଇଂ ପାଇଁ ପିଙ୍କ୍ ବଲକୁ ହାତରେ ସିଲାଇ କରାଯାଇଛି। ତେଣୁ ମୋ ମତରେ ଏବେ ପିଙ୍କ୍ ବଲରେ ରିଭର୍ସ ସୁଇଂ ହେବାରେ କୌଣସି ସମସ୍ୟା ହେବ ନାହିଁ।"

ସୂଚନାଯୋଗ୍ୟ, ସାଧାରଣତଃ ପିଙ୍କ୍ ବଲ୍ ପ୍ରସ୍ତୁତ କରିବା ପାଇଁ ୭ରୁ ୮ ଦିନର ସମୟ ଲାଗେ। ଏହା ପରେ ବଲ ଉପରେ ଗୋଲାପୀ ରଙ୍ଗର ଚମଡ଼ା ଲଗାଯାଏ। ଥରେ ଚମଡ଼ା ପ୍ରସ୍ତୁତ ହେବା ପରେ ଏହାକୁ ଦୁଇ ଭାଗରେ କାଟି ଦିଆଯାଏ। ଏହି ଦୁଇଭାଗର ଚମଡ଼ାକୁ ବଲ ଉପରେ ଢ଼ାଙ୍କି ଦିଆଯାଏ। ଏହା ପରେ ଚମଡ଼ାର କଟିଙ୍ଗକୁ ସିଲାଇ କରାଯାଏ ଏବଂ ପୁଣିଥରେ ରଙ୍ଗ ଦିଆଯାଇଥାଏ। ତା'ପରେ ଏହାକୁ ସିଲାଇ କରି ପ୍ରସ୍ତୁତ କରଯାଇଥାଏ।

ବଲର ଭିତର ଅଂଶର ସିଲାଇ ପୂର୍ବରୁ କରାଯାଇଥାଏ ଏବଂ ପରେ ବାହାର ଅଂଶର ସିଲାଇ କରାଯାଏ। ବଲର ମୁଖ୍ୟ ପ୍ରକ୍ରିୟା ଶେଷ ହେବା ପରେ ଏହାକୁ ଅନ୍ତିମ ସ୍ପର୍ଶ ଦେବା ଏବଂ ବାହାରକୁ ଛାଡ଼ିବା ପୂର୍ବରୁ ଏହା ଉପରେ ଭଲଭାବେ ରଙ୍ଗ ଦିଆଯାଇଥାଏ। ପାରମ୍ପରିକ ନାଲି ବଲ୍ ତୁଳନାରେ ପିଙ୍କ୍ ବଲର ଓଜନ ସାମାନ୍ୟ ଅଧିକ।

Related story