IND vs IRE: ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତ ଖାତାରେ ଏକାଧିକ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋହିତ ଶର୍ମା ଓ ଧୱନଙ୍କ ଆକର୍ଷଣୀୟ ପାଳି ବଳରେ ଭାରତ ଆର୍ୟଲାଣ୍ଡକୁ ୭୬ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ଚଳିତ ସିଜିରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଡବଲିନରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଆର୍ୟଲାଣ୍ଡ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ ହରାଇ କରିଥିଲା ୨୦୮ ରନ୍। ତେବେ ଜବାବରେ ନିର୍ଦ୍ଧାରିତ ଓଭର ମଧ୍ୟରେ […]

record

Rakesh Mallick
  • Published: Thursday, 28 June 2018
  • , Updated: 28 June 2018, 04:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋହିତ ଶର୍ମା ଓ ଧୱନଙ୍କ ଆକର୍ଷଣୀୟ ପାଳି ବଳରେ ଭାରତ ଆର୍ୟଲାଣ୍ଡକୁ ୭୬ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ଚଳିତ ସିଜିରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଡବଲିନରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଆର୍ୟଲାଣ୍ଡ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ ହରାଇ କରିଥିଲା ୨୦୮ ରନ୍। ତେବେ ଜବାବରେ ନିର୍ଦ୍ଧାରିତ ଓଭର ମଧ୍ୟରେ ୯ ୱିକେଟ ହରାଇ ମାତ୍ର ୧୩୨ ରନ କରିବାକୁ ସକ୍ଷମ ହୋଇଥିଲ ଆର୍ୟଲାଣ୍ଡ।

ଭାରତ ପାଇଁ ଏହି ଟି-ଟ୍ୱେଣ୍ଟି ବେଶ୍‌ ଖାସ୍ ଥିଲା। କାରଣ ଆର୍ୟଲ୍ୟାଣ୍ଡ ବିପକ୍ଷ ଏହି ମ୍ୟାଚ୍‌ରେ ଭାରତ ତାର ୧୦୦ ତମ ଟି-ଟ୍ୱେଣ୍ଟି ମ୍ୟାଚ୍‌ ପୂରଣ କରିଛି। ଭାରତ ଏହି ଶତକୀୟ ମ୍ୟାଚ୍‌ରେ ବିଜୟ ହାସଲ କରି ଏହାକୁ ୟାଦଗାର୍‌ କରିଛି। ଏହାସହ ଅନେକ ରେକର୍ଡ ଭାରତ ନିଜ ନାଁରେ କରିଛି।

୧-ଭାରତୀୟ ଓପନର୍‌ ରୋହିତ ଶର୍ମା ଓ ଧୱନଙ୍କ ଯୋଡ଼ି ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ଦ୍ୱିତୀୟ ସର୍ବାଧିକ ସ୍କୋର୍ କରିପାରିଛନ୍ତି। ପ୍ରଥମ ୱିକେଟ୍‌ ପାର୍ଟନରସିପରେ ରୋହିତ ଓ ଧୱନଙ୍କ ଯୋଡ଼ି ୧୬୦ ରନ୍‌ର ପାଳି ଖେଳିଛନ୍ତି। ଏହା ପୂର୍ବରୁ ୨୦୧୭ରେ ଶ୍ରଲଙ୍କା ବିପକ୍ଷରେ ରୋହିତ ଶର୍ମା ଓ ରାହୁଲଙ୍କ ଯୋଡ଼ି ପ୍ରଥମ ୱିକେଟ ପାର୍ଟନରସିପ୍‌ରେ ୧୬୫ ରନ କରିଥିଲେ।

୨- ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ସର୍ବାଧିକ ସ୍କୋର୍‌ କରିଥିବା ବିଶ୍ୱର ଟପ୍‌-୫ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

୩- ଧୱନ ନିଜର ଅର୍ଦ୍ଧଶତକୀୟ ପାଳି ଖେଳିବା ସହ ଟି-ଟ୍ୱେଣ୍ଟିରେ ୬୦୦୦ ହଜାର ରନ ପୂରଣ କରିଛନ୍ତି। ଷଷ୍ଠ ଭାରତୀୟ ଭାବେ ଧୱନ ଟି-ଟ୍ୱେଣ୍ଟିରେ ୬୦୦୦ ରନ ପୂରଣ କରିଛନ୍ତି।

୪-ବିରାଟ କୋହଲି ଏହି ମ୍ୟାଚ୍‌ରେ ବିନା ଖାତ ଖୋଲି ଆଉଟ୍‌ ହୋଇଯାଇଥିଲେ। ପ୍ରଥମ ଥର ପାଇଁ ବିଦେଶ ମାଟିରେ ଟି-ଟ୍ୱେଣ୍ଟି ଫର୍ମାଟରେ ବିରାଟ ଖାତା ନ ଖୋଲି ଆଉଟ୍‌ ହୋଇଛନ୍ତି।

୫-ଭାରତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୨୦୦ରୁ ଉର୍ଦ୍ଧ ରନ କରିପାରିଥିଲା। ଟି-ଟ୍ୱେଣ୍ଟି ଫର୍ମାଟରେ ୧୦ ଥର ଭାରତ ୨୦୦ରୁ ଉର୍ଦ୍ଧ ରନ କରିଛି। ଏହି ମାମଲାରେ ଭାରତ ଉପରେ କେବଳ ଦକ୍ଷିଣ ଆଫ୍ରିକା ଅଛି। ଏହି ଟିମ୍‌ ୧୧ ଥର ୨୦୦ ରନ ଉପରରେ ସ୍କୋର କରିଛି।     

Related story